ପଦ୍ମପୁର ଉପନିର୍ବାଚନ: ପ୍ରାର୍ଥୀପତ୍ର ଯାଞ୍ଚ ପରେ କଟିଲେ ୨, ଏବେ ଲଢିବେ ୧୧

ଶେଷ ହୋଇଛି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା । ପ୍ରାର୍ଥୀପତ୍ର ଯାଞ୍ଚ ପରେ ଦୁଇ ଜଣଙ୍କ ନାମାଙ୍କନ ରଦ୍ଧ ହୋଇଛି । ନାମାଙ୍କନ କରିଥିବା ୧୩ ଜଣଙ୍କ ମଧ୍ୟରୁ ୨ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କଟିଛି ।

ପଦ୍ମପୁର: ଶେଷ ହୋଇଛି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା । ପ୍ରାର୍ଥୀପତ୍ର ଯାଞ୍ଚ ପରେ ଦୁଇ ଜଣଙ୍କ ନାମାଙ୍କନ ରଦ୍ଧ ହୋଇଛି । ନାମାଙ୍କନ କରିଥିବା ୧୩ ଜଣଙ୍କ ମଧ୍ୟରୁ ୨ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କଟିଛି । ସ୍ଵାଧୀନ ପ୍ରାର୍ଥୀ ଜୟନ୍ତ ଥାପ୍ପା ଏବଂ ଦେବେନ୍ଦ୍ର ସୁନାନୀଙ୍କ ପ୍ରାର୍ଥୀ ପତ୍ର ନାକଚ ହୋଇଛି। ଫଳରେ ଏବେ ମୈଦାନରେ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ୧୧ ପ୍ରାର୍ଥୀ ରହିଛନ୍ତି ।

Padmapur Bypoll

ପଦ୍ମପୁର ଉପନିର୍ବାଚନ ପାଇଁ ଗତକାଲି ଶେଷ ଦିନରେ ସମସ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ନାମାଙ୍କନ ଦାଖଲ କରିଥିଲେ । ସେହିପରି ସ୍ବାଧୀନ ପ୍ରାର୍ଥୀ ଭାବେ ଶେଷଦେବ ସାହୁ, ବୃନ୍ଦାବନ ପୁରୋହିତ, ରେବତୀ ଗିରି, ଉଦିତ ବଣ୍ଡିଆ, ଦେବାର୍ଚ୍ଚନ ନାଏକ ଓ ବିଦ୍ୟାଧର ପାଣ୍ଡେଙ୍କ ପ୍ରାର୍ଥୀପତ୍ର କାଏମ ରହିଛି ।

ତେବେ ପଦ୍ମପୁର ଉପନିର୍ବାଚନରେ ବିଜେଡି, ବିଜେପି ଓ କଂ‌ଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଅସଲ ଲଢ଼େଇ ହେବ । ସ୍ବର୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହା ଜଣେ ଲୋକପ୍ରିୟ ନେତା ହୋଇଥିବାରୁ ତାଙ୍କ ଝିଅ ବର୍ଷାଙ୍କୁ ମତଦାତା ‌ଭୋଟ ଦେଇପାରନ୍ତି । ଅନ୍ୟପଟରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଗତ ବିଧାନସଭା ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଥିଲେ ଏବଂ ସେ ୨୦୧୪ ନିର୍ବାଚନରେ ବିଜୟୀ ହୋଇଥିଲେ। ଚାଷୀଙ୍କ ପାଇଁ ସବୁବେଳେ ଲଢ଼େଇ କରୁଥିବାରୁ ପ୍ରଦୀପ ପୁରୋହିତଙ୍କ ଉପରେ ମଧ୍ୟ ମତଦାତା ଭରସା ରଖିପାରନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପୂର୍ବରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ହୋଇସାରିଥିବାରୁ ତାଙ୍କୁ ମଧ୍ୟ ଭଲ ଭୋଟ ମିଳିପାରେ।

ଉଲ୍ଲେଖଯୋଗ୍ୟ ଯେ, ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ମତଦାନ ଏବଂ ୮ତାରିଖରେ ଭୋଟ ଗଣତି ହେବ । ଚଳିତମାସ ୧୭ ତାରିଖ ଯାଏଁ ଚାଲିବ ନୋମିନେସନ୍ । ନଭେମ୍ବର ୧୮ରେ ପ୍ରାର୍ଥୀପତ୍ରର ଯାଞ୍ଚ ହେବାକୁ ଥିବା ବେଳେ ନଭେମ୍ବର ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ । ଏହାପରେ ନଭେମ୍ବର ୨୧ରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଡିସେମ୍ବର ୧୦ରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+