Padmapur Bypoll Result:୧୬ତମ ରାଉଣ୍ତରେ ବିଜେଡି ଆଗୁଆ
Padmapur Bypoll Result:୧୬ତମ ରାଉଣ୍ତରେ ବିଜେଡି ଆଗୁଆ
Padmapur Bypoll: ଆଉ ମାତ୍ର କିଛି ସମୟର ଅପେକ୍ଷା । ଶେଷ ପର୍ଯ୍ୟାୟ ଆଡକୁ ମୁହାଇଁଲାଣି ପଦ୍ମପୁର ଉପନିର୍ବାଚନ ଭୋଟ୍ ଗଣତି । କିଛି ସମୟ ପରେ ପ୍ରକାଶ ପାଇବ ପଦ୍ମପୁର ରେଜଲ୍ଟ । ସଦ୍ୟତମ ଟ୍ରେଣ୍ଡ ସୁଦ୍ଧା ଆଗେଇ ଚାଲିଛି ବିଜେଡି । ତେବେ କେବଳ ଯେ ଆଗୁଆ ନୁହେଁ , ବିପକ୍ଷ ବିଜେପିଠାରୁ ଭୋଟ୍ ବ୍ୟବାଧାନ ମଧ୍ୟ ବେଶ୍ ଆଗରେ ବିଜେଡି । ସୂଚନା ଅନୁସାରେ ୧୬ତମ ରାଉଣ୍ଡ ଶେଷ ସୁଦ୍ଧା ୨୯ ହାଜର ୫୧୮ ଭୋଟରେ ବିଜେଡି ଆଗୁଆ ଚାଲୁଛି । ବିଜେପି, କଂଗ୍ରେସଠାରୁ ବହୁ ଆଗରେ ରହିଛି ବିଜେଡି । ତେବେ ୧୬ତମ ରାଉଣ୍ଡରେ ବିଜେଡି ୮୫୩୮୧, ବିଜେପି ୫୫୮୬୩, କଂଗ୍ରେସକୁ ୨୭୧୫ଟି ମୋଟ୍ ମିଳିଛି ।

ସୂଚନାଥାଉ ଯେ , ଆଜି ସକାଳ ୮ରୁ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହୋଇଥିଲା । ସେହିଭଳି ସକାଳା ୮ଟା ୩୦ରେ ଆରମ୍ଭ ହୋଇଥିଲା ଇଭିଏମର ଗଣତି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ଜାରି ରହିଛି । ସନ୍ଧ୍ୟା ସୁଦ୍ଧା ଜନଦେଶ କାହା ସପକ୍ଷରେ ଯାଇଛି ସ୍ପଷ୍ଟ ହୋଇଯିବ । ବିଜେଡି ହାତରେ ପଦ୍ମପୁର ରହିବ ନା ପଦ୍ମପୁରରେ ପଦ୍ମ ଫୁଟିବ, ତାହା ଗଣତି ଶେଷରେ ଜଣା ପଡିବ ।
ସୂଚନାଯୋଗ୍ୟ, ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ମୋଟ୍ ୮୧.୨୯% ଭୋଟର୍ ମତଦାନ ହୋଇଥିଲା । ଯାହାକି ନିର୍ବାଚନୀମଣ୍ଡଳୀ ପାଇଁ ଏକ ସର୍ବକାଳୀନ ରେକର୍ଡ । ତେବେ ପଦ୍ମପୁର ପାଇଁ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ବିଜେଡି ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି । ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁରରେ ଉପନିର୍ବାଚନ ହେଉଛି ।












Click it and Unblock the Notifications