ପଦ୍ମପୁର ଉପନିର୍ବାଚନ : କଂଗ୍ରେସ ଜାରି କଲା ୪୦ ଜଣିଆ ଷ୍ଟାର୍ କ୍ୟାମ୍ପେନର ତାଲିକା
ପଦ୍ମପୁର ଉପନିର୍ବାଚନ : ପ୍ରକାଶ ପାଇଲା କଂଗ୍ରେସର ୪୦ ଜଣିଆ ଷ୍ଟାର୍ କ୍ୟାମ୍ପେନର ତାଲିକା
ପଦ୍ମପୁର:ପଦ୍ମପୁର ଉପନିର୍ବାଚନ । ପ୍ରକାଶ ପାଇଲା କଂଗ୍ରେସର ୪୦ ଜଣିଆ ଷ୍ଟାର୍ କ୍ୟାମ୍ପେନର ତାଲିକା । ଏହି ଲିଷ୍ଟରେ ପ୍ରଭାରୀ ଏ.ଚେଲ୍ଲା କୁମାର, ରୁଦ୍ର ରାଜୁ, ପିସିସି ସଭାପତି ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ରଙ୍କୁ ସ୍ଥାନ ମିଳିଛି । ସେହିପରି ଜୟଦେବ ଲେଖା, ପ୍ରସାଦ ହରିଚନ୍ଦନ, ଚିରଞ୍ଜିବୀ ବିଶ୍ୱାଳ, ଭକ୍ତ ଦାସ, ସପ୍ତଗିରି ଉଲ୍ଲାକାଙ୍କ ନାଁ ଷ୍ଟାର କ୍ୟାମ୍ପେନର ଲିଷ୍ଟରେ ରହିଛି । ସେହିପରି ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଁ ନାହଁନ୍ତି ବିଧାୟକ ମହମ୍ମଦ ମୋକିମ୍ ।

ସେପଟେ ଆଜି ବିଜେପି ଏବଂ ବିଜେଡି ଉଭୟ ପଦ୍ମପୁର ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିସାରିଛି । ଭାରତୀୟ ଜନତା ପାର୍ଟିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଏଥର ମୈଇଦାନରେ ଦେଖିବା ପାଇଁ ମିଳିବ ୪ କେନ୍ଦ୍ରମନ୍ତ୍ରୀଙ୍କୁ । ତେବେ ଏହି ତାଲିକାରେ ଚାରି କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଅର୍ଜୁନ ମୁଣ୍ତା ଏବଂ ବିଶେଶ୍ୱର ଟୁଡୁ ରହିଛନ୍ତି । ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ସାମିଲ କରାଯାଇଛି । ସେହିପରି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପାଣ୍ତା, ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ସାଂସଦ ଅପରାଜିତା ଷଡଙ୍ଗୀ, କ୍ଷେତ୍ର ପ୍ରଭାରୀ ସୁନୀଲ ବଂସଲ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ ।
ସେହିପରି ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି । ଏଥର ମୈଦାନକୁ ଓହ୍ଲାଇବେ ୧୦ ଜଣ ମନ୍ତ୍ରୀ ଓ ୩ ଜଣ ଅଭିନେତା । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ କେଶରୀ ଦେବ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ସୁଶାନ୍ତ ସିଂହ, ରାଜେନ୍ଦ୍ର ଢ଼ୋଲକିଆ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ଶ୍ରୀମୟୀ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ସମୀରରଂଜନ ଦାଶ, ଦିବ୍ୟଶଙ୍କର ମିଶ୍ର , ପ୍ରତାପ ଜେନା, ଡକ୍ଟର ଅରୁଣ ସାହୁ, ରବୀନ୍ଦ୍ର କୁମାର ଜେନା, ସୁଧୀର ସାମଲ, ସାରଦା ନାୟକ, ନବ ଦାସ, ପୁଷ୍ପେନ୍ଦ୍ର ସିଂଦେଓ, କଳିକେଶ ନାରାୟଣ ସିଂଦେଓ, ଟୁକୁନି ସାହୁ, ରୀତା ସାହୁ, ମନୋହର ରନ୍ଧାରୀ, ବିଭୂତି ବଳବନ୍ତରାୟ, ଦେବେଶ ଆଚାର୍ଯ୍ୟ, ରମେଶ ମାଝି, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ରସାରଥୀ ବେହେରା, ପ୍ରଦୀପ ମାଝି, ବିକ୍ରମ ପଣ୍ଡା, ଅଳକା ମହାନ୍ତି, ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ବ୍ରଜ କିଶୋର ପ୍ରଧାନ, ରାଜେନ୍ଦ୍ର କୁମାର ସାହୁ, ଆକାଶ ଦାସ ନାୟକ, ସତ୍ୟବ୍ରତ ତ୍ରିପାଠୀ ଓ ଅରିନ୍ଦମ ରାୟଙ୍କୁ ମିଶାଇ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ବିଜେଡି ।












Click it and Unblock the Notifications