ପଦାରେ ପଡୁଛି ଭିତର ଗୁମର ! କାହିଁକି ନିର୍ବାଚନ ହାରିଲା ବିଜେଡି କାରଣ କହିଲେ ପଦ୍ମନାଭ

ଆଉ ବୁଲ ମାନୁନି ବିଜେଡି ନେତାଙ୍କ ବୟାନ । ଜଣେ ପରେ ଜଣେ ଖୋଲୁଛନ୍ତି ଗୁମର । ଭୋଟ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଭୟରେ ଚୁପ୍‌ ଥିବା ବିଜୁ ଜନତା ଦଳର ନେତା ଏବେ ନିଜର ଅସନ୍ତୋଷ ଝାଡ଼ୁଛନ୍ତି। ସଭାମଞ୍ଚ ହେଉ ଅବା ଗଣମାଧ୍ୟମରେ ବୟାନବାଜି କରୁଛନ୍ତି। ୪ ମାସ ପରେ ଦଳୀୟ ନେତାଙ୍କ ଏଭଳି ବୟାନରୁ ଦଳରେ ସବୁ ଠିକ୍‌ଠାକ୍‌ ନ ଥିବା ସ୍ପଷ୍ଟ ହେଉଛି।

Padmanav Behera

ଏସବୁ ମଧ୍ୟରେ ବିଜେଡିର ବରିଷ୍ଠ ନେତା ପଦ୍ମନାଭ ବେହେରା ମୁହଁ ଖୋଲିଛନ୍ତି।

ସେ କହିଛନ୍ତି, ୪ଟି କାରଣ ପାଇଁ ନିର୍ବାଚନ ହାରିଲୁ। ପ୍ରାର୍ଥୀ, ଦଳର ସଭାପତି, ପାଣ୍ଠି ଓ କର୍ମକର୍ତ୍ତା ପାଇଁ ଦଳ ହାରିଲା। ଆମ ଇସ୍ତାହାରଠାରୁ ଭାଜପାର ଇସ୍ତାହାର ଲୋକଙ୍କୁ ଅଧିକ ଆକର୍ଷିତ କଲା । ସୁଭଦ୍ରା, ଏମ୍‌ଏସ୍‌ପି ୩୧୦୦ ଟଙ୍କା, ମାଗଣା ବିଜୁଳି ଭଳି ଭାଜପା ବଡ଼ କଥା କହିଥିଲା । ଆମ ଇସ୍ତାହାରର ପ୍ରସ୍ତାବ କିଛି ଗ୍ରହଣ ହେଲା ଓ କିଛି ହେଲାନାହିଁ । ନବୀନବାବୁ ଆଉ ଟିକେ ଅଧିକ ପ୍ରଚାର କରିଥିଲେ ଭଲ ହୋଇଥାଆନ୍ତା ବୋଲି ପଦ୍ମନାଭ କହିଛନ୍ତି । ଏହାଛଡ଼ା ପ୍ରସନ୍ନ ପାଟ୍ଟଶାଣୀ ଓ ଅମର ପ୍ରସାଦ ଶତପଥୀ ନିଜ ନିଜର ବ୍ୟକ୍ତିଗତ ମତ ଦେଇଛନ୍ତି ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+