ଆଜି ରାତିରୁ ସାରା ରାଜ୍ୟରେ ବଢି଼ବ ଶୀତ
ଆଜି ରାତିରୁ ସାରା ରାଜ୍ୟରେ ବଢି଼ବ ଶୀତ । ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ଶୀତର ପ୍ରଭାବ ଜାରି ରହିବ । ପରେ ତାପମାତ୍ରା ଧୀରେ ଧୀରେ କମିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ ।
ଭୁବନେଶ୍ୱର: ଆଜି ରାତିରୁ ସାରା ରାଜ୍ୟରେ ବଢି଼ବ ଶୀତ । ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ଶୀତର ପ୍ରଭାବ ଜାରି ରହିବ । ପରେ ତାପମାତ୍ରା ଧୀରେ ଧୀରେ କମିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ । ପରବର୍ତ୍ତୀ ୨ରୁ ୪ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ ବୋଲି ଆଶା କରାଯାଉଛି ।

ଗତକାଲି ସର୍ବନିମ୍ନ ତାପମାତ୍ରା କୋରାପୁଟରେ ୧୧ ଦଶମିକ ୫ ଡିଗ୍ରୀ ରହିଥିବାବେଳେ କେନ୍ଦୁଝରରେ ୧୩ ଦଶମିକ ୧୮ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟରେ ୮ ତାରିଖ ପରଠାରୁ ଥଣ୍ଡା କମିବ ବୋଲି ପୂର୍ବାନୁମାନ କରାଯାଇଛି। ଅନୁଗୋଳ, ବୌଦ୍ଧ ବଲାଙ୍ଗୀର, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ଗଜପତି ଜିଲ୍ଲାରେ ରାତି ତାପମାତ୍ରା କମିବା ସହ କୁହୁଡ଼ି ବୃଦ୍ଧି ପାଇବ ।
ଦକ୍ଷିଣ ଉପକୂଳ ଜିଲ୍ଲାରେ ଆଜିଠାରୁ ୫ ତାରିଖ ଯାଏ ସର୍ବନିମ୍ନ ତାପମାତ୍ରା ୧ରୁ ୧.୫ ଡିଗ୍ରୀ, ଉତ୍ତର ଉପକୂଳ ଓ ଆଭ୍ୟନ୍ତର ଉତ୍ତରରେ ୩ରୁ ୬ତାରିଖ ମଧ୍ୟରେ ୨ ଡିଗ୍ରୀ ଓ ଦକ୍ଷିଣ ଆଭ୍ୟନ୍ତର, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ୩ରୁ ୭ତାରିଖ ଭିତରେ ରାତି ତାପମାତ୍ରା ୪ରୁ ୫ଡିଗ୍ରୀ କମିପାରେ ।
ତେବେ ୮ରେ ଉତ୍ତରା ଥଣ୍ଡା ପବନ ପରିବର୍ତ୍ତେ ଉତ୍ତର ପୂର୍ବ ଦିଗରୁ ପବନ ବହିବ । ୯ରୁ ୧୧ ଭିତରେ ବଙ୍ଗୋପସାଗରୀୟ ପୂର୍ବା ପବନ ବହିବ । ଏଥିପାଇଁ ସାରା ରାଜ୍ୟରେ ଶୀତ କମିବାର ସମ୍ଭାବନା ଅଛି ।
ଅନ୍ୟପଟେ ଦକ୍ଷିଣ ବଙ୍ଗୋପସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେଇପାରେ । ଅଧିକ ଘନୀଭୂତ ହେବାର ସମ୍ଭାବନା ଥିଲେ ବି ତାମିଲନାଡୁ ଉପକୂଳରେ ଏହା ୯ ତାରିଖ ସୁଦ୍ଧା ଦୁର୍ବଳ ହୋଇଯିବ ବୋଲି ସେ କହିଛନ୍ତି । ୮ରୁ ୧୧ ଭିତରେ ତାପମାତ୍ରା ବୃଦ୍ଧି ଆର୍ଦ୍ରତା ବଢିବ । ଆଶିଂକ ମେଘୁଆ ପାଗ ସହ କୁହୁଡି ପଡିବ । ଏଥିପାଇଁ ଶୀତଦିନିଆ ପନିପରିବାରେ ରୋଗ ପୋକ ବଢିବାର ସମ୍ଭାବନା ଅଛି ।












Click it and Unblock the Notifications