ଘୋଷଣା ହେଲା ପଦ୍ମପୁର ଉପନିର୍ବାଚନ ତାରିଖ, ଡିସେମ୍ବର ୫ରେ ହେବ ମତଦାନ
ଘୋଷଣା ହେଲା ପଦ୍ମପୁର ଉପନିର୍ବାଚନ ତାରିଖ, ଡିସେମ୍ବର ୫ରେ ହେବ ମତଦାନ
ପଦ୍ମପୁର: ପଦ୍ମପୁର: ଘୋଷଣା ହେଲା ପଦ୍ମପୁର ଉପନିର୍ବାଚନ ତାରିଖ । ଡିସେମ୍ବର ୫ରେ ପଦ୍ମପୁର ଭୋଟ୍ । ବିଧିବଦ୍ଧ ଭାବେ ତାରିଖ ଘୋଷଣା କଲେ ମିର୍ବାଚନ କମିଶନର । ତେବେ ଚଳିତ ମାସ ଅର୍ଥାତ୍ ନଭେମ୍ବର ୧୦ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ନଭେମ୍ବର ୧୭ରେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ । ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ସେହିପରି ୨୧ ତାରିଖରେ ନମାଙ୍କନ ପତ୍ୟାହରର ଶେଷ ତାରିଖ । ଡିସେମ୍ବର ୫ ତାରିଖରେ ଭୋଟିଂ, ୮ ତାରିଖରେ ଭୋଟ୍ ଗଣତି । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଏହି ଆସନଟି ଖାଲି ପଡିଛି ।

ସୂଚନାଥାଉ ଯେ, ଗତ ଅକ୍ଟୋବର ୩ ତାରିଖରେ ପଦ୍ମପୁର ବିଧାୟକ ତଥା ବିଜୁ ଜନତା ଦଳର ସଭାପତି, ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କର ଦେହାନ୍ତ ହୋଇଥିଲା । ୬୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ବରଗଡ଼ ଜିଲ୍ଲା ବିଜେଡି ସଭାପତି ଭାବେ ସେ କାର୍ଯ୍ୟ କରୁଥିଲେ । ପ୍ରଥମ ଥର ୧୯୯୦ରେ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପଦ୍ମପୁରରୁ ସେ ୫ ଥର ନିର୍ବାଚିତ ହୋଇଥିଲେ । ୧୯୯୦ ରୁ ୨୦୦୦ ଯାଏ ସେ ଜନତା ଦଳର ବିଧାୟକ ଭାବେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି ଟିକେଟରୁ ପଦ୍ମପୁର ଆସନରୁ ବିଧାୟକ ଭାବେ ବିଜୟ ଲାଭ କରିଥିଲେ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ନିର୍ବାଚନ ଜିତିଥିଲେ । ବିଜେଡି ସରକାରରେ ସେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ ବିଜୟ ରଞ୍ଜନ ସିଂ ବରିହା । ତାଙ୍କ ବିୟୋଗରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଥିଲା ।












Click it and Unblock the Notifications