ଓଡ଼ିଆ ବିଧାନସଭା ନିର୍ବାଚନ: ଭବାନୀପାଟଣା ସଭାରେ ବିରୋଧୀଙ୍କ ଉପରେ ବର୍ଷିଲେ ରାଜନାଥ ସିଂ
ମୋଦୀଙ୍କ ପରେ ବିଜେଡ଼ି ଉପରେ ବର୍ଷିଲେ ରାଜନାଥ ସିଂ । ଭବାନୀପାଟଣା ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମ୍ବୋଧନ । କଳାହାଣ୍ଡି ଗରିବୀ ଓ ଦାରିଦ୍ର ପାଇଁ ପରିଚିତ ବୋଲି ସେ କହିଥିଲେ । ପ୍ରତ୍ୟେକ ଅଞ୍ଚଳ ବିକଶିତ ନହେଲେ ବିକଶିତ ଭାରତ ସମ୍ଭବ ନୁହେଁ । ଗରିବୀ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ, କିନ୍ତୁ କଂଗ୍ରେସ ଦ୍ବାରା ଏହା ସମ୍ଭବ ହେଲାନି, ମୋଦି କରି ଦେଖାଇଲେ । ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ବିଜେପି ସରକାର ଆସିଲେ ଆୟୁଷ୍ମାନ କାର୍ଡ ମିଳିବ । ଗରିବ ହେଉ କି ଧନୀ, ସମସ୍ତଙ୍କୁ ଆୟୁଷ୍ମାନ ସୁବିଧା ମିଳିବ। ୩୭୦ ହଟାଇବୁ କହିଥିଲୁ, ହଟାଇଲୁ- ରାଜନାଥ । ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲୁ, କରିଲୁ ବୋଲି ରାଜନାଥ ସିଂହ କହିଛନ୍ତି ।

କଂଗ୍ରେସ ସବୁ ବେଳେ ନକରାତ୍ମକ ରାଜନୀତି କରିଥାଏ । ବିଜେପିର କାର୍ଯ୍ୟ ପ୍ରଣାଳୀ ବର୍ଣ୍ଣନା କରିବାକୁ ଯାଇ ରାଜନାଥ କହିଛନ୍ତି, ଆମ ସରକାର ଆସିବା ପରେ ଆତଙ୍କବାଦୀ ଆକ୍ରମଣ କମିଛି । ଦେଶ ଦ୍ରୁତ ଗତିରେ ଆଗକୁ ବଢୁଛି । ଏଣୁ ବିଜେପିକୁ କ୍ଷମତାକୁ ଆଣନ୍ତୁ ବୋଲି ଅନୁରୋଧ କରିଛନ୍ତି ରାଜନାଥ ସିଂହ ।
କଂଗ୍ରେସକୁ ନିଶାନା କରିଛନ୍ତି ରାଜନାଥ ସିଂହ । ଅନେକ NGO ଗରିବୀ ପର୍ଯ୍ୟଟନ ପାଇଁ ଏଠାକୁ ଆସୁଥିଲେ । ଏଠୁ ଯାଇ ଏଠାକାର ଦାରିଦ୍ର୍ୟ ବାବଦରେ ଖବରକାଗଜରେ ଲେଖୁଥିଲେ । ମୋଦିଙ୍କ ନେତୃତ୍ୱରେ ଅନେକ ସାମାଜିକ କଲ୍ୟାଣ କାମ ହୋଇଛି । ଆଗାମୀ ୫-୮ ବର୍ଷରେ କଳାହାଣ୍ଡି ବାବଦରେ ଏ ଧାରଣା ବଦଳିଯିବ ବୋଲି ରାଜନାଥ କହିଛନ୍ତି ।
ଯାହା ଆମେ କହୁ ତାହା କରୁ, ଏହା ଆମ ଚରିତ୍ର । ତିନ୍ ତଲାକ୍ ସମାପ୍ତ କରିବାକୁ କହିଥଲୁ, ସମାପ୍ତ କଲୁ । ୫୦ ବର୍ଷ କଂଗ୍ରେସ ସରକାର, ୨୫ ବର୍ଷ ବିଜେଡି ସରକାର ଦେଖିଲ । କଂଗ୍ରେସ ସବୁ ବେଳେ ନକରାତ୍ମକ ରାଜନୀତି କରିଥାଏ। ଆମ ସରକାର ଆସିବା ପରେ ଆତଙ୍କବାଦୀ ଆକ୍ରମଣ କମିଛି ବୋଲି ସେ କହିଛନ୍ତି।
ପ୍ରଥମରୁ ସେ କହିଥିଲେ ଯେ ପ୍ରଥମ ଥର ଆସିଛି, ସ୍ବାଗତ ସମ୍ବର୍ଦ୍ଧନା ପାଇ ଅତ୍ୟନ୍ତ ଖୁସି। ଏହା ପ୍ରଭୁ ଜଗନ୍ନାଥ ଓ ମାଆ ମାଣିକେଶ୍ବରୀଙ୍କ ଧରିତ୍ରୀ ବୋଲି ସେ ଭାଷଣ ଆରମ୍ଭରୁ କହିଥିଲେ ।












Click it and Unblock the Notifications