ରାତି ପାହିଲେ ବାହାରିବ ପଦ୍ମପୁର ଫଳାଫଳ

ଆସନ୍ତାକାଲି ପଦ୍ମପୁର ଫଳାଫଳ । ସକାଳ ୮ରୁ ଆରମ୍ଭ ହେବ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ । ସେହିଭଳି ସକାଳା ୮ଟା ୩୦ରେ ଆରମ୍ଭ ହେବ ଇଭିଏମର ଗଣତି ।

ପଦ୍ମପୁର: ଆସନ୍ତାକାଲି ପଦ୍ମପୁର ଫଳାଫଳ । ସକାଳ ୮ରୁ ଆରମ୍ଭ ହେବ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ । ସେହିଭଳି ସକାଳା ୮ଟା ୩୦ରେ ଆରମ୍ଭ ହେବ ଇଭିଏମର ଗଣତି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ତେବେ ଜନଦେଶ କାହା ସପକ୍ଷରେ ଯାଇଛି କାଲି ହିଁ ସ୍ପଷ୍ଟ ହୋଇଯିବ । ବିଜେଡି ହାତରେ ପଦ୍ମପୁର ରହିବ ନା ପଦ୍ମପୁରରେ ପଦ୍ମ ଫୁଟିବ । ତାହା କାଲି ହିଁ ଜଣାପଡିଯିବ ।

Padmapur Bypoll Result

ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବାର ଆଶା କରାଯାଉଛି । ଉଭୟ ଦଳ ବିଜୟୀ ନେଇ ଆଶାବାଦୀ ଅଛନ୍ତି । ବିଜେଡି ବିଜୟୀ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଛି । ସେହିପରି ବିଜେପି ମଧ୍ୟ ନିଜ ବିଜୟ ସୁନିଶ୍ଚିତ ବୋଲି ଦାବି କରୁଛି । ଧାମନଗର ଉପନିର୍ବାଚନରସଫଳତାକୁ ପଦ୍ମପୁରରେ ଦୋହରାଇବ ବୋଲି ବିଜେପି କହିଛି । ତେଣୁ ଦେଖିବାକୁ ବାକି ରହିଲା କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ପଦ୍ମପୁରବାସୀ ।

ତେବେ ଶାସକ ବିଜୁ ଜନତା ଦଳ ପାଇଁ ପଦ୍ମପୁର ଫଳାଫଳ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି । କାରଣ ଧାମନଗର ଉପନିର୍ବାଚନରେ ଦଳ ପରାଜିତ ହେବା ପରେ ଚିନ୍ତାରେ ପଡିଛି । ଏହାସହ ପଦ୍ମପୁର ବିଜେଡିର ନିଜ ଆସନ ହୋଇଥିବାରୁ ଏହି ଆସନରେ ବିଜୟୀ ହୋଇ ସମ୍ମାନ ବଞ୍ଚାଇବାକୁ ଚାହିଁବ ବିଜେଡି । ଯେହେତୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପଦ୍ମପୁରରେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ତେଣୁ ଏହି ଆସନରେ ବିଜୟୀ ହେବା ଏବେ ଦଳ ପାଇଁ ବେଶ ଗୁରୁତ୍ୱ ବହନ କରୁଛି ।

ସେପଟେ ଫଳାଫଳ ପୂର୍ବରୁ ଆଜି ନବୀନ ନିବାସରେ ବିଜେଡିର ରୁଦ୍ଧ ଦ୍ବାରା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପଦ୍ମପୁର ଉପନିର୍ବାଚନ ଫିଡ୍‌ବ୍ୟାକ୍ ନିଆଯାଇଛି । ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ନେତା ଦେଇଛନ୍ତି ନିଜ ନିଜର ରିପୋର୍ଟ । ବିଜେଡି ଛାମୁଆ ନେତା ଯଥା ପ୍ରଣବ ପ୍ରକାଶ ଦାସ, ସୁଧୀର ସାମଲ, ରୋହିତ ପୂଜାରୀ, ପୁଷ୍ପେନ୍ଦ୍ର ସିଂଦେଓ ଉପସ୍ଥିତ ରହିଥିଲେ ।

ଅନ୍ୟପଟେ ଆଜି ସନ୍ଧ୍ୟାରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ବଡ଼ଧରଣର ଇଭିଏମ ଅଦଳବଦଳର ଅଭିଯୋଗ ଆଣିଛନ୍ତି । ସେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ଭେଟି ଅଭିଯୋଗ କରିବା ସହ ଘଟଣାର ଅନୁସନ୍ଧାନ ଦାବି କରିଛନ୍ତି। ନିର୍ବାଚନ ପରେ ୧୭ (ସି)ରେ ବିଜେପିକୁ ମିଳିଥିବା ଇଭିଏମ ଲିଷ୍ଟ ଏବଂ ଇଲେକ୍ସନ କମିଶନ ତରଫରୁ ଦିଆ ଯାଇଥିବା ତାଲିକା ମେଳ ଖାଉ ନଥିବା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ୧୧ଟି ବୁଥରେ ଇଭିଏମ ନମ୍ବର ତାଳମେଳ ଖାଉନାହିଁ । ଯେଉଁ ବୁଥଗୁଡ଼ିକରେ ବିଜେପିର ସ୍ଥିତି ଭଲ ଅଛି ସେହି ବୁଥ୍ ଗୁଡ଼ିକରେ ଏମିତି ସମସ୍ୟା ହୋଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ମୋଟ୍ ୮୧.୨୯% ଭୋଟର୍‌ ମତଦାନ ହୋଇଥିଲା । ଯାହାକି ନିର୍ବାଚନୀମଣ୍ଡଳୀ ପାଇଁ ଏକ ସର୍ବକାଳୀନ ରେକର୍ଡ । ତେବେ ପଦ୍ମପୁର ପାଇଁ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ବିଜେଡି ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି । ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁରରେ ଉପନିର୍ବାଚନ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+