ବିଧାନସଭାରେ 'ପରୀ' ତାତି : ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କଲା ବିଜେପି, ଏସଆଇଟି ବିଜ୍ଞପ୍ତି ଉପସ୍ଥାପନ କଲେ ମନ୍ତ୍ରୀ
ଅପରାହ୍ନ ତିନିଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ବିଜେପି ଜୋରଦାର୍ ହଙ୍ଗାମା କରିଛି ।
ଭୁବନେଶ୍ୱର : ପରୀକୁ ନେଇ ବିଧାନସଭାର ତାତି ଥମୁ ନାହିଁ । ଅପରାହ୍ନ ତିନିଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ବିଜେପି ଜୋରଦାର୍ ହଙ୍ଗାମା କରିଛି । ବିଜେପି ଗୃହରେ ପାଟିତୁଣ୍ଡ କରିବା ସହ ପ୍ରବଳ ହୋହଲ୍ଲା କରିଛି । ଏପରିକି ବାଚସ୍ପତିଙ୍କ ପୋଡିୟମର ଗ୍ଲାସ ସିଲ୍ଡ କାଢ଼ି ଫୋପାଡି ଦେଇଛି ବିଜେପି । ବିଜେପି ବିଧାୟକ ମୋହନ ମାଝୀ ବାଚସ୍ପତିଙ୍କ ଗ୍ଲାସ ସିଲ୍ଡ ଫୋପାଡିବା ସହ ମାଇକକୁ ଟଣାଓଟରା କରିଛନ୍ତି । ଆହୁରି ମଧ୍ୟ ବିଜେପିର ବିଧାୟକ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଛନ୍ତି । ଏହାକୁ ନେଇ ବାଚସ୍ପତି 30 ମିନିଟ୍ ପାଇଁ ଗୃହକୁ ମୁତଲବି ଘୋଷଣା କରିଥିଲେ ।
30 ମିନିଟ୍ ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଗୃହରେ ବିବୃତି ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ପରୀ ହତ୍ୟା ଘଟଣାରେ ଏସଆଇଟି ତଦନ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ କହିଛନ୍ତି । ଏନେଇ ହାଇକୋର୍ଟ ରେଜିଷ୍ଟାରଙ୍କୁ ଚିଠି ଲେଖାଯାଇଛି । ଏ ସଂପର୍କିତ ବିଜ୍ଞପ୍ତିକୁ ଗୃହରେ ଉପସ୍ଥାପନ କରିଛନ୍ତି ମନ୍ତ୍ରୀ ଆରୁଖ । ସୂଚନାଥାଉକି, ଆଜି ବିଧାନସଭା ଆରମ୍ଭରୁ ଉଭୟ କଂଗ୍ରେସ ଓ ବିଜେପି ପରୀ ହତ୍ୟା ଘଟଣାକୁ ନେଇ ଗୃହରେ ଜୋରଦାର୍ ବିରୋଧ କରି ଆସୁଛନ୍ତି । ପ୍ରଥମେ ଅପରାହ୍ନ 3ଟା ଯାଏଁ ବିଧାନସଭାକୁ ମୁତଲବି ରଖାଯାଇଥିବା ବେଳେ ପରବର୍ତ୍ତି ସମୟରେ ହୋହାଲ୍ଲା ଜାରି ରହିଥିବାରୁ ପୁଣି 30 ମିନିଟ୍ ବିଧାନସଭାକୁ ମୁତଲବି କରିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।












Click it and Unblock the Notifications