ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଆରମ୍ଭ, ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଛି
ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଆରମ୍ଭ, ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଛି
ପଦ୍ମପୁର ଉପନିର୍ବାଚନ: ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ । ସକାଳ ୮ରୁ ଆରମ୍ଭ ହୋଇଛି ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଛି । ୨୯୬ଟି ପୋଷ୍ଟାଲ ବାଲଟ ଗଣତି ହେଉଛି । ସେହିଭଳି ସକାଳା ୮ଟା ୩୦ରୁ ଆରମ୍ଭ ହୋଇଯାଇଛି ଇଭିଏମର ଗଣତି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ଚାଲିଛି । ୨୪ଟି ସର୍ଭିସ ଭୋଟରଙ୍କ ଭୋଟ୍ ଏବଂ ୨୭୨ଟି ଅନୁପସ୍ଥିତ ଭୋଟରଙ୍କ ଭୋଟ୍ ଗଣତି ହେବ । ଅନିୁପସ୍ଥିତ ଭୋଟରଙ୍କ ମଧ୍ୟରେ ମତଦାନ କେନ୍ଦ୍ରକୁ ଆସିପାରିନଥିବା ଦିବ୍ୟାଙ୍ଗ ଏବଂ ୮୦ ବର୍ଷରୁ ଉର୍ଦ୍ଧ୍ୱର ନାଗରିକ ସାମିଲ ଅଛନ୍ତି ।

ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବାର ଆଶା କରାଯାଉଛି । ଉଭୟ ଦଳ ବିଜୟୀ ନେଇ ଆଶାବାଦୀ ଅଛନ୍ତି । ବିଜେଡି ବିଜୟୀ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଛି । ସେହିପରି ବିଜେପି ମଧ୍ୟ ନିଜ ବିଜୟ ସୁନିଶ୍ଚିତ ବୋଲି ଦାବି କରୁଛି । ଧାମନଗର ଉପନିର୍ବାଚନରସଫଳତାକୁ ପଦ୍ମପୁରରେ ଦୋହରାଇବ ବୋଲି ବିଜେପି କହିଛି । ତେଣୁ ଦେଖିବାକୁ ବାକି ରହିଲା କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ପଦ୍ମପୁରବାସୀ ।












Click it and Unblock the Notifications