ମେ ମାସରେ GST ଭରଣା ବାବଦରେ କମ ପାଇବ ଓଡ଼ିଶା: ଅମର ପଟ୍ଟନାୟକ
ଏପ୍ରିଲ ତୁଳନାରେ ମେ ମାସରେ କେନ୍ଦ୍ର ସରକାର 40 ହଜାର କୋଟି କମ GST ସଂଗ୍ରହ କରିଛନ୍ତି । ସେହି ହିସାବରେ ଓଡିଶା ଜିଏସଟି ଭରଣା ବାବଦରେ କମ ପାଇବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସାଂସଦ ଅମର ପଟ୍ଟନାୟକ ।
ଭୁବନେଶ୍ବର: କରୋନା ମହାମାରୀ ପାଇଁ ଦେଶରେ ବିଭନ୍ନ ରାଜ୍ୟ ମାନଙ୍କରେ ଲକଡାଉନ ଜାରି ରହିଛି । ଯାହା ଅର୍ଥନୀତିକୁ ଖୁବ କ୍ଷତି ପହଞ୍ଚାଉଛି । ତେବେ ଏପ୍ରିଲ ତୁଳନାରେ ମେ ମାସରେ କେନ୍ଦ୍ର ସରକାର 40 ହଜାର କୋଟି କମ GST ସଂଗ୍ରହ କରିଛନ୍ତି । ସେହି ହିସାବରେ ଓଡିଶା ଜିଏସଟି ଭରଣା ବାବଦରେ କମ ପାଇବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସାଂସଦ ଅମର ପଟ୍ଟନାୟକ ।

ସେ ଆହୁରି ମଧ୍ୟ କହିଛନ୍ତି, ଗତ ବର୍ଷ ମେ ମାସର ରାଜସ୍ୱ ସଂଗ୍ରହକୁ ତୁଳନା କଲେ, ଓଡ଼ିଶା 22 ପ୍ରତିଶତ ଅଧିକ ସଂଗ୍ରହ କରିଛି। ଏଥିରେ କେନ୍ଦ୍ର ଅଧିକ ଦେବା ପରିବର୍ତ୍ତେ 11 ପ୍ରତିଶତ କମିଛି। ଆଉ divisible pool share 23 ପ୍ରତିଶତ କମ ରହିଛି। ଅପରପକ୍ଷରେ ଗତ ବର୍ଷ ମେ ତୁଳନାରେ ଯଦି ରାଜ୍ୟ ଅଧିକ ରାଜସ୍ୱ ସଂଗ୍ରହ କରିଛି, ତାହାର କାରଣ ହେଉଛି ଅଣ-ଟିକସ ବାବଦ ରାଜସ୍ୱ। ଯେଉଁଥିରୁ ରାଜ୍ୟ 181 ପ୍ରତିଶତ ଅଧିକ ପାଇଛି ବୋଲି କହିଛନ୍ତି ଅମର ।












Click it and Unblock the Notifications