ଆସନ୍ତାକାଲି ପଦ୍ମପୁର ଫାଇଟ୍, ନେତା ବାଛିବେ ପଦ୍ମପୁରବାସୀ

ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ହେବ ପଡି଼ବ ଭୋଟ୍ । ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ।

ବରଗଡ଼: ସରିଛି ପ୍ରଚାର । ଶେଷ ହୋଇଛି ପ୍ରସ୍ତୁତି । ଆସନ୍ତାକାଲି ପଦ୍ମପୁର ଫାଇଟ୍ । ନିଜର ନେତା ବାଛିବେ ପଦ୍ମପୁରବାସୀ । ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ହେବ ପଡି଼ବ ଭୋଟ୍ । ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ।

Padmapur By Election

ଏଥିଲାଗି ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ପୋଲିଂ ପାର୍ଟି ବୁଥକୁ ଯାଇ ସାରିଛନ୍ତି । ୧୨୭୬ ପୋଲିଂ ଅଧକାରୀ ନିଯୁକ୍ତ ହୋଇଛନ୍ତି । ସାଇଲେନ୍ସ ପିରିୟଡରେ ଚେକିଂ କଡ଼ାକଡି କରିବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭୋଟିଂ ଲାଗି ମୋଟ ୩୧୯ଟି ବୁଥ୍ କରାଯାଇଛି । ୬ଟି ପିଙ୍କ୍ ବୁଥ୍ ହୋଇଥିବା ବେଳେ ୧୫ଟି ମଡେଲ୍ ବୁଥ୍ ହୋଇଛି । ୭୪ଟି ବୁଥ୍ ନକ୍ସଲ ପ୍ରଭାବିତ ଅଞ୍ଚଳରେ ରହିଛି । ସେହିପରି ୭୮ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଭୋଟ୍ ଗ୍ରହଣ ପାଇଁ ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସମେତ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ୫୦ପ୍ରତିଶତ ବୁଥରେ ୱେବ କାଷ୍ଟିଂ ହେବ।

ଆସନ୍ତାକାଲି ୨ ଲକ୍ଷ ୫୭ ହଜାରରୁ ଅଧିକ ଭୋଟର ମତ ସାବ୍ୟସ୍ତ କରିବେ । ୧୨ଟି କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ ଦେଇପାରିବେ ମତଦାତା । ହେଲପ ଡେସ୍କରୁ ସାହାଯ୍ୟ ନେଇପାରିବେ । ଭିନ୍ନକ୍ଷମ ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋଟ୍ ଦିନ ସଂପୃକ୍ତ ଅଞ୍ଚଳ ପାଇଁ ସରକାରୀ ଛୁଟି ଘୋଷଣା ହୋଇସାରିଛି ।

ପଦ୍ମପୁର ପାଇଁ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ବିଜେଡି ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି । ସୂଚନାଯୋଗ୍ୟ, ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁରରେ ଉପନିର୍ବାଚନ ହେଉଛି । ଆସନ୍ତାକାଲି ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ ଫଳାଫଳ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+