ପଦ୍ମପୁର ଉପନିର୍ବାଚନ: ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ପଛରେ ପଡିଛି ବିଜେଡ଼ି । ତେବେ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି ।

ଭୁବନେଶ୍ୱର: ବିଜେଡ଼ି ପାଇଁ ପଦ୍ମପୁର ପରୀକ୍ଷା । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ପଛରେ ପଡିଛି ବିଜେଡ଼ି । ତେବେ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି ।

Padmapur bypoll

ସେପଟେ ଗତ ତିନି ଦଶନ୍ଧି ଧରି ପଦ୍ମପୁରରେ ମଙ୍ଗ ସମ୍ଭାଳି ଥିବା ବିଜୟରଞ୍ଜନ ସିଂବରିହାଙ୍କ ଅବର୍ତ୍ତମାନରେ ବିଜେଡି ପ୍ରାର୍ଥୀ ଚୂଡାନ୍ତ କରି ପାରୁ ନଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କିଏ ହେବ ବିଜେଡିର ପ୍ରାର୍ଥୀ ସେ ନେଇ ଅଙ୍କକଷା ଜାରି ରହିଛି । ବିଜେଡି ପ୍ରାର୍ଥୀ ଦୌଡରେ ବର୍ଷା ବରିହାଙ୍କ ନାଁ ଏବେ ସମସ୍ତଙ୍କଠୁ ଆଗରେ ଥିବା ଶୁଣିବାକୁ ମିଳୁଛି । ବର୍ଷା ବରିହା ହେଉଛନ୍ତି ଦିବଙ୍ଗତ ବିଧାୟକ ବିଜୟରଞ୍ଜନ ବରିହାଙ୍କ ବଡଝିଅ । ସେହିପରି ଦିବଙ୍ଗତ ବିଧାୟକଙ୍କ ପତ୍ନୀ ପତ୍ନୀ ତିଳୋତ୍ତମା ବରିହା, ପୁତୁରା ବୋହୁ ମାଧବୀ ସିଂ ବରିହାଙ୍କ ନାଁ ମଧ୍ୟ ପ୍ରାର୍ଥୀ ଦୌଡରେ ରହିଛି ।

ଏସବୁ ଭିତରେ ନବୀନ ନିବାସରେ ମୁଖମନ୍ତ୍ରୀଙ୍କୁ ଭେଟିଛନ୍ତି ପଦ୍ମପୁରର ବିଂଝାଲ ସମାଜ । ଉପନିର୍ବାଚନରେ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ପତ୍ନୀ ତିଳୋତମା ବରିହାଙ୍କୁ ପ୍ରାର୍ଥୀ କରିବାକୁ ସେମାନେ ନବୀନଙ୍କୁ ଅନୁରୋଧ କରିଛନ୍ତି । ତେବେ ବିଜେଡି ଦଳରେ ଶୃଙ୍ଖଳା ରକ୍ଷା କରି ଦଳ ପ୍ରତି ସମର୍ପିତ ଭାବେ କାମ କରିଥିବା ବ୍ୟକ୍ତିଙ୍କ ବିୟୋଗ ପରେ ତାଙ୍କ ପରିବାର ସଦସ୍ୟଙ୍କୁ ଟିକେଟ ଦିଆଯିବାର ଏକ ସୁସ୍ଥ ପରମ୍ପରା ଗଡିଚାଲିଛି। ଏହା ଦ୍ୱାରା ଲୋକଙ୍କ ଆସ୍ଥା ଓ ଅନୁକମ୍ପା ଉଭୟ ଦଳକୁ ମିଳୁଛି।

ଡିସେମ୍ୱର ୫ ତାରିଖରେ ଉପନିର୍ବାଚନ ଓ ୮ ତାରିଖରେ ଫଳାଫଳ ଘୋଷଣା ହେବା ବୋଲି ଭାରତୀୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । ନଭେମ୍ୱର ୧୭ ତାରିଖ ସୁଦ୍ଧା ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିବାର ଶେଷ ଦିନ, ଯାଞ୍ଚର ଶେଷ ତାରିଖ ୧୮ତାରିଖ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ୨୧ ତାରିଖ ଧାର୍ଯ୍ୟ ହୋଇଛି ।

ସେପଟେ ଆଜି ବିପେଜି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ କରିବାର ଅଛି । ତିନି ପ୍ରମୁଖ ଦଳ ମଧ୍ୟରୁ ବିଜେପି ପ୍ରଥମେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ୧୨ ତାରିଖରେ ଦଳ ପ୍ରଦୀପଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଥିଲା । ଆଜି ନାମାଙ୍କନ ଦାଖଲ ନେଇ ଦଳ ପକ୍ଷରୁ କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+