For Quick Alerts
Turn On Notification  
For Daily Alerts
Oneindia App Download

ପଞ୍ଚାୟତ ନିର୍ବାଚନ ୨୦୨୨: ତେଜୁଛି ବିଜେଡି-ବିଜେପି ଆରୋପ, ପ୍ରତ୍ୟାରୋପ

ନିର୍ବାଚନୀ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ଅଭିଯୋଗରେ ରାଜ୍ୟ ନିର୍ବାଚନ କମିସନଙ୍କ ପାଖରେ ଫେରାଦ ହୋଇଛନ୍ତି ଉଭୟ ବିଜେପି ଓ ବିଜେଡିର ପ୍ରତିନିଧି ଦଳ ।

|

ଭୁବନେଶ୍ବର: ସରଗରମ ହେଲାଣି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମାହୋଲ । ଗାଁ ଗହଳିରେ ଲାଗିଲାଣି ପୋଷ୍ଟର । ଛକଛକରେ ନେତାଙ୍କ ଭିଡ । ଭୋଟ୍ ହାତେଇବା ପାଇଁ ଡିଜିଟାଲ କ୍ୟାପେନ । ତେବେ ଇତିମଧ୍ୟରେ ନିର୍ବାଚନୀ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ଅଭିଯୋଗରେ ରାଜ୍ୟ ନିର୍ବାଚନ କମିସନଙ୍କ ପାଖରେ ଫେରାଦ ହୋଇଛନ୍ତି ଉଭୟ ବିଜେପି ଓ ବିଜେଡିର ପ୍ରତିନିଧି ଦଳ ।

 BJD-BJP

କମିସନଙ୍କୁ ଭେଟି ପରସ୍ପର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଭୋଟ୍ ହାତେଇବାକୁ ବିଜେପି ଧର୍ମ ନାଁରେ ଶପଥପାଠ କରାଉଥିବା ଅଭିଯୋଗରେ ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ ଭଗବାନଙ୍କ ନାଁରେ ଅଭିଯୋଗ ଆଣିଛି ବିଜେଡି଼ । ବିଜେଡିର ଅଭିଯୋଗ ଅନୁସାରେ ଗତ ୨୬ ତାରିଖରେ ଧାମନଗରରେ ଏକ ମନ୍ଦିରରେ ନିଜ ସମର୍ଥକଙ୍କୁ ଭୋଟ ଦେବାକୁ ଶପଥ କରାଇଥିଲେ ବିଜେପି ବିଧାୟକ । ଏହାର ପ୍ରମାଣ ଦେଇ ବିଷ୍ଣୁଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିଜେଡି ପ୍ରତିନିଧି ଦଳ ।

ଅନ୍ୟପଟେ ବିଜେପିର ପ୍ରତିନିଧି ଦଳ ନିର୍ବାଚନ କମିସନଙ୍କୁ ଭେଟି ଏକାଧିକ ଅଭିଯୋଗ ଆଣିଛନ୍ତି । ପ୍ରଶାସନିକ ଅଧିକାରୀ ଶାସକ ଦଳ ପାଇଁ ପ୍ରଚାର କରୁଛନ୍ତି । ମାଲକାନଗିରିର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଲାଞ୍ଚ ଦେବା ଘଟଣାରେ ସରକାରୀ କର୍ମଚାରୀଙ୍କୁ ସଂପୃକ୍ତି, ନିର୍ବାଚନ କମିସନଙ୍କ ଗାଇଡଲାଇନ ସତ୍ତ୍ୱେ ଆଠମଲ୍ଲିକ କିଶୋର ନଗର ବ୍ଲକ ଅଧ୍ୟକ୍ଷା ନିଜ ଜିଲ୍ଲାରେ ପତାକା ଉତ୍ତୋଳନ କରିବା । ଚିକିଟିର ପାତ୍ରପୁର ବ୍ଲକ ଆଙ୍କୁଳି ପଞ୍ଚାୟତର ଏକମାତ୍ର ବିଜେପି ପ୍ରାର୍ଥୀ ନମିତା ନାୟକଙ୍କ ପ୍ରାର୍ଥୀପତ୍ର ଚୋରି ବାହାନାରେ ପୁଣି ନିର୍ବାଚନ କରାଯାଉଥିବା ଅଭିଯୋଗ କରିଛି ବିଜେପି । ଏସବୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Panchayat Election 2022: BJD-BJP allegations on Violation of Electoral Code of Conduct
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X