Get Updates
Get notified of breaking news, exclusive insights, and must-see stories!

ଘୁଞ୍ଚିବନି ପଞ୍ଚାୟତ ନିର୍ବାଚନ: ପ୍ରତାପ ଜେନା

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।

ଭୁବନେଶ୍ୱର: କରୋନା ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବଢ଼ିଲାଣି ଚିନ୍ତା । ସଂକ୍ରମଣ ଭୟ ଥିବାରୁ ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାଚନ ହେବ ନା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଲାଣି । ତେବେ ଏଭଳି ଆଶଙ୍କା ଦେଖା ଦେଉଥିଲେ ବି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।

Pratap Jena

ସେ କହିଛନ୍ତି, ରାଜ୍ୟ ସରକାର ଏ ନେଇ ନିର୍ବାଚନ କମିଶନଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଖୁବଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହେବ । ଫେବୃଆରୀରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାର ଅଛି । ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ବି ଆରମ୍ଭ ହୋଇଛି । ତେବେ କୌଣସି ପରିସ୍ଥିତିରେ ନିର୍ବାଚନ ଘୁଞ୍ଚିବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ସୂଚନାଯୋଗ୍ୟ, ରାଜ୍ୟ ନିର୍ବାଚନ କମିଶନ ନଭେମ୍ବର ୧୬ତାରିଖରେ ଏକ ବିଜ୍ଞପ୍ତି ଜାରି କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସିଟ୍ ସଂରକ୍ଷଣ ତାଲିକା ଜାରି କରିଥିଲେ । ବିଜ୍ଞପ୍ତି ଅନୁସାରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ମୋଟ ୮୫୩ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ପଛୁଆ ବର୍ଗଙ୍କ ପାଇଁ ମାତ୍ର ୧୦୪ଟି ଆସନ ସଂରକ୍ଷିତ ରହିଛି। ଏଥିରେ ୧୪ଟି ଜିଲ୍ଲାର ଜିଲ୍ଲା ପରିଷଦରେ ଗୋଟିଏ ବି ଆସନ ପଛୁଆ ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ହୋଇନାହିଁ । ଯେଉଁ ୧୪ଟି ଜିଲ୍ଲାରେ ପଛୁଆ ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣର ସୁବିଧା ନାହିଁ ସେଗୁଡ଼ିକ ହେଲା-ଦେବଗଡ଼, ଗଜପତି, ସୁନ୍ଦରଗଡ଼, ସମ୍ବଲପୁର, ରାୟଗଡ଼, ନୂଆପଡ଼ା, ନବରଙ୍ଗପୁର,ମୟୂରଭଞ୍ଜ,ମାଲକାନଗିରି, କୋରାପୁଟ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି ଓ ଝାରସୁଗୁଡ଼ା । ଏହି ଜିଲ୍ଲାର ଜିଲ୍ଲା ପରିଷଦର କୌଣସି ଗୋଟିଏ ବି ସିଟ୍ ପଛୁଆ ବର୍ଗଙ୍କ ନିମନ୍ତେ ସଂରକ୍ଷିତ ନଥିବାବେଳେ ବୌଦ୍ଧ ଜିଲ୍ଲାରେ ମାତ୍ର ଗୋଟିଏ ଆସନ ପଛୁଆ ବର୍ଗଙ୍କ ନିମନ୍ତେ ଉଦ୍ଦିଷ୍ଟ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+