ପଞ୍ଚାୟତ ନିର୍ବାଚନ ୨୦୨୨: ବିଜେପି ପ୍ରକାଶ କଲା ନିର୍ବାଚନୀ ଇସ୍ତାହାର

ବିଜେପି ଜାରି କଲା ଇସ୍ତାହାର ଓ ଅଭିଯୋଗ ପତ୍ର । ବିଜେପି ସଭାପତି ସମୀର ମହାନ୍ତି ଓ ଅନ୍ୟ ବରିଷ୍ଠ ନେତୃବନ୍ଦଙ୍କ ଉପସ୍ଥିତିରେ ଇସ୍ତାହାର ପତ୍ର ଉନ୍ମୋଚିତ ହୋଇଛି ।

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ଗାଁ ରୁ ସହର । ଛକ ଛକରେ ପୋଷ୍ଟର ଲଢେଇ । ଇତିମଧ୍ୟରେ ବିଜେପି ଜାରି କଲା ଇସ୍ତାହାର ଓ ଅଭିଯୋଗ ପତ୍ର । ବିଜେପି ସଭାପତି ସମୀର ମହାନ୍ତି ଓ ଅନ୍ୟ ବରିଷ୍ଠ ନେତୃବନ୍ଦଙ୍କ ଉପସ୍ଥିତିରେ ଇସ୍ତାହାର ପତ୍ର ଉନ୍ମୋଚିତ ହୋଇଛି । ପଞ୍ଚାୟତା ଗ୍ରାମସଭା, ପଲ୍ଲୀ ସଭା ଆଦି ହେବ । କେନ୍ଦ୍ର ପଠାଉଥିବା ଟଙ୍କା ତୃଣମୂଳ ସ୍ତରରେ ସଠିକ୍ ଭାବେ ବିନିଯୋଗ ହେଉଛି କି ନାହିଁ, ତାହା ଜଗିବ ବିଜେପି ।

odisha panchayat election

ବିଜେପିକୁ ପଞ୍ଚାୟତ ନିର୍ବାଚନରେ ବିଜୟୀ କଲେ ପଞ୍ଚାୟତରେ ଗ୍ରାମସଭା ଓ ପଲ୍ଲୀସଭା ହେବ । କେନ୍ଦ୍ର ପଠାଉଥିବା ଟଙ୍କାର ଜଗୁଆଳି ହେବ । ମହିଳା ଶସକ୍ତିକରଣ ଓ ପ୍ରତ୍ୟେକ ପଞ୍ଚାୟତରେ ମହିଳାଙ୍କ ଦ୍ୱାରା ଉତ୍ପାଦିତ ଜିନିଷକୁ ବଜାରରେ ବିକ୍ରି କରାଯିବ। ଗାଁ ଗଣ୍ଡାରେ ଥିବା ନାଳ ନର୍ଦ୍ଦମାର ସ୍ଥିତି ସୁଧାରିବା ସହିତ ରୋସନ କାର୍ଡରୁ ବଞ୍ଚିତ ହୋଇଥିବା ସାଧାରଣ ଲୋକଙ୍କୁ ରେସନକାର୍ଡ ଯୋଗାଇଦିଆଯିବ ।

ଷ୍ଟ୍ରିଟ୍‌ ଲାଇଟ ଲଗାଇବା ଓ ବର୍ଜ୍ୟବସ୍ତୁ ପରିଚାଳନାରେ ସୁଧାର ଆସିବ । ସେହିପରି ପ୍ରତି ଘରକୁ ବିଜୁଳି ଓ ରନ୍ଧନ ଗ୍ୟାସ ପହଁଚାଯିବ । ସେହିପରି ମହିଳାମାନଙ୍କ ପାଇଁ ଗଠନ କରାଯାଇଥିବା ସ୍ୱଂୟ ସହାୟକ ଗୋଷ୍ଠୀ ଭଳି ରାଜ୍ୟର ବେକାର ଯୁବକ ମାନଙ୍କୁ କର୍ମନିଯୁକ୍ତ କରିବା ପାଇଁ ସଂୟ ସହାୟକ ଗୋଷ୍ଠୀ ଗଢିବ ବିଜେପି । ଯୁବକ ମାନଙ୍କୁ ତାଲିମ ସହ କର୍ମନିଯୁକ୍ତି ଯୋଗାଇବାରେ ସହାୟକ ହେବ ବୋଲି ଇସ୍ତାହାରରେ ପ୍ରକାଶ ପାଇଛି ।

ଇସ୍ତାହାରରେ ବିଜେପି ପ୍ରକାଶ କରିଛି, ଓଡିଶାରେ ବାରମ୍ବାର ବନ୍ୟା ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ପ୍ରତିବର୍ଷ ଆସୁଛି । ଜଗତସିଂହପୁରର ଆରମ୍ଭ କରି ମୟୁରଭଞ୍ଜ ପର୍ଯ୍ୟନ୍ତ ସାଧାରଣ ଲୋକ ଅତ୍ୟାବଶକୀୟ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ପଠାଉଥିବା ଅର୍ଥକୁ ହ଼ଡପ କରାଯାଉଛି । ତେଣୁ ବିଜେପି ଏହି ଅର୍ଥକୁ ସୁପରିଚାଳନା କରିବା ସହିତ ସାଧାରଣ ଲୋକଙ୍କ ପାଖରେ ପହଁଚାଇବ ବୋଲି ଇସ୍ତାହାରରେ ପ୍ରକାଶ କରିଛି ବିଜେପି ।

ତେବେ ବିଜେପି ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରିଥିବା ବେଳେ କଂଗ୍ରେସ ମଧ୍ୟ ଖୁବଶୀଘ୍ର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବ ବୋଲି କହିଛି । କଂଗ୍ରେସ ଶାସନ କ୍ଷମତାକୁ ଆସିଲେ ଦରଦାମ ନିୟନ୍ତ୍ରଣ କରାଯିବ, ବେକାରୀ ସମସ୍ୟା ଦୂର କରାଯିବ ସେହିପରି ଧାନ ମଣ୍ଡି ସମସ୍ୟା ଦୂର ହେବ। ଉଭୟ ବିଜେଡି଼ ବିଜେପି ଯାହା କୁହନ୍ତି କିଛି କରନ୍ତି ନାହିଁ, ଖାଲି ଭୋଟ ପାଇବାକୁ ଆଳ କରି ଇସ୍ତାହାର ରାଜନୀତି କରୁଛନ୍ତି । ହେଲେ କଂଗ୍ରେସ ଦରଦାମ ବୃଦ୍ଧି, ଧାନ କିଣା ପ୍ରସଙ୍ଗ, ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଲୋକଙ୍କ ପାଖକୁ ଯିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତ ରାୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+