ବିଜେପିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ସାଂସଦ
ବିଜେପିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ସାଂସଦ
ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା । ବିଜେପିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ । ସମୀର ମହାନ୍ତି, ସୁରେଶ ପୂଜାରୀ, ଜୟନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ମିଶିଲେ । ୨୦୧୪ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିଲେ ସଞ୍ଜୟ ।

ସୂଚନା ଅନୁସାରେ, ପଦ୍ମପୁର ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା ଲାଗିଛି । ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ ଆଜି ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ତପରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଛି ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ସମୀର ମହାନ୍ତି, ସୁରେଶ ପୂଜାରୀ, ଜୟନାରାୟଣ ମିଶ୍ରଙ୍କ ଉପସ୍ଥିତିଥିଲେ । ସଞ୍ଜୟ ଭୋଇ ୨୦୦୯ ରୁ ୨୦୦୪ ଯାଏଁ ଲୋକସଭା ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ।
ସୂଚନାଥାଉ ଯେ, ସଞ୍ଜୟ ଭୋଇ ୪ ଥର ଲୋକସଭା ସଦସ୍ୟ କୃପାସିନ୍ଧୁ ଭୋଇଙ୍କ ପୁଅ । ପିତାଙ୍କ ଦେହାନ୍ତ ପରେ ସେ ରାଜନୀତିରେ ପାଦ ଦେଇଥିଲେ । ସେ ୨୦୧୪ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିଲେ ।












Click it and Unblock the Notifications