Get Updates
Get notified of breaking news, exclusive insights, and must-see stories!

ଗୃହରେ ଧାନ କିଣା ନେଇ ବିବୃତି ରଖିଲେ ମନ୍ତ୍ରୀଙ୍କ : ଏଯାଏଁ 21 ପ୍ରତିଶତ ବଢ଼ିଛି ଧାନ ସଂଗ୍ରହ

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଧାନ କିଣା ନେଇ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରେଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ବିବୃତି ରଖିଛନ୍ତି

Odisha Budget 2021 : ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଧାନ କିଣା ନେଇ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରେଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ବିବୃତି ରଖିଛନ୍ତି । ଚଳିତବର୍ଷ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଥିବା ନେଇ ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ । ଚଳିତବର୍ଷ 55.03 ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ଗତବର୍ଷ ଖରିଫ୍ ଋତୁରେ 45.61 ଲକ୍ଷ ଟନ୍ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିଲା ।

ଓଡ଼ିଶା ବଜେଟ୍

ଗତବର୍ଷ ଅପେକ୍ଷା ଏଯାଏଁ 21 ପ୍ରତିଶତ ଅଧିକ ଧାନ ସଂଗ୍ରହ କରାଯାଇଛି । ବର୍ତ୍ତମାନ ସୁଦ୍ଧା 9. 93 ଲକ୍ଷ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଛନ୍ତି । ଏ ବାବଦକୁ 10 ହଜାର 281 କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ରେଣନ୍ଦ୍ର । ସେହିପରି ମାର୍ଚ୍ଚ 31 ଧାନ କିଣାର ଶେଷ ତାରିଖ ରହିଥିବା ବେଳେ ଆଗକୁ ଆହୁରି ଧାନ କିଣାଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ତେବେ ଗୃହରେ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ମଧ୍ୟ ବିରୋଧୀ ହଟ୍ଟଗୋଳ ବନ୍ଦ କରିନଥିଲେ । ବାଚସ୍ପତିଙ୍କ ପୋଡିୟମ ପାଖରେ ଲଗାତାର ନାରାବାଜି କରିବାରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+