ବିଚାର ବିଭାଗୀୟ ହାଜତକୁ ଗଲେ ପାର୍ଥ ଚାଟାର୍ଜୀ ଓ ଅର୍ପିତା
ବିଚାର ବିଭାଗୀୟ ହାଜତକୁ ଗଲେ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ଘନିଷ୍ଠ ଅର୍ପିତା ମୁଖାର୍ଜୀ । ଅଗଷ୍ଟ 18 ତାରିଖ ଯାଏଁ ଦୁହିଁଙ୍କୁ ପଚରାଉଚରା କରାଯିବ । କୋଲକାତାର ସେସନ୍ କୋର୍ଟ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।
କୋଲକାତା: ବିଚାର ବିଭାଗୀୟ ହାଜତକୁ ଗଲେ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ଘନିଷ୍ଠ ଅର୍ପିତା ମୁଖାର୍ଜୀ । ଅଗଷ୍ଟ 18 ତାରିଖ ଯାଏଁ ଦୁହିଁଙ୍କୁ ପଚରାଉଚରା କରାଯିବ । କୋଲକାତାର ସେସନ୍ କୋର୍ଟ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।

ପଶ୍ଚିମବଙ୍ଗରେ ଏସଏସସି ଘୋଟାଲାର ତଦନ୍ତବେଳେ ଅର୍ପିତା ମୁଖାର୍ଜୀଙ୍କ ଘର ଓ ଅନ୍ୟ ସମ୍ପର୍କୀୟଙ୍କ ଘରୁ ମୋଟ୍ 48 କୋଟି ଟଙ୍କା ଜବତ କରିଥିଲା ଇଡି । ଟିଏମସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠତା ଲିଙ୍କ୍ ପାଇବା ପରେ ତାଙ୍କ ବାସଭବନ ସମେତ ଅନେକ ସ୍ଥାନରେ ଉପରେ ଚଢ଼ାଉ କରିଥିଲା ଇଡି । ଏହାପରେ ପାର୍ଥ ଚାଟାର୍ଜୀଙ୍କ ସହ ଅର୍ପିତା ମୁଖାର୍ଜୀ ସଂପୃକ୍ତ ଥିବା ଜାଣିବା ପରେ ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହାପରେ ଉଭୟ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ତେବେ କୋର୍ଟ ଉଭୟଙ୍କ ଜାମିନ ଆବେଦନ ଖାରଜ କରିଥିଲେ । ଏହାପରେ ପୁନଃ ଉଭୟଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିଲା । ଅଧିକ ପଚରାଉଚରା ପାଇଁ ଉଭୟଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଅନ୍ୟପଟେ ଅର୍ପିତାଙ୍କ ଓକିଲ ତାଙ୍କୁ ଜେଲ୍ରେ ଏକାକୀ ରଖିବା ପାଇଁ କହିଛନ୍ତି । କାରଣ ଅର୍ପିତାଙ୍କ ଜୀବନ ପ୍ରତି ରହିଛି । ଏମିତିକି ତାଙ୍କୁ ଦିଆଯାଉଥିବା ଖାଦ୍ୟର ମଧ୍ୟ ଯାଞ୍ଚ ହେବା ଆବଶ୍ୟକ ।" ଏଥିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓକିଲ ମଧ୍ୟ ସମ୍ମତି ପ୍ରକାଶ କରିଛନ୍ତି ।












Click it and Unblock the Notifications