ବିଧାନସଭା ଅଧିବେଶନ ପୂର୍ବରୁ ବଦଳିବେ ବିରୋଧୀ ଦଳ ନେତା
ବିଧାନସଭା ଅଧିବେଶନ ପୂର୍ବରୁ ବଦଳିବେ ବିରୋଧୀ ଦଳ ନେତା । ଏ ନେଇ ସୂଚନା ଦେଇଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ପ୍ରସ୍ତାବ ରଖିଛନ୍ତି ସବୁ ବିଜେପି ବିଧାୟକ ।
ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ବଦଳିବେ ବିରୋଧୀ ଦଳ ନେତା । ଏ ନେଇ ସୂଚନା ଦେଇଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ପ୍ରସ୍ତାବ ରଖିଛନ୍ତି ସବୁ ବିଜେପି ବିଧାୟକ । ରାଜ୍ୟ ସଭାପତିଙ୍କୁ ମଧ୍ୟ ବିଧାୟକମାନେ ଭେଟି ଅବଗତ କରାଇଛନ୍ତି ।

ବିଜେପି ବିଧାୟିକା କୁସୁମ ଟେଟେ କହିଛନ୍ତି, ଆମ ବିରୋଧୀ ଦଳ ନେତା ଅସୁସ୍ଥତା କାରଣରୁ ଗୃହରେ ଅନୁପସ୍ଥିତ ରହୁଛନ୍ତି । ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତ କାରଣରୁ ଦଳକୁ ବିଧାନସଭାରେ ସଠିକ୍ ଗୁରୁତ୍ୱ ମିଳୁନାହିଁ । ତେଣୁ ବଜେଟ୍ ଅଧିବେଶନ ପୂର୍ବରୁ ନୂଆ ବିରୋଧୀ ଦଳ ନେତା ଦେବା ପାଇଁ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆଗରେ ପ୍ରସ୍ତାବ ରଖିଛନ୍ତି ବିଜେପି ବିଧାୟକଗଣ । ରାଜ୍ୟ ବିଜେପି ସଭାପତିଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଥିବା କହିଛନ୍ତି କୁସୁମ ଟେଟେ ।
ଅଧିବେଶନ ପୂର୍ବରୁ ବିରୋଧୀଦଳ ନେତା ଦେବାକୁ ଉଭୟ ପ୍ରତିଶ୍ରୁତି ଦେଇଛନ୍ତି । ଆମ ଦଳରେ ୨୨ ବିଧାୟକ, ଅଧିକାଂଶ ବରିଷ୍ଠ ଓ ଅଭିଜ୍ଞ । ସେମାନଙ୍କ ମଧ୍ୟରୁ ଯାହାକୁ ବିରୋଧୀଦଳ ନେତା କଲେ ଚଳିବ ବୋଲି କହିଛନ୍ତି କୁସୁମ ଟେଟେ । ଅନ୍ୟପଟେ ବିଧାନସଭାରେ ସରକାରଙ୍କୁ ଘେରିବାକୁ ବିଜେପି ପ୍ରସ୍ତୁତ ବୋଲି କହିଛନ୍ତି କୁସୁମ୍ । ସେ କହିଛନ୍ତି ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ ଅଛି । ଯେମିତିକି ଚାଷୀଙ୍କ ଅସୁବିଧା ଏକ ମୁଖ୍ୟ ପ୍ରସଙ୍ଗ । ଏହାପରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ ଯାଇଛି । ତେଣୁ ସେହି ପ୍ରସଙ୍ଗ ମଧ୍ୟ ବିଧାନସଭାରେ ଉଠିବ । ଏହାସହ ଟାଟା କମ୍ପାନୀ ଯେଉଁଭଳି ଭାବେ ଲୋକଙ୍କୁ ଅତ୍ୟାଚାର କରୁଛି ତାହା ମଧ୍ୟ ଏକ ବିଡ଼ମ୍ବନାର ବିଷୟ ।












Click it and Unblock the Notifications