ଦିଲ୍ଲୀରୁ ନବୀନଙ୍କ ଆଶା, ବିଜେଡିକୁ ଆଶୀର୍ବାଦ କରିବେ ପଦ୍ମପୁରବାସୀ
ଦିଲ୍ଲୀ ପହଞ୍ଚି ସେଠାର ପଦ୍ମପୁର ଉପନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି଼ ସୁପ୍ରିମୋ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି ବିଧାନସଭା ଉପନିର୍ବାଚନରେ ଲୋକମାନେ ବିଜେଡିକୁ ଭୋଟ ଦେବେ ବୋଲି ଆଶା କରୁଛି ।
ପଦ୍ମପୁର: ଆଜିଠୁ ନୂଆଦିଲ୍ଲୀ ଗସ୍ତରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜି-୨୦ ବୈଠକ ଆୟୋଜନ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁଥିବା ବୈଠକରେ ଯୋଗ ଦେବେ । ଆଜି ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ବାହାରି ସାରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଦିଲ୍ଲୀ ପହଞ୍ଚି ସେଠାର ପଦ୍ମପୁର ଉପନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି଼ ସୁପ୍ରିମୋ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି ବିଧାନସଭା ଉପନିର୍ବାଚନରେ ଲୋକମାନେ ବିଜେଡିକୁ ଭୋଟ ଦେବେ ବୋଲି ଆଶା କରୁଛି । ପଦମପୁରବାସୀ ବିଜେଡିକୁ ଆଶୀର୍ବାଦ କରିବେ ।

ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟିଂ । ଦିନ ୩ଟା ସୁଦ୍ଧା ୬୫.୨୮% ମତଦାନ ନେଇ ସୂଚନା ମିଳିଛି । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବା ପାଇଁ ଲୋକଙ୍କ ମଧ୍ୟ ଉତ୍ସାହ ଦେଖିବା ପାଇଁ ମିଳୁଛି । ତେବେ କିଛି ସ୍ଥାନକୁ ଛାଡିଦେଲେ ଅନ୍ୟ ସ୍ଥାନରେ ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ ପ୍ରକ୍ରିୟା । ମୈଦାନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ୧୦ ଜଣଙ୍କ ପାଇଁ ପଦ୍ମପୁରବାସୀ ମତଦାନ କରୁଛନ୍ତି ।
୩୧୯ ବୁଥରେ ଚାଲିଛି ମତଦାନ, ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେଉଛନ୍ତି ଲୋକେ । ୬ଟି ପିଙ୍କ୍ ବୁଥ୍ ହୋଇଥିବା ବେଳେ ୧୫ଟି ମଡେଲ୍ ବୁଥ୍ ହୋଇଛି । ୭୪ଟି ବୁଥ୍ ନକ୍ସଲ ପ୍ରଭାବିତ ଅଞ୍ଚଳରେ ରହିଛି । ସେହିପରି ୭୮ଟି ସମ୍ବେଦନଶୀଳ ବୁଥ ରହିଛି । ମତଦାନ ପାଇଁ ସମସ୍ତ ପୁଲିଂ ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପଦ୍ମପୁର ଭୋଟିଂ ପାଇଁ ୧୨୭୬ ପୋଲିଂ ଅଧକାରୀ ନିଯୁକ୍ତ ହୋଇଛନ୍ତି । ଭୋଟ୍ ଗ୍ରହଣ ପାଇଁ ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସମେତ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
ପଦ୍ମପୁର ପାଇଁ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ବିଜେଡି ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି । ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁରରେ ଉପନିର୍ବାଚନ ହେଉଛି । ଆଜି ଭୋଟିଂ ଚାଲିଥିବା ବେଳେ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ ଫଳାଫଳ।












Click it and Unblock the Notifications