ଆଜି ଶପଥ ନେବେ ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା

ଆଜି ଶପଥ ନେବେ ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା

ଭୁବନେଶ୍ୱର: ପଦ୍ମପୁରର ନବ ନିର୍ବାଚିତ ବିଧାୟକ ବର୍ଷା ସିଂ ବରିହା ଆଜି ଶପଥ ଗ୍ରହଣ କରିବେ । ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଶୁକ୍ରବାର ସେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ଭେଟିଥିଲେ ।

Barsha Singh Bariha
ଏହା ସହ ପଦ୍ମପୁର ଉପନିର୍ବାଚନରେ ବିପୁଳ ବିଜୟ ପରେ ତିନି ଦିନ ତଳେ ଭୁବନେଶ୍ୱର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଥିଲେ ବର୍ଷା ।ଦଳର ବରିଷ୍ଠ ନେତା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ସିଂହଦେଓ, ପ୍ରଭାସ କୁମାର ସିଂ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ଟୁକୁନି ସାହୁ, ରୀତା ସାହୁ, ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖଙ୍କ ସହିତ ଯାଇ ବର୍ଷା ନବୀନଙ୍କ ଆଶୀର୍ବାଦ ନେଇଥିଲେ।

ସୂଚନାଥାଉ କି, ପଦ୍ମପୁର ଉପନିର୍ବାଚନରେ ବିଶାଳ ବିଜୟ ହାସଲ କରିଛନ୍ତି ବିଜେଡ଼ି ପ୍ରାର୍ଥୀନି ବର୍ଷା ସିଂ ବରିହା । ପଦ୍ମପୁର ପରୀକ୍ଷାରେ ବର୍ଷାଙ୍କ ମୁଣ୍ଡରେ ହୋଇଛି ଆଶୀର୍ବାଦର ବର୍ଷା । ୪୨ ହଜାର ୬୭୯ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ ହୋଇଛନ୍ତି । ମୋଟ ୧ ଲକ୍ଷ ୨୦ ହଜାର ୮୦୭ ଖଣ୍ଡ ଭୋଟ ପାଇଛନ୍ତି ବର୍ଷା । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ମିଳିଛି ୭୮ ହାଜର ୧୨୮ ଖଣ୍ଡ ଭୋଟ୍ । ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ମିଳିଛି ମାତ୍ର ୩୫୯୪ ଖଣ୍ଡ ଭୋଟ୍ ।

ବର୍ଷା ସିଂ ବରିହା ହେଉଛନ୍ତି ଦିବଙ୍ଗତ ବିଧାୟକ ବିଜୟ ସିଂ ବରିହାଙ୍କ କନ୍ୟା । ସେ ବିଜେପି ନେତା ରମା ବଳିଆର ସିଂଙ୍କ ବୋହୂ । ପିତା ବିଜୟ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ବର୍ଷାଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+