ଘରୋଇ ଟିଭି ଚ୍ୟାନେଲ ନାଁରେ ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡି: ସସ୍ମିତ ପାତ୍ର, କହିଲେ ମିଡି଼ଆ ବାଣ୍ଟୁଛି ଟଙ୍କା

ପଦ୍ମପୁରରେ ଟଙ୍କା ବଣ୍ଟାର ଅଭିଯୋଗ ଭିତରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଏକ ନିଦ୍ଦିଷ୍ଟ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ଟଙ୍କା ବଣ୍ଟା ଯାଉଥିବା ନେଇ ବିଜେଡି ଅଭିଯୋଗ କରିଛି ।

ଭୁବନେଶ୍ବର: ପଦ୍ମପୁରରେ ଟଙ୍କା ବଣ୍ଟାର ଅଭିଯୋଗ ଭିତରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଏକ ନିଦ୍ଦିଷ୍ଟ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ଟଙ୍କା ବଣ୍ଟା ଯାଉଥିବା ନେଇ ବିଜେଡି ଅଭିଯୋଗ କରିଛି ।

Odisha By Election

ଖବର ସଂଗ୍ରହ ନାଁରେ ଲୋକଙ୍କୁ ଟଙ୍କା ବାଣ୍ଟି ବିଜେପିକୁ ଭୋଟ ଦେବାକୁ ପ୍ରବର୍ତ୍ତା ଯାଉଛି ବୋଲି ବିଜେଡ଼ି ଅଭିଯୋଗ କରିଛି । ଖବର ସଂଗ୍ରହ ପାଇଁ ଯେତିକି ଟିମ୍ ରହିବା କଥା ତାଠାରୁ ଅଧିକ ଏବଂ ଅତିରିକ୍ତ ଟିମ୍ ପଦ୍ମପୁରରେ ଥିବା ବିଜେଡି ଅଭିଯୋଗ କରିଛି । ଅତିରିକ୍ତ ଟିମକୁ ବାହାରକୁ କାଢ଼ି ନେବା ପାଇଁ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଦାବି କରିଛି ।

ତେବେ ସାମ୍ବାଦିକ ସମ୍ମିଳନୀରେ ସାଂସଦ ସସ୍ମିତ ପାତ୍ର କହିଛନ୍ତି, 'ଏକ ସମ୍ବେଦନଶୀଳ ବିଷୟକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ଆସିଥିଲୁ । ପଦ୍ମପୁର ଉପନିର୍ବାଚନରେ ଗଣମାଧ୍ୟମର ଯେମିତି ଭୁମିକା ରହିବା କଥା ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲରେ ଦେଖିବାକୁ ମିଳୁନି । ଏଖ ଘରୋଇ ଟିଭି ଚ୍ୟାନେଲ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ଅଭିଯୋଗ ନେଇ ଆସିଥିଲୁ । ନିର୍ବାଚନ ପ୍ରଚାର ସମୟ ସରିବା ପରେ ଏବେ ବି ଉକ୍ତ ଚ୍ୟାନେଲର ୪୦ରୁ ୫୦ ଟିମ୍ ପଦ୍ମପୁରରେ ଅଛନ୍ତି । ଏମାନଙ୍କୁ ପଦ୍ମପୁରରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଟଙ୍କା ବାଣ୍ଟିବାକୁ ଦାୟିତ୍ବ ଦିଆଯାଇଛି । ପଦମପୁର ବ୍ଲକର ବରିକେଲ ପଞ୍ଚାୟତ ସିମନପୁର ଗାଁ, ପାଇକମାଳ ବ୍ଲାକ କଂସରା ପଞ୍ଚାୟତରେ ଚ୍ୟାନେଲ ତରଫରୁ ଟଙ୍କା ବଣ୍ଟା ଯାଉଥିବା ତଥ୍ୟ ଦେଇଛୁ । ସେତିକି ନୁହେଁ ଗାଁର ନୀରିହ ଲୋକଙ୍କୁ ଟଙ୍କା ଦେବା ପରେ କ୍ୟାମେରାରେ ବିଜେଡି଼ ଟଙ୍କା ବାଣ୍ଟୁ ଥିବା କହିବାକୁ ବାଧ୍ୟ କରୁଛନ୍ତି ବୋଲି ସସ୍ମିତ ପାତ୍ର କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+