ପଦ୍ମପୁର ଉପନିର୍ବାଚନ: ନାମାଙ୍କନ ଦାଖଲ କରିବେ ପ୍ରଦୀପ ପୁରୋହିତ

ପଦ୍ମପୁର ଉପନିର୍ବାଚନ: ନାମାଙ୍କନ ଦାଖଲ କରିବେ ପ୍ରଦୀପ ପୁରୋହିତ, ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପଦ୍ମପୁର ଉପନିର୍ବାଚନ: ଆଜି ନାମାଙ୍କନ ଦାଖଲ କରିବେ ପ୍ରଦୀପ ପୁରୋହିତ । ବିଶାଳ ଶୋଭଯାତ୍ରାରେ ଯାଇ ବିଜେପି ପ୍ରାର୍ଥୀ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପ୍ରାର୍ଥୀପତ୍ର ଦାଖଲ କରିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ପ୍ରଭାରୀ ସୁନୀଲ ବଂଶଲ, ସମୀର ମହାନ୍ତି ମଧ୍ୟ ଉପସ୍ଥିତ ଅଛନ୍ତି । ଆମ୍ବେଦକର ଛକଠାରୁ ବିଜେପିର ଶୋଭଯାତ୍ରା ବାହାରିଛି ।

 Pradeep Purohit
ସୂଚାନା ଅନୁସାରେ, ଆଜି ବିଶାଳ ରାଲିରେ ସହର ପରିକ୍ରମା କରିବା ପରେ ଅପରାହ୍ନରେ ବିଦ୍ଧିବଧ ଭାବେ ନାମାଙ୍କର ପତ୍ର ଦାଖଲ କରିବେ ପ୍ରଦୀପ ପୁରୋହିତ । ତେବେ ଧାମନଗରର ସଫଳତା ପରେ ଏବେ ଦଳ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳୁଛି । ସେପଟେ ଏପର୍ଯ୍ୟନ୍ତ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ । ଅନ୍ୟପଟେ ପଦ୍ମପୁର ଫାଇଟ୍ ପାଇଁ ବିଜେଡି ପ୍ରାର୍ଥୀ ଦୌଡରେ ବର୍ଷା ବରିହାଙ୍କ ନାଁ ଏବେ ଆଗରେ ଥିବା ନେଇ ସୂଚନା ରହିଛି । ବର୍ଷା ବରିହା ହେଉଛନ୍ତି ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ବଡଝିଅ । ଚର୍ଚ୍ଚା ହେଉଛି ବିଜେଡି ମଧ୍ୟ ବର୍ଷା ବରିହାଙ୍କ ନାଁରେ ମୋହର ମାରି ସାରିଛି । ଆଜି କିମ୍ବା ଦୁଇଦିନ ଭିତରେ ଦଳ ଅନୁଷ୍ଠାନିକ ଭାବେ ବର୍ଷାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବ ବୋଲି ସୂଚନା ମିଳୁଛି । ମାତ୍ର ଏ ନେଇ କୌଣସି ବିଦ୍ଧିବଦ୍ଧ ଘୋଷଣା ହୋଇନାହିଁ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+