One Nation One Election: ୧୧ ଜଣ ବିଜେପି ସାଂସଦ ଭୋଟ୍ ସମୟରେ ଥିଲେ ଅନୁପସ୍ଥିତ
ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି । ପ୍ରଧାନମନ୍ତ୍ରୀ ମୋଦୀ ସରକାର ମଙ୍ଗଳବାର ଦିନ ଲୋକସଭାରେ 'ଏକ ଦେଶ ଏକ ନିର୍ବାଚନ' ବିଲ୍ ଆଗତ କରିଛନ୍ତି। ଏଥିପାଇଁ ବିଜେପି ହ୍ବିପ୍ ଜାରି କରିଥିଲା ଯେ, ଦଳର ସମସ୍ତ ସାଂସଦ ଗୃହରେ ଉପସ୍ଥିତ ରହିବେ। ତେବେ ଏହା ସତ୍ତ୍ବେ ୧୧ ଜଣ ସାଂସଦ ଭୋଟ୍ ସମୟରେ ଅନୁପସ୍ଥିତ ରହିଥିଲେ । ବର୍ତ୍ତମାନ ଦଳ ଅନୁପସ୍ଥିତ ସାଂସଦମାନଙ୍କୁ ହ୍ବିପ୍ ଉଲ୍ଲଂଘନ ନେଇ ନୋଟିସ ଜାରି କରିବ ।
ଲୋକସଭାରେ ଏନଡିଏ ସରକାରଙ୍କ ଦ୍ବାରା ଆଗତ ହୋଇଥିବା ଏକ ଦେଶ, ଏକ ନିର୍ବାଚନ ବିଲ୍ ସପକ୍ଷରେ ୨୬୯ ଭୋଟ୍ ଦିଆଯାଇଛି । ଏହା ପରେ କଂଗ୍ରେସ ସାଂସଦ ମାଣିକମ୍ ଟାଗୋର ମୋଦୀ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ, ଯେତେବେଳେ କେନ୍ଦ୍ର ସାଧାରଣ ସଂଖ୍ୟାଗରିଷ୍ଠତା ହାସଲ କରିପାରିବ ନାହିଁ, ତେବେ ଏହା କିପରି ଦୁଇ ତୃତୀୟାଂଶ ଭୋଟ୍ ପାଇବ?
୧୧ ଜଣ ବିଜେପି ସାଂସଦଙ୍କ ସହ ଏନଡିଏର ସହଯୋଗୀ ଜନସେନା ପାର୍ଟିର ସାଂସଦ ଭାଲାବାନେନି ବାଲାସୋରି ମଧ୍ୟ ଗୃହରେ ପହଞ୍ଚି ନ ଥିଲେ। ଗୃହରେ ଅନୁପସ୍ଥିତ ଥିବା ସାଂସଦମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଅଛନ୍ତି।

ଅନୁପସ୍ଥିତ ବିଜେପି ସାଂସଦ
ନିତିନ ଗଡକରୀ
ଜ୍ୟୋତିରାଦିତ୍ୟ ସିନ୍ଧିଆ
ଗିରିରାଜ ସିଂ
ଶାନ୍ତନୁ ଠାକୁର
ଜଗଦମ୍ବିକା ପାଲ
ବି ରାଘବେନ୍ଦ୍ର
ବିଜୟ ବଘେଲ
ଉଦୟ ରାଜେ ଭୋସଲେ
ଭାଗୀରଥ ଚୌଧୁରୀ(ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ)
ଜାଗରନାଥ ସରକାର
ଜୟନ୍ତ ରାୟ
ଲୋକସଭାରେ ଅନୁପସ୍ଥିତ ଥିବା ସାଂସଦଙ୍କ ଏହି ମନୋଭାବକୁ ନେଇ ବିଜେପି ହାଇକମାଣ୍ଡ ଅସନ୍ତୁଷ୍ଟ ଅଛନ୍ତି। ହ୍ବିପ୍ ଉଲ୍ଲଂଘନ କରିଥିବାରୁ ବିଜେପି ବର୍ତ୍ତମାନ ଅନୁପସ୍ଥିତ ଥିବା ସାଂସଦମାନଙ୍କୁ ନୋଟିସ ଜାରି କରିବ ଏବଂ ସେମାନଙ୍କଠାରୁ ଉତ୍ତର ମାଗିବ।
ୱାନ ନେସନ ୱାନ ଇଲେକ୍ସନ ବିଲରେ ଅନେକ ପ୍ରକାରର ବ୍ୟବସ୍ଥା କରାଯାଇଛି। ଯଦି ଅବିଶ୍ୱାସ ପ୍ରସ୍ତାବ କିମ୍ବା ଅନ୍ୟ କୌଣସି କାରଣରୁ ସମୟ ପୂର୍ବରୁ ରାଜ୍ୟ ସରକାର ଭାଙ୍ଗିଯାଏ ତେବେ ଏପରି ପରିସ୍ଥିତିରେ ଏହା କାମ କିପରି କରିବ। ଏଭଳି ପରିସ୍ଥିତିରେ ପୁନର୍ବାର ସେହି ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ନୂଆ ବିଧାନସଭାର କାର୍ଯ୍ୟକାଳ କେବଳ ଆଗାମୀ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ରହିବ। ଏହା ବ୍ୟତୀତ ନିର୍ବାଚନ କମିଶନରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ ର୍ନିବାଚନ ପୂର୍ବରୁ ସମସ୍ତ ଆବଶ୍ୟକତା ପୂରଣ ହେବା ଉଚିତ। ଇସିଙ୍କୁ ମଧ୍ୟ ଇଭିଏମ ଏବଂ ଭିଭିପିଏଟ ପାଇଁ ବ୍ୟବସ୍ଥା କରିବାକୁ ପଡିବ।
ବିଲରେ ଲିଖିତ ବ୍ୟବସ୍ଥା ଅନୁଯାୟୀ ଯଦି ଲୋକ ସଭା ବା ବିଧାନସଭା ମଧ୍ୟବର୍ତ୍ତୀ ସମୟରେ ଭାଙ୍ଗିଯାଏ ତେବେ ଅବଶିଷ୍ଟ ସମୟ ପାଇଁ ମଧ୍ୟବର୍ତ୍ତୀକାଳୀନ ର୍ନିବାଚନ ଅନୁଷ୍ଠିତ ହେବ। ବିଲରେ ଧାରା ୮୨(ଏ), ୧୭୨ ଏବଂ ୩୨୭କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ପ୍ରସ୍ତାବ ମଧ୍ୟ ଅଛି। ଲୋକ ସଭା ଏବଂ ବିଧାନସଭା ପାଇଁ ଏକକାଳୀନ ର୍ନିବାଚନ କରିବା ପାଇଁ 82 (A) ରେ ଏକ ବ୍ୟବସ୍ଥା ରହିଛି।
ଏହା ବ୍ୟତୀତ ଧାରା ୮୩ ରେ ସଂସଦ ଗୃହର କାର୍ଯ୍ୟକାଳ ପାଇଁ ଏକ ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ସାଧାରଣ ନିର୍ବାଚନ ପରେ ଏକକାଳୀନ ର୍ନିବାଚନ କେବେ ହେବ ତାହା କେବଳ ରାଷ୍ଟ୍ରପତି ଘୋଷଣା କରିବେ ବୋଲି ଆଇନରେ କୁହାଯାଇଛି। ତେବେ ସୂଚନା ଅନୁଯାୟୀ, ୨୦୨୯ ଲୋକ ସଭା ର୍ନିବାଚନ ପୂର୍ବ ପରି ଅନୁଷ୍ଠିତ ହେବ, ଏହା ପରେ ଓ୍ବାନ ନେସନ ୱାନ ଇଲେକ୍ସନ କାର୍ଯ୍ୟକାରୀ ହେବ
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications