ଟ୍ବିଟରରେ ଟ୍ରେଣ୍ଡ କରୁଛି #PadampurWithBJD
ବଢୁଛି ଉପନିର୍ବାଚନ ତାତି । ଆସନ୍ତା 5 ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ଆଜି ବିଜେଡି଼ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁରରେ ପହଞ୍ଚି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରୁଛନ୍ତି
ପଦ୍ମପୁର: ବଢୁଛି ଉପନିର୍ବାଚନ ତାତି । ଆସନ୍ତା 5 ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ଆଜି ବିଜେଡି଼ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁରରେ ପହଞ୍ଚି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରୁଛନ୍ତି ବିଜେଡ଼ି ସୁପ୍ରିମୋ ।

ତେବେ ଇତି ମଧ୍ୟରେ ସୋସିଆଲ ପ୍ଲାଟ୍ଫର୍ମ ଟ୍ବିଟରରେ ଟ୍ରେଣ୍ଡ କରୁଛି #PadampurWithBJD । ଯେଉଁଠି ବିଜେଡ଼ିର ଛାମୁଆ ନେତା ତଥା ଦଳୀୟ କର୍ମୀଙ୍କ ପ୍ରଚାର ପୋଷ୍ଟର ଦେଖିବାକୁ ମିଳୁଛି । ତେବେ ଭର୍ଚୁଆଲ ପ୍ରଚାର ପାଇଁ ଦଳ ନୂତନ ଷ୍ଟ୍ରାଟେଜ ଆପଣେଇଥିବା କୁହାଯାଉଛି ।
ସେପଟେ ଆଜି ଗୋଟିଏ ଦିନରେ ତିନିଟି ସମାବେଶ କରିବେ ମୁଖ୍ୟମନ୍ତ୍ରୀ । ଓଡିଶା ରାଜନୀତି ଇତିହାସରେ ପ୍ରଥମଥର ପାଇଁ ଗୋଟିଏ ଦିନରେ ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ତିନିଟି ସମାବେଶ କରିବେ ମୁଖ୍ୟମନ୍ତ୍ରୀ । ଯେଉଁଥିରୁ ନିର୍ବଚନୀ ଉଷ୍ମତାର ଗନ୍ଦ ବେଶ୍ ବାରି ହୋଇ ପଡୁଛି । ଆଜି ପାଇକମାଳ, ଝାରବନ୍ଧ ଓ ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭା କରିବାର କାର୍ଯ୍ୟକ୍ରମ ରହିଛି । ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଇଁ ଭୋଟ୍ ଅପିଲ୍ କରୁଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭାରେ ବିପୁଳ ଜନ ସମାଗମ ଦେଖିବାକୁ ମିଳିଛି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସଭାସ୍ଥଳରେ କାରକେଡ, ସଭାମଞ୍ଚ ଏବଂ ଭିଆଇପିଙ୍କ ସୁରକ୍ଷା ସହିତ ଜନସାଧାରଣଙ୍କ ସୁରକ୍ଷା ଏବଂ ଜରୁରୀକାଳୀନ ସେବା ପାଇଁ ବ୍ୟବସ୍ଥା କରାଯାଇଛି ।












Click it and Unblock the Notifications