ରାଜ୍ୟସଭା ନିର୍ବାଚନ: କିଏ ନୂଆ ମୁହଁ, କିଏ ହେବେ ରିପିଟ୍ ? ଜାଣନ୍ତୁ, କଣ କହୁଛି ରାଜନୀତି ଗଣିତ...
କିଏ ଯିବ ରାଜ୍ୟସଭା ? କାହା ନାଁରେ ମୋହର ମାରିବେ ବିଜେଡି ସୁପ୍ରିମୋ ? କାହାକୁ ରାଜ୍ୟସଭା ପ୍ରାର୍ଥୀ କରିବେ ନବୀନ ? ତାକୁ ନେଇ ଲାଗି ରହିଛି କଳ୍ପନା ଜଳ୍ପନା । ରେସରେ ରହିଛି ଅନେକ ନାଁ ।
ଭୁବନେଶ୍ୱର: ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଥିବା ବେଳେ ଜୁନ ୨ ରହିଛି ନାମଙ୍କନ ଦାଖଲର ଶେଷ ତାରିଖ । ଆସନ୍ତା ୧୩ ତାରିଖରେ ହେବ ରାଜ୍ୟସଭା ପାଇଁ ଭୋଟିଂ ପ୍ରକ୍ରିୟା । ଏହା ଭିତରେ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ୧୪ ସେଟ୍ ଫର୍ମ ବିକ୍ରି ହୋଇଛି । ଏହି ୧୪ ସେଟ୍ ଫର୍ମ ମଧ୍ୟରୁ ୧୨ ସେଟ୍ ଫର୍ମ କିଣିଛି ବିଜେଡି । ବିଧାୟକ ଅନନ୍ତ ନାରାୟଣ ଜେନା ବିଜେଡି ପକ୍ଷରୁ ୧୨ ସେଟ୍ ଫର୍ମ ନେଇଥିବା ସୂଚନା ମିଳିଛି । ଫଳରେ ୧୨ ସେଟ୍ ଫର୍ମରେ କାହାର ନାମ ପୁରଣ ହେବ, ତାକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡୁଛି ।

କାରଣ ସୁବାସ ସିଂ କଟକ ମେୟର ହେବା ପରେ ସେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ଫଳରେ ଏବେ ଓଡିଶାରୁ ରାଜ୍ୟସଭା ପାଇଁ ୪ ଆସନ ଖାଲି ପଡିଛି । ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ଯେହେତୁ ୪ ଯାକ ଆସନ ବିଜେଡି ଖାତାକୁ ଆସିବ। ତେଣୁ ନବୀନଙ୍କ ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କର ନଜର ରହିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବଶୀଘ୍ର ଏନେଇ ସରପ୍ରାଇଜ୍ ଦେଇପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ହେଉଛି।
କିଏ ଯିବ ରାଜ୍ୟସଭା ?
କାହା ନାଁରେ ମୋହର ମାରିବେ ବିଜେଡି ସୁପ୍ରିମୋ ? କାହାକୁ ରାଜ୍ୟସଭା ପ୍ରାର୍ଥୀ କରିବେ ନବୀନ ? ତାକୁ ନେଇ ଲାଗି ରହିଛି କଳ୍ପନା ଜଳ୍ପନା । ରେସରେ ରହିଛି ଅନେକ ନାଁ । ପଶ୍ଚିମ ଓଡିଶାରୁ କଳିକେଶ ସିଂହଦେଓ, ପୁଷ୍ପେନ୍ଦ୍ର ସିଂଓଦେଓ, ପଶ୍ଚିମଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ରାସେଶ୍ୱରୀ ପାଣିଗ୍ରାହୀ, ଯୋଗେଶ ସିଂ, ପ୍ରଭାସ ସିଂ ପ୍ରମୁଖ ।
ସେହିପରି ଜଣେ କିମ୍ବା ଦୁଇ ଜଣ ମହିଳାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇବ ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ସୁସ୍ମିତା ବାଗଚୀଙ୍କ ଠାରୁ ଆରମ୍ଭ କରି ଶ୍ରୀମୟୀ ମିଶ୍ର, ସୁଲତା ଦେଓ ପ୍ରମୁଖଙ୍କ ନାଁ ଚର୍ଚ୍ଚା ହେଉଛି । ସୁବ୍ରତ ବାଗଚୀଙ୍କ ପତ୍ନୀ ତଥା ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ହେଉଛନ୍ତି ସୁସ୍ମିତା ବାଗଚୀ । ସେହିପରି ଓଡ଼ିଶା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ବିଜେଡି ମୁଖପାତ୍ର ସୁଲତା ଦେଓ, ପୂର୍ବତନ ବିଧାୟିକା ରାସେଶ୍ୱର ପାଣିଗ୍ରାହୀଙ୍କ ନାମ ମଧ୍ୟ ମହିଳାଙ୍କ ରେସରେ ସାମିଲ ରହିଛି ।
ଅନ୍ୟପଟେ ପୁଣିଥରେ ସସ୍ମିତ ପାତ୍ରଙ୍କୁ ଦିଲ୍ଲୀକୁ ପଠାଇ ପାରନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । କାରଣ ରାଜ୍ୟସଭା ସାଂସଦ ଭାବେ ମାତ୍ର ୩ ବର୍ଷ ଧରି ସସ୍ମିତ ପାତ୍ର ରହିଥିଲେ ବି ଅନେକ ପ୍ରସଙ୍ଗରେ ରାଜ୍ୟସଭାରେ ସେ ପକ୍ଷ ରଖି ପ୍ରଶଂସିତ ହୋଇଛନ୍ତି । ସେହିପରି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରିପିଟ୍ କରିବାର ସମ୍ଭାବନା ମଧ୍ୟ ରହିଛି ।
ସେପଟେ କଂଗ୍ରେସ ଛାଡି ବିଜେଡିକୁ ଯାଇଥିବା ପ୍ରଦୀପ ମାଝୀଙ୍କୁ ରାଜ୍ୟସଭା ସୁଯୋଗ ମିଳିପାରେ । ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଥିବା ପ୍ରଦୀପ ମାଝୀ ଦକ୍ଷିଣ ଓଡ଼ିଶାର ଜଣେ ଟାଣୁଆ ନେତା ହୋଇଥିବାରୁ ତାଙ୍କୁ ରାଜ୍ୟସଭା ଟିକେଟ୍ ମିଳିବା ସମ୍ଭାବନା ଅଧିକ ରହିଛି । ସେହିପରି ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ନେତା ତଥା ପୂର୍ବତନ ଆଇଆରଏସ୍ ଅଧିକାରୀ ସନ୍ତୋଷ ଅମାତଙ୍କୁ ମଧ୍ୟ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
ଅନ୍ୟପକ୍ଷରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ନାଁକୁ ନେଇ ବି କଳ୍ପନାଜଳ୍ପନା ଲାଗି ରହିଛି । ସେହିପରି ବିଜେଡିର ଗଣମାଧ୍ୟମ ବ୍ୟାପାର ମୁଖ୍ୟ ମାନସ ମଙ୍ଗରାଜ, ମୁଖପାତ୍ର ଲେନିନ ମହାନ୍ତିଙ୍କ ମଧ୍ୟରୁ ଜଣକୁ ଟିକଟ୍ ମିଳିପାରେ ବୋଲି କୁହଯାଉଛି ।
ତେବେ ଶେଷ ନିଷ୍ପତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତରେ ରହିଛି । ଦୌଡରେ ଅନେକ ଯୋଗ୍ୟ ପ୍ରାର୍ଥୀ ଥିବା ବେଳେ କାହା ନାମ ଉପରେ ମୋହର ମାରୁଛନ୍ତି ନବୀନ, ତାହା ଦେଖିବାକୁ ବାକି ରହିଲା ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications