Opposition Meeting:ଖଡଗେଙ୍କ ବଡ଼ ଘୋଷଣା, ମୁମ୍ବାଇରେ ହେବ ଆସନ୍ତା ବୈଠକ
2024 ଲୋକସଭା ନିର୍ବାଚନ ପୂର୍ବରୁ, 26ଟି ଦଳ ସହିତ ମିଶି କଂଗ୍ରେସ INDIA ନାମକ ଏକ ଗଠବନ୍ଧନ ଗଠନ କରିଛି । ବେଙ୍ଗାଲୁରୁରେ 26 ଟି ବିରୋଧୀ ଦଳର ବୈଠକରେ ମିଳିତ ମଞ୍ଚର ନାମ ନିଶ୍ଚିତ କରାଯାଇଛି । ବୈଠକ ପରେ ବିରୋଧୀ ଦଳର ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ସମସ୍ତ 26ଟି ଦଳ ସହ ମିଶି ଆମେ ଆଇ.ଏନ.ଡି.ଆଇ.ଏ (INDIA ) ( I - Indian, N - National , D Democractic , I - Inclusive , A - Alliance ) ନାମରେ ନାମିତ କରିଛୁ । ଆମେ ପୁଣିଥରେ ମହାରାଷ୍ଟ୍ର, ମୁମ୍ବାଇରେ ଭେଟିବାକୁ ଯାଉଛୁ । ସେଠାରେ ସଂଯୋଜକଙ୍କ ନାମ ବିଷୟରେ ଆଲୋଚନା କରିବା ସହ ସେମାନଙ୍କ ନାମ ଘୋଷଣା କରାଯିବ ।
11 ଜଣ ସଦସ୍ୟଙ୍କ ଏକ ସମନ୍ୱୟ କମିଟି ଗଠନ କରାଯିବ ବୋଲି ଖଡଗେ କହିଛନ୍ତି। ଗଣତନ୍ତ୍ର ତଥା ଦେଶ ବଞ୍ଚାଇବା ପ୍ରସଙ୍ଗରେ ଆଲୋଚନା କରି ମୁମ୍ବାଇ ବୈଠକର ତାରିଖ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ସେ କହିଛନ୍ତି। ସମସ୍ତେ ମିଳିତ ମଞ୍ଚ ପାଇଁ ଏକ ନାମରେ ସହମତ ହୋଇଥିଲେ। ଆମେ 2024 ଲୋକସଭା ନିର୍ବାଚନରେ ମିଳିତ ଭାବେ ଲଢିବା ସହ ସଫଳତା ହାସଲ କରିବୁ । ଏନଡିଏ ବୈଠକରେ ଖଡଗେ କହିଛନ୍ତି ଯେ, ପିଏମ ମୋଦି ବର୍ତ୍ତମାନ ସମସ୍ତ ଦଳକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଛନ୍ତି ।












Click it and Unblock the Notifications