ଏଣିକି ବ୍ଲକରେ ହେବ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଏନେଇ ରାଜ୍ୟରେ ରାଜନୈତିକ ହଲଚଲ ଆରମ୍ଭ ହୋଇଯାଇଥିବା ବେଳେ ନିର୍ବାଚନ ଫଳାଫଳ ଘୋଷଣା ନେଇ ଏକ ବଡ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ପଞ୍ଚାୟତିରାଜ ବିଭାଗ। ଏଣିକି ବୁଥ ବଦଳରେ ବ୍ଲକ କାର୍ଯ୍ୟଳୟରେ ଭୋଟ ଗଣତି କରାଯିବ। ପାଇଁ ବିଭାଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି।

Panchayat election vote counting

ନୂତନ ବ୍ୟବସ୍ଥା ଅନୁସାରେ ଏଣିକି ବୁଥ୍ ନୁହେଁ, ବ୍ଲକରେ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି କରାଯିବାକୁ ପ୍ରସ୍ତାବ ଦିଆଯାଇଛି ଏହି ବିଜ୍ଞପ୍ତିରେ। ଭୋଟ ଗ୍ରହଣ ପରେ ଭୋଟ ବାକ୍ସ ସିଲଡ୍ କରି ବ୍ଲକରେ ରହିବ। ସମସ୍ତ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଗଣତି କରାଯିବ। ପଞ୍ଚାୟତରାଜ ବିଭାଗ କାଉଣ୍ଟିଂ ନେଇ ନୂଆ ନିୟମ ଆଣିବାକୁ ଯାଉଛି। ଏଥିପାଇଁ ଏକ ଡ୍ରାଫଟ୍ ନୋଟିଫିକେସନ୍ ପ୍ରକାଶ ପାଇଛି। ୧୫ ଦିନ ଭିତରେ ଆପତ୍ତି, ଅଭିଯୋଗ ପରେ ଚୂଡାନ୍ତ ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଇବ। ଓଡିଶା ଗ୍ରାମ ପଞ୍ଚାୟତ ଇଲେକସନ୍ ସଂଶୋଧନ ରୁଲ୍ ୨୦୨୧ ଅନୁସାରେ ଭୋଟ ଗ୍ରହଣ ଦିନ ଗଣତି ନହୋଇ ନୂତନ ନିୟମ ଅନୁସାରେ ଭୋଟ ଗ୍ରହଣ ଶେଷ ହେବାପରେ ଜାଇଡିଂ ଅଫିସର୍, ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବେଲଟ୍ ବକ୍ସ ଓ ଅନ୍ୟାନ୍ୟ ପେପର୍ ସିଲ୍ଡ କରିବେ। ତାପରେ ତାକୁ ଇଲେକସନ୍ ଅଫିସରଙ୍କ ପାଖକୁ ପଠାଯିବ।

ସବୁ ପର୍ଯ୍ୟାୟ ଭୋଟ ଶେଷ ହେବ ପରେ ହେବ ଗଣତି

ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାପରେ ବ୍ଲକ କାର୍ଯ୍ୟ।ଳୟରେ କାଉଣ୍ଟିଂ ହେବ। ଏହାକୁ ସେଣ୍ଟ୍ରାଲ୍ କାଉଣ୍ଟିଂ କୁହାଯିବ। ପ୍ରାର୍ଥୀ ଏବଂ ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ଗଣତି ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ ଗଣତି ହେବ। ପୂର୍ବରୁ କିନ୍ତୁ ଏହି ବ୍ୟବସ୍ଥା ନଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଯେଉଁ ଦିନ ଭୋଟଗ୍ରହଣ ହୋଇଥିଲା ସେଦିନ ହିଁ ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ କିଏ ଜିତିଛି ଓ କିଏ ହାରିଛି ତାହା ଜଣା ପଡିଯାଉଥିଲା। ତେବେ ଏହି ପ୍ରସ୍ତାବିତ ନୂତନ ପଦ୍ଧତି କାର୍ଯ୍ୟକାରି କରାଗଲେ ଅଧିକ ସଂଖ୍ୟକ ବାଲଟ ବକ୍ସ ଆବଶ୍ୟକ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+