Get Updates
Get notified of breaking news, exclusive insights, and must-see stories!

ପଦ୍ମପୁର ଉପନିର୍ବାଚନ: ଆଗକୁ କଂଗ୍ରେସ ନୋଟା ସହ ଲଢିବ, ସେନାପତି ବିଶ୍ୱାସଘାତ କଲେ ଦଳ କେମିତି ଆଗକୁ ଯିବ - ମୋକିମ୍

ପଦ୍ମପୁର ଉପନିର୍ବାଚନ: ଆଗକୁ କଂଗ୍ରେସ ନୋଟା ସହ ଲଢିବ- ମୋକିମ୍

ପଦ୍ମପୁର ଉପନିର୍ବାଚନ: ପଦ୍ମପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ବିସ୍ପୋରକ ବୟାନ ଦେଇ ଚର୍ଚ୍ଚାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ । ପୁଣି ଦଳ ବିରୋଧରେ ଯାଇ ବୟାନବାଜି କରିଛନ୍ତି । ନିଜ ଦଳକୁ ଟାର୍ଗେଟ୍ କରି ମୋକିମ୍ କହିଛନ୍ତି, ଦିଲ୍ଲୀରୁ ଦାୟିତ୍ୱ ପାଇଥିବା ଲୋକ କାହିଁକି ବିଜୟ ପାଇଁ ଚେଷ୍ଟା କରୁନାହଁନ୍ତି, ବରିଷ୍ଠ ନେତାଙ୍କୁ ଦେଖି ଜନତା ଆଉ ଭୋଟ୍ ଦେବା ପାଇଁ ଚାହୁଁ ନାହାଁନ୍ତି । ବରିଷ୍ଠ ମାନେ ଆଉ କଂଗ୍ରେସ ପାଇଁ ସମ୍ବଳ ନୁହେଁ, ବୋଝ ପାଲଟିଯାଇଛନ୍ତି, ସେମାନେ ଅବ୍ୟାହତି ନେବା ଉତିଚ୍ ଏପରି କହି ସେ ସିଧାସଳଖ ନିଜ ଦଳକୁ ଟାର୍ଗେଟ୍ କରିଛନ୍ତି ।

mohammed moquim

ପଦ୍ମପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ନିଜ ଦଳ ଉପରେ ବର୍ଷିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ସେ ଆହୁରି କହିଛନ୍ତି ଯେ, ବିଜେଡି ସୁପ୍ରିମୋଙ୍କ ଠାରୁ କଂଗ୍ରେସ ଶିଖିବାର ଅଛି । ବାରମ୍ବାର ହାରିବା ସତ୍ତ୍ୱେ ଦାଇତ୍ୱ ପାଇଥିବା ଲୋକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ କ'ଣ ପାଇଁ । ଉପନିର୍ବାଚନ କିଛି ଲୋକଙ୍କର ପକେଟ୍ ଗରମ କରିବାର ସୁଯୋଗ ଆଣୁଛି ଏମିତି ଜାରି ରହିଲେ ଆଗକୁ କଂଗ୍ରେସ ନୋଟା ସହ ଲଢିବ, ଦଳର ସେନାପତି ବିଶ୍ୱାସଘାତ କଲେ ଦଳ କେମିତି ଆଗକୁ ଯିବ ବୋଲି କହିଛନ୍ତି ମୋକିମ୍ । ଦିଲ୍ଲୀରେ କଂଗ୍ରେସ ସଭାପତିଙ୍କ ନିକଟରେ ମୋ କଥା ପହଁଚୁ ବୋଲି ମଧ୍ୟ ସେ କହିଛନ୍ତି । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଏହି ବୟାନ ପରେ ରାଜ୍ୟ କଂଗ୍ରେସରେ ଫାଟ ସୃଷ୍ଟି ହେଉଥିବା ନେଇ ଜଣାପଡୁଛି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+