ମନ୍ତ୍ରୀମଣ୍ଡଳ ଅଦଳବଦଳ: ଦୀପାଳିଙ୍କୁ ମନ୍ତ୍ରୀପଦ ଦେବା ପାଇଁ ନବୀନ ନୂଆ ଷ୍ଟ୍ରାଟେଜି !!
ଭୁବନେଶ୍ବର: ଗତକାଲି ରାତିରେ ହଠାତ୍ ବାଚସ୍ପତି ଓ ଦୁଇ ଟାଣୁଆ ମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇ ଯାଇଛି । ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଖୁବଶୀଘ୍ର ଅଦଳବଦଳ ହେବା ନେଇ ଚର୍ଚ୍ଚା ହେଉଛି ।
ତେବେ କିଏ ହେବେ ଦୁଇ ନୂଆ ମନ୍ତ୍ରୀ, ତାକୁ ନେଇ ଏବେଠୁ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି । ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ
ନବୀନ ଏଥର ନୂଆ ମନ୍ତ୍ରୀ ମଣ୍ଡଳରେ ଗଞ୍ଜାମ ଜିଲ୍ଲାକୁ ବେଶୀ ପ୍ରାଧ୍ୟାନ୍ୟ ଦେବା ସହିତ ଯୁବ ବିଧାୟକଙ୍କୁ ସାମିଲି କରିବେ ବୋଲି ଆଶା କରାଯାଉଛି ।

ଚର୍ଚ୍ଚା ଅନୁସାରେ ଗଞ୍ଜାମ ଜିଲ୍ଲାର ୩ ବିଧାୟକଙ୍କ ନାଁ ରହିଛି । ବିକ୍ରମ ଆରୁଖ, ଲତିକା ପ୍ରଧାନ ଏବଂ ବିକ୍ରମ ପଣ୍ଡା । ସେହିପରି ପୁରୀ ଜିଲ୍ଲାରୁ ପିପିଲି ବିଧାୟକ ରୁଦ୍ର ମହାରଥୀ ଓ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ନାଁ ବି ଚର୍ଚ୍ଚାରେ ରହିଛି ।
ତେବେ ସବୁଠାରୁ ଯାହାଙ୍କ ନାମ ବେଶୀ ଚର୍ଚ୍ଚା ହେଉଛି ସେ ହେଲେ ଦୀପାଳି ଦାସ। ଶନିବାର ଝାରସୁଗୁଡ଼ା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଦୀପାଳି ଦାସଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବା ନେଇ ମଧ୍ୟ ରାଜନୈତିକ ସମୀକ୍ଷକମାନେ ଅଙ୍କ କଷିଲେଣି । ସେଥିପାଇଁ ନବୀନ ସେହି ଉପନିର୍ବାଚନ ଫଳାଫଳ ପ୍ରକାଶ ପୂର୍ବରୁ ଏପରି ଇସ୍ତଫା କରାଇଛନ୍ତି ବୋଲି କୁହାଯାଉଛି।
ଉଲ୍ଲେଖଥାଉ କି, ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ହେଉଛନ୍ତି ଦୀପାଳି ଦାସ । ଝାରସୁଗୁଡା ଉପନିର୍ବାଚନ ପ୍ରଚାରେ ଖୋଦ ବିଜେଡ଼ି ସୁପ୍ରିମୋ ମଧ୍ୟ ଦୀପାଳିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ଅନ୍ୟପଟେ ତାଙ୍କ ବାପାଙ୍କ ହତ୍ୟାକାଣ୍ଡ ନେଇ ବିରୋଧୀଙ୍କୁ କଡ଼ା ଜବାବ ଦେବା ପାଇଁ ମଧ୍ୟ ଦୀପାଳିଙ୍କୁ ମନ୍ତ୍ରୀ ପଦ ଦେବା ନବୀନ ନୂଆ ଷ୍ଟ୍ରେଟେଜି ବୋଲି କୁହାଯାଉଛି ।
ସୂଚନାଥାଉ କି, ଗତବର୍ଷ ଜୁନ ମାସ ଶେଷ ଥର ପାଇଁ ନବୀନ ତାଙ୍କର ମନ୍ତ୍ରିମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ କରିଥିଲେ । ସେ ସମୟରେ ନବୀନଙ୍କ କ୍ୟାବିନେଟରେ ୨୧ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ












Click it and Unblock the Notifications