Get Updates
Get notified of breaking news, exclusive insights, and must-see stories!

ପ୍ରଧାନମନ୍ତ୍ରୀ ହୋଇପାରିନାହାଁନ୍ତି ଏହି ବିରୋଧୀ ଦଳ ନେତା, କଣ ହେବ ରାହୁଲଙ୍କ ଭାଗ୍ୟ

ଦେଶରେ ଅଷ୍ଟାଦଶ ଲୋକସଭା ନିର୍ବାଚନ ହେବା ସହ ସରକାର ଗଠନ ମଧ୍ୟ ହୋଇସାରିଛି । ଏନଡିଏ ଲଗାତାର ତିନି ଥର ପାଇଁ ସରକାର ଗଢିଛି । କିନ୍ତୁ ଏଥର ନିର୍ବାଚନ ଫଳାଫଳରେ ଦେଖିବାକୁ ମିଳିଛି କିଛି ପରିବର୍ତ୍ତନ । ବିରୋଧୀ ଇଣ୍ଡିଆ ମେଣ୍ଟକୁ ମିଳିଛି ଅପେକ୍ଷାକୃତ ଭଲ ଆସନ । କଂଗ୍ରେସ ୯୯ ଆସନ ହାତେଇ ଦ୍ୱିତୀୟ ବଡ଼ ଦଳ ହେବା ସହ ମୁଖ୍ୟ ବିରୋଧୀ ଦଳ ହୋଇଛି ।

Politics

ଏଥି ମଧ୍ୟରେ ବିରୋଧୀ ଦଳର ନେତା ହୋଇଛନ୍ତି ରାହୁଲ ଗାନ୍ଧୀ । ସେ ପୂର୍ବରୁ କଂଗ୍ରେସ ଦଳର ଅଧ୍ୟକ୍ଷ ପଦ ମଧ୍ୟ ସମ୍ଭାଳିଥିଲେ । ଏହା ପୂର୍ବରୁ ତାଙ୍କ ମା' ସୋନିଆ ଏବଂ ବାପା ରାଜୀବ ଗାନ୍ଧୀ ମଧ୍ୟ ଲୋକ ସଭାରେ ବିରୋଧୀ ଦଳ ନେତା ଥିଲେ । ରାଜୀବ ୧୯୮୯-୧୯୯୧ ଏବଂ ସୋନିଆ ୧୯୯୯-୨୦୦୪ ଯାଏ ଲୋକ ସଭାରେ ବିରୋଧୀ ଦଳର ନେତା ଥିଲେ ।

ଲୋକସଭାରେ ବିରୋଧୀ ଦଳର ନେତା ଏକ ସାମ୍ବିଧାନିକ ପଦବୀ । ଏଥିଲାଗି ସର୍ବ ବୃହତ୍ତ ବିରୋଧୀ ଦଳ ନିକଟରେ ଲୋକ ସଭାର ମୋଟ ଆସନର ୧୦% ରହିବା ଆବଶ୍ୟକ । ସାଧାରଣତଃ ବିରୋଧୀ ଦଳର ନେତାଙ୍କୁ ପ୍ରଧାନମନ୍ତ୍ରୀ ପଦ ଲାଗି ଏକ ଦାବିଦାର ଭାବେ ବିବେଚନା କରାଯାଏ । ହେଲେ ଏଯାବତ ଭାରତ ଇତିହାସରେ ୧୪ଜଣ ନେତାଙ୍କ ମଧ୍ୟରୁ ୧୩ଜଣ ବିରୋଧୀ ଦଳ ଆସନରେ ବସିବା ପରେ ପ୍ରଧାନମନ୍ତ୍ରୀ ପଦ ଯାଏ ପହଞ୍ଚି ପାରି ନାହାନ୍ତି । ଏପରିକି ବିରୋଧୀ ଦଳ ନେତା ହୋଇଥିବା ୩ ନେତାଙ୍କ ରାଜନୈତିକ କ୍ୟାରିୟର ମଧ୍ୟ ଶେଷ ହୋଇଯାଇଛି।

୧୯୭୭ରେ ଜନତା ପାର୍ଟି ସରକାର ଗଠନ ହେବା ପରେ ଏହି ପଦବୀ ପ୍ରଥମ ଥର ଲାଗି ବ୍ୟାଖ୍ୟା କରାଯାଇଥିଲା । ସେବେଠାରୁ ଏହି ପଦବୀରେ ଥିବା ବ୍ୟକ୍ତିଙ୍କୁ ଅନେକ କ୍ଷମତା ଦିଆଯାଇଛି । ଦେଶରେ ପ୍ରଥମ ଥର ପାଇଁ ୧୯୬୯ରେ ବିରୋଧୀ ଦଳକୁ ନେତା ପଦବୀ ମିଳିଥିଲା । କଂଗ୍ରେସରେ ବିଦ୍ରୋହ ଯୋଗୁଁ ବିଭାଜନ ପରେ ସରକାରଙ୍କୁ ବିରୋଧୀଙ୍କୁ ମାନ୍ୟତା ଦେବାକୁ ପଡ଼ିଥିଲା । ସେତେବେଳେ ବିହାରର ବକ୍ସରର ଏମ୍‌ପି ରାମ ସୁଭାଗ ସିଂ ସଂସଦରେ ବିରୋଧୀ ଦଳ ନେତା ହୋଇଥିଲେ । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ ଥର ଲୋକ ସଭାରେ ବିରୋଧୀ ଦଳ ନେତା ହୋଇଛନ୍ତି । ସେଥି ମଧ୍ୟରୁ ଲାଲକୃଷ୍ଣ ଆଡଭାଣୀ ୩ ଥର, ଅଟଳ ବିହାରୀ ବାଜପେୟୀ ଏବଂ ଯଶବନ୍ତ ରାଓ ଚୌହ୍ୱାନ ଭଳି ଭେଟେରାନ୍ ୨ ଥର ଲେଖାଏଁ ବିରୋଧୀ ଦଳ ନେତା ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ହୋଇପାରିନାହାଁନ୍ତି ବିରୋଧୀ ଦଳ ନେତା

ବାଜପେୟୀଙ୍କ ବ୍ୟତୀତ କୌଣସି ବିରୋଧୀ ଦଳ ନେତା ପ୍ରଧାନମନ୍ତ୍ରୀ ହେବାରେ ସଫଳ ହୋଇନାହାଁନ୍ତି । ୧୯୯୬ରେ ବିରୋଧୀ ଦଳ ନେତା ଅଟଳ ବିହାରୀ ବାଜପେୟୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ୧୯୭୯ରେ ଜଗଜୀବନ ରାମ, ୨୦୦୪ରେ ସୋନିଆ ଗାନ୍ଧୀ, ୨୦୦୯ରେ ଲାଲ କୃଷ୍ଣ ଆଡଭାଣୀ ପ୍ରଧାନମନ୍ତ୍ରୀ ପଦ ଲାଗି ବଡ଼ ପ୍ରତିଦ୍ୱନ୍ଦ୍ୱୀ ଥିଲେ । ଏମାନଙ୍କବ୍ୟତୀତ ପ୍ରଧାନମନ୍ତ୍ରୀ ପଦ ଲାଗି ବିରୋଧୀ ଦଳ ନେତା ଶରଦ ପାଓ୍ବାର, ସୁଷମା ସ୍ବରାଜ, ଯଶଓ୍ବନ୍ତ ରାଓ ଚୌହ୍ବନଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଥିଲା ।

୧୯୯୬ ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପିଭି ନରସିଂହ ରାଓ ବିରୋଧୀ ଦଳର ନେତା ହୋଇଥିଲେ, କିନ୍ତୁ ସେ ଏହି ପଦବୀରେ ମାତ୍ର ୧୫ ଦିନ ରହିପାରିଥିଲେ ।

ଶେଷ ହୋଇଯାଇଛି ରାଜନୈତିକ କ୍ୟାରିୟର

ଲୋକସଭାରେ ଏମିତି ବି ୩ ଜଣ ବିରୋଧୀଦଳ ନେତା ଥିଲେ, ଯେଉଁମାନେ ପଦବୀ ଗ୍ରହଣ କରିବା ପରେ ତାଙ୍କର ରାଜନୈତିକ କ୍ୟାରିୟର ଶେଷ ହୋଇଯାଇଥିଲା । ସେମାନଙ୍କ ମଧ୍ୟରେ ପ୍ରଥମ ନାମ ହେଉଛି ରାମ ସୁଭଗ ସିଂ । ୧୯୬୯-୭୧ ରୁ ଲୋକସଭାରେ ବିରୋଧୀ ଦଳର ନେତା ଥିବା ରାମ ସୁଭାଗ ସିଂ ଏହା ପରେ କୌଣସି ପ୍ରମୁଖ ପଦରେ ପହଞ୍ଚିପାରି ନ ଥିଲେ । ୧୯୭୧ରେ ସେ ଏମ୍‌ପି ଭାବରେ ମଧ୍ୟ ହାରିଥିଲେ ।

ଏହା ପରେ ଜଗଜୀବନ ରାମଙ୍କ ଅବସ୍ଥା ମଧ୍ୟ ଠିକ୍ ସେହିପରି ହୋଇଥିଲା । ବିରୋଧୀ ଦଳର ନେତା ହେବା ପରେ ସେ କୌଣସି ବଡ ପଦବୀରେ ପହଞ୍ଚିପାରି ନ ଥିଲେ । ପ୍ରଧାନମନ୍ତ୍ରୀ ହେବା ପରେ ପିଭି ନରସିଂହ ରାଓ ମଧ୍ୟ ବିରୋଧୀ ଦଳର ନେତା ଭାବରେ ନିଯୁକ୍ତ ହୋଇଥିଲେ । ହେଲେ ତାଙ୍କ ରାଜନୀତି ମଧ୍ୟ ବେଶୀ ଦିନ ରହିଲା ନାହିଁ । ଏହାଛଡ଼ା ୧୯୮୯-୯୧ ରୁ ବିରୋଧୀ ଦଳର ନେତା ଥିବା ରାଜୀବ ଗାନ୍ଧୀଙ୍କୁ ଏକ ନିର୍ବାଚନ ରାଲିରେ ତାମିଲନାଡୁରେ ହତ୍ୟା କରାଯାଇଥିଲା ।

କଣ ହେବ ରାହୁଲଙ୍କ ଭାଗ୍ୟ?

ଅଷ୍ଚାଦଶ ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତା ହୋଇଛନ୍ତି । ଏଥର କଂଗ୍ରେସ ଭଲ ପ୍ରଦର୍ଶନ କରିବା ସହ ଆଗାମୀ ନିର୍ବାଚନରେ ଏହାକୁ ଆହୁରି ଆଗକୁ ନେବା ଲକ୍ଷ୍ୟରେ ରହିଛି । ରାହୁଲଙ୍କ ନେତୃତ୍ୱରେ ଲୋକସଭାରେ ବିରୋଧୀଙ୍କ ସ୍ୱର ଏବଂ ଦାବି ଉପରେ ଆଗାମୀ ନିର୍ବାଚନର ଫଳାଫଳ ମଧ୍ୟ ବେଶ୍ ନିର୍ଭର କରୁଛି । ଯଦି ଭବିଷ୍ୟତରେ କଂଗ୍ରେସ ସରକାରକୁ ଆସେ ତେବେ ରାହୁଲ ମଧ୍ୟ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ହୋଇପାରନ୍ତି । ତେବେ ରାହୁଲଙ୍କ କାର୍ଯ୍ୟ ତାଙ୍କୁ କେଉଁ ଦିଗକୁ ନେଉଛି ତାହା ଦେଖିବା ବାକି ରହିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+