କାଲି ବାହାରିବ ଉପନିର୍ବାଚନ ଫଳ : ବଢୁଛି ନେତାଙ୍କ ହୃଦସ୍ପନ୍ଦନ, ବେଣୁ ମଉସାଙ୍କ ପାଇଁ ଦୀପ ଜାଳିଲେ ରାଣୀ
ପାଖେଇ ଆସୁଛି ସମୟ । କାଳି ବାହାରିବ ଓଡିଶାର ଦୁଇଟି ଉପନିର୍ବାଚନର ଫଳାଫଳ । ବେଣୁ ମଉସାଙ୍କ ପାଇଁ ଶହେ ଦୀପ ଜାଳିଲେ ଅଭିନେତ୍ରୀ ରାଣୀ ।
ଭୁବନେଶ୍ୱର : ପାଖେଇ ଆସୁଛି ସମୟ । କାଲି ବାହାରିବ ଉପନିର୍ବାଚନ ଫଳ । ଓଡିଶାର ଦୁଇଟି ହେଭିଓ୍ୱେଟ୍ ସ୍ଥାନ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ପାଇଁ କାଲି ସକାଳ 8ଟାରୁ ଆରମ୍ଭ ହେବାକୁ ଯାଉଛି ଭୋଟ୍ ଗଣତି । ତେବେ ସମୟ ଯେତେ ପାଖଉଛି ନେତାଙ୍କ ହୃଦସ୍ପନ୍ଦନ ସେତିକି ବଢୁଛି । ପ୍ରାର୍ଥୀଙ୍କ ଠାରୁ ନେଇ ଦଳୀୟ ତୁଙ୍ଗ ନେତା ଯାଏଁ ସମସ୍ତଙ୍କ ଛାତି ଏବେ ଧଡଧଡ । ଭୋଟକୁ ନେଇ ଶାସକ ବିଜେଡି ଠାରୁ ଆରମ୍ଭ କରି ବିଜେପି ଓ କଂଗ୍ରେସର ଅଙ୍କକଷା ଆରମ୍ଭ ହୋଇଛି । ଆସନ୍ତା କାଲି ମଧ୍ୟାହ୍ନ 12ଟା ସୁଦ୍ଧା ସମସ୍ତ ଚିତ୍ର ସ୍ପଷ୍ଟ ହୋଇଯିବ । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଗଣିତ କାହା ସପକ୍ଷରେ ଯାଉଛି ତାହା ମଧ୍ୟାହ୍ନ 12ଟା ସୁଦ୍ଧା ପ୍ରମାଣିତ ହୋଇଯିବ । ସେହିପରି ଦୁଇଟି ଯାକ ଆସନ ବିଜେଡି ସପକ୍ଷରେ ଯିବ ବୋଲି ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି ।
ଅପରପକ୍ଷରେ ଚଳିତ ଉପନିର୍ବାଚନରେ ବାଲେଶ୍ୱର ସଦରକୁ ନେଇ ଚର୍ଚ୍ଚାରେ ରହିଥିଲେ ବେଣୁ ମଉସା । ଗରିବ ଘରର ଏହି ବେଣୁ ମଉସାଙ୍କୁ ନେଇ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା ।

ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଠାରୁ ଆରମ୍ଭ କରି ରାଣୀ ପ୍ରୀୟଦର୍ଶିନୀ ପର୍ଯ୍ୟନ୍ତ ସମସ୍ତେ ପ୍ରଚାର କରିଥିଲେ । ଏପରିକି ଅଭିଜିତ୍ ମଜୁମଦାର୍ ମଧ୍ୟ ନିଜ ଅନ୍ଦାଜରେ ବେଣୁ ମଉସାଙ୍କ ପାଇଁ ଗୀତ ଗାଇଥିଲେ । ତେଣୁ ତିନୋଟି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ବେଣୁ ମଉସାଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ । ବାଲେଶ୍ୱର ସଦରରେ ବେଣୁ ମଉସାଙ୍କ ବିଜୟ ପାଇଁ ଦୀପ ଜାଳିଛନ୍ତି ଅଭିନେତ୍ରୀ ରାଣୀ ପ୍ରୀୟଦର୍ଶିନୀ । ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ପାଖାପାଖି 100 ଦୀପ ଜାଳି ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ରାଣୀ । ନିର୍ବାଚନ ପ୍ରଚାର ସମୟରେ ରାଣୀ ବାଲେଶ୍ୱର ଯାଇ ବେଣୁ ମଉସାଙ୍କ ପାଇଁ ପ୍ରଚାର କରିଥିଲେ । ଗାଁ ଗାଁ ବୁଲି ବେଣୁ ମଉସାଙ୍କୁ ଜିତାଇବା ପାଇଁ ଭୋଟ୍ ମାଗିଥିଲେ ରାଣୀ । ଏହି ସମସ୍ତ ଚିତ୍ର ମଧ୍ୟରେ ଆସନ୍ତା କାଲିର ନଜର ଓଡିଶାର ଏହି ଦୁଇଟି ନିର୍ବାଚନ ମଣ୍ଡଳୀର ଫଳାଫଳ ଉପରେ ରହିବ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications