ରାଜ୍ୟରେ ଠିକ୍ ସମୟରେ ହେବ ପଞ୍ଚାୟତ ନିର୍ବାଚନ: ପ୍ରତାପ ଜେନା
ପଞ୍ଚାୟତ ନିର୍ବାଚନ ଠିକ ସମୟରେ ହେବ ଓ ଏନେଇ ଖୁବ ଶୀଘ୍ର ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ସେହିପରି ପୌର ନିର୍ବାଚନ ପାଇଁ ମଧ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି।
ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଠିକ ସମୟରେ ହେବ ଓ ଏନେଇ ଖୁବ ଶୀଘ୍ର ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ସେହିପରି ପୌର ନିର୍ବାଚନ ପାଇଁ ମଧ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି। ତେଣୁ ରାଜ୍ୟରେ ଠିକ ସମୟରେ ପଞ୍ଚାୟତ ନିର୍ବାଚନ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି।

ଆଉ ଏଭଳି ସଂକେତ ମିଳିବା ପରେ ମଙ୍ଗଳବାର ସମସ୍ତ ଜିଲ୍ଲାର ମହିଳା ପର୍ଯ୍ୟବେକ୍ଷକଙ୍କୁ ମନ୍ତ୍ର ଦେଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବିରୋଧୀଙ୍କୁ ଟାର୍ଗେଟ କରିବା ବଦଳରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ସରକାରଙ୍କ ଉପଲବ୍ଧିକୁ ନେଇ ନିର୍ବାଚନ ବୈତରଣୀକୁ ପାର ହେବାକୁ ଚେଷ୍ଟା କରିବ ବିଜେଡି ।
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ରାଜନୀତି ତେଜୁଥିବା ବେଳେ ଆଜି ଏଥିନେଇ ପ୍ରତିକ୍ରିୟା ରଖି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ସରିଛି। ଖୁବ୍ ଶୀଘ୍ର ନିର୍ବାଚନ କମିଶନଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ଯାଉଛି । ଠିକ୍ ସମୟରେ ନିର୍ବାଚନ ହେବ। ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଯେଉଁ ସବୁ ସମସ୍ୟା ରହିଥିଲା ସେସବୁକୁ ଦୂର କରି କିପରି ପୌର ନିର୍ବାଚନ ହୋଇ ପାରିବ ସେନେଇ ପ୍ରସ୍ତୁତି ଚାଲିଛି ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି।












Click it and Unblock the Notifications