ପଦ୍ମପୁର ଉପନିର୍ବାଚନ: ସତ୍ୟଭୂଷଣ ସାହୁ କଂଗ୍ରେସ ପ୍ରାର୍ଥୀ

ପଦ୍ମପୁର ଉପନିର୍ବାଚନ: ସତ୍ୟଭୂଷଣ ସାହୁ କଂଗ୍ରେସ ପ୍ରାର୍ଥୀ

ପଦ୍ମପୁର ଉପନିର୍ବାଚନ: ସକାଳେ ବିଜେପି ସଂନ୍ଧ୍ୟାରେ ହେଲା କଂଗ୍ରେସ ପ୍ରାର୍ଥୀ ଘୋଷଣା । ବିଜେଡି ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା। ତେବେ ପଦ୍ମପୁର ଉପନିର୍ବାଚନ ପାଇଁ ସତ୍ୟଭୂଷଣ ସାହୁ କଂଗ୍ରେସ ପ୍ରାର୍ଥୀ ହେବେ । AICC ପକ୍ଷରୁ ପ୍ରେସ୍ ରିଲିଜ୍ ଯୋଗେ ଦିଆଗଲା ସୂଚନା । ପୂର୍ବରୁ ସତ୍ୟଭୂଷଣ ସାହୁ ବିଧାୟକ ମଧ୍ୟ ରହିସାରିଛନ୍ତି । ଏବେ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନ ପରେ ପ୍ରାର୍ଥୀ ଘୋଷଣା କରାଯାଇଛି । ତେବେ ଉପନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ସତ୍ୟଭୂଷଣ ସାହୁ ।

Satybhushan sahu

ତେବେ ଆଜି ପଦ୍ମପୁର ଉପନିର୍ବାଚନ ଲାଗି କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି । ହେଲେ ଏପର୍ଯ୍ୟନ୍ତ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇ ନାହିଁ ।ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପଦ୍ମପୁର ବଧାୟକ ପଦ ପାଇଁ ଲେଢିବେ । ଚଳିତ ମାସ ୧୪ ତାରିଖରେ ପ୍ରଦୀପ ପୁରୋହିତ ନାମାଙ୍କର ପତ୍ର ଦାଖଲ କରିବେ । ବର୍ତ୍ତମାନ ସେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଭାପତି ଅଛନ୍ତି । ଡେସେମ୍ବର ୫ତାରିଖରେ ହେବ ମତଦାନ । ୮ତାରିଖରେ ହେବ ଭୋଟ ଗଣତି । ଚଳିତମାସ ୧୭ ତାରିଖ ଯାଏଁ ଚାଲିବ ନୋମିନେସନ୍ ଏବଂ ୧୮ ତାରିଖରେ ଦାଖଲ ହେବ ନାମାଙ୍କନ ପତ୍ର । ବିଜେଡି ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ଏହି ଆସନରେ ଉପନିର୍ବାଚନ ହେଉଛି । ତେବେ ନଭେମ୍ବର ୧୦ରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+