For Quick Alerts
Turn On Notification  
For Daily Alerts
Oneindia App Download

ପଞ୍ଚାୟତ ନିର୍ବାଚନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା: ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୧୨୬ ସରପଞ୍ଚ

ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି ୧୨୬ଜଣ ସରପଞ୍ଚ । ସେହିପରି ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି ୩୨୬ ଜଣ ସମିତି ସଭ୍ୟ ପ୍ରାର୍ଥୀ, ଏବଂ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀ

|

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି ୧୨୬ଜଣ ସରପଞ୍ଚ । ସେହିପରି ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି ୩୨୬ ଜଣ ସମିତି ସଭ୍ୟ ପ୍ରାର୍ଥୀ, ଏବଂ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀ ।

odisha panchayat election

ସେହିପରି ବିନା ଲଢେଇରେ ନିର୍ବାଚିତ ହୋଇଛନ୍ତି ୩୬ ହଜାର ୫୨୩ ଜଣ ୱାର୍ଡମେମ୍ବର ପ୍ରାର୍ଥୀ । କମିଶନ ଏସବୁ ସ୍ଥାନରେ ଥିବା ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷଣା କରିଛନ୍ତି । ତେବେ ଢିଙ୍କିଆରେ ଚଳିତବର୍ଷ ବଦଳରେ ଆସନ୍ତାବର୍ଷ ହେବ ପଞ୍ଚାୟତ ନିର୍ବାଚନ । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି ।

ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁଙ୍କ ଦ୍ୱାରା ଜାରି ସୂଚନା ଅନୁସାରେ ୨୦୨୨ ପଞ୍ଚାୟତ ନିର୍ବାଚନରେ ମୋଟ ୯୧୮୯୦ଟି ୱାର୍ଡମେମ୍ବର, ୬୭୯୩ଟି ସରପଂଚ ଓ ୬୭୯୩ଟି ପଂଚାୟତ ସମିତି ସଭ୍ୟ ଏବଂ ୮୫୩ଟି ଜିଲ୍ଲା ପରିଷଦ ସଭ୍ୟ ଆସନରେ ନିର୍ବାଚନ ହେଉଛି । ତେବେ ପ୍ରାୟ ୩୯ ପ୍ରତିଶତ ୱାର୍ଡମେମ୍ବର ଆସନରେ କୌଣସି ପ୍ରତିଦ୍ୱନ୍ଦ୍ୱିତା ହୋଇନାହିଁ । ଗତକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର ସହ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଜାରି ହୋଇଛି ତଥା ପ୍ରାର୍ଥୀମାନଙ୍କୁ ନିର୍ବାଚନୀ ଚିହ୍ନ ମଧ୍ୟ ଆବଣ୍ଟିତ ହୋଇଛି ।

ପଞ୍ଚାୟତ ନିର୍ବାଚନରେ ଚଳିତଥର ମୋଟ ୨ଲକ୍ଷ ୨୯ହଜାର ୦୬୨ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ରାଜ୍ୟର ମୋଟ ୨କୋଟି ୭୯ଲକ୍ଷ ୩୫ହଜାର ୫୨୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Panchayat Election Final Candidate List: 128 sarpanches elected unopposed
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X