ନବୀନଙ୍କ ପଞ୍ଚମ ପାଳିକୁ ତିନି ବର୍ଷ

ନବୀନ ସରକାରଙ୍କ ପଞ୍ଚମ ପାଳିକୁ ତିନି ବର୍ଷ ପୁରିଛି । ୨୦୧୯ ମେ ୨୯ ତାରିଖରେ ବିଧାନସଭା ନିର୍ବାଚନରେ ୧୧୨ ଆସନରେ ବାଜି ମାରି ଲଗାତାର ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଥିଲା ବିଜୁ ଜନତା ଦଳ ।

ଭୁବନେଶ୍ୱର: ନବୀନ ସରକାରଙ୍କ ପଞ୍ଚମ ପାଳିକୁ ତିନି ବର୍ଷ ପୁରିଛି । ୨୦୧୯ ମେ ୨୯ ତାରିଖରେ ବିଧାନସଭା ନିର୍ବାଚନରେ ୧୧୨ ଆସନରେ ବାଜି ମାରି ଲଗାତାର ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଥିଲା ବିଜୁ ଜନତା ଦଳ । ଆରମ୍ଭ ହୋଇଥିଲା ନବୀନ ଶାସନର ଆଉ ଏକ ସଫଳ ଅଧ୍ୟାୟ । ସେ ଐତିହାସିକ ଅଧ୍ୟାୟକୁ ଆଜି ପୂରିଛି ୩ ବର୍ଷ ।

Naveen Patnaik

ରାଜ୍ୟର ବିକାଶ ଓ ଲୋକାଭିମୁଖୀ ଯୋଜନା 5T ଓ 'ମୋ ସରକାର' ବ୍ୟବସ୍ଥା ସହିତ ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚିଛି । ଥାନାଠୁ ଡାକ୍ତରଖାନା ଯେ କୌଣସି ସରକାରୀ ଅଫିସରେ ଉତ୍ତମ ସେବା ମିଳୁଛି କି ନାହିଁ, ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଖୋଲିଛି 'ମୋ ସରକାର' ଫିଡ୍‌ ବ୍ୟାକ୍‌ ସେଲ୍‌ । ଦୁର୍ନୀତି ବିରୋଧରେ ନିରନ୍ତର ଜିରୋ ଟଲେରାନ୍ସ ନୀତି ଯୋଗୁ ଅନେକ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ବାଦ ପଡିନାହାନ୍ତି ବରିଷ୍ଠ ଆଇଏଏସ୍ କି ଆଇପିଏସ୍ ଅଫିସର । ଦୁର୍ନୀତିମୁକ୍ତ ଶାସନ ଦେବାରେ ଶ୍ରେଷ୍ଠ ଦୃଷ୍ଟାନ୍ତ ସାଜିଛନ୍ତି ନବୀନ ସରକାର । ଶିକ୍ଷାଠୁ ସ୍ୱାସ୍ଥ୍ୟ, କ୍ରୀଡ଼ା, ଭିତ୍ତିଭୂମି ଓ ମୌଳିକ ସୁବିଧା ଯୋଗାଇ ଦେବାରୁ ମଡେଲ ସାଜିଛି ବିଜେଡି ସରକାର । ନୂତନ ଓଡ଼ିଶା ଗଠନର କର୍ଣ୍ଣଧାର ସାଜିଛି 5T ।

ଦୁର୍ନୀତିମୁକ୍ତ ଶାସନ ଦେବାରେ ଶ୍ରେଷ୍ଠ ଦୃଷ୍ଟାନ୍ତ ସାଜିଛନ୍ତି ନବୀନ ସରକାର । ଶିକ୍ଷାଠୁ ସ୍ୱାସ୍ଥ୍ୟ, କ୍ରୀଡ଼ା, ଭିତ୍ତିଭୂମି ଓ ମୌଳିକ ସୁବିଧା ଯୋଗାଇ ଦେବାରୁ ମଡେଲ ସାଜିଛି ବିଜେଡି ସରକାର । ନୂତନ ଓଡ଼ିଶା ଗଠନର କର୍ଣ୍ଣଧାର ସାଜିଛି 5T । ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି ନବୀନ ସରକାର । ଯେଉଁଥିରେ ୧୬୦ ଦୁର୍ନୀତି ଖୋର ବାବୁଙ୍କୁ ଚାକିରୀରୁ ବିଦା କରାଯାଇଛି । ପଞ୍ଚମ ପାଳିରେ ଲକ୍ଷ୍ୟ ରହିଛି, ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ଏବଂ ଦୁର୍ନୀତି ମୁକ୍ତ ଶାସନ ।

Naveen Patnaik

୨୦୨୧ ସେପ୍ଟମ୍ବର ୧ ରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବଡ ପଦକ୍ଷେପ ନେଇଥିଲେ ମୁଖ୍ୟମନ୍ତ୍ରୀ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ଓଡ଼ିଶା ଇତିହାସର ସବୁଠାରୁ ବଡ଼ ସଫଳତା । ଅସୁସ୍ଥ ଅସହାୟକୁ ହେଲଥ କାର୍ଡ ବଳ ଦେଉଛି । ସାଧାରଣ, ଗରିବ ଲୋକଙ୍କର ଚିକିତ୍ସା ଖର୍ଚ୍ଚ ଦୂର କରିଛି । ବିନା ଖର୍ଚ୍ଚରେ ରାଜ୍ୟ ତଥା ଦେଶର ଉତ୍ତମ ହସ୍ପିଟାଲରେ ଚିକିତ୍ସିତ ହୋଇପାରୁଛନ୍ତି ଲୋକେ । ରୋଗୀଟିଏ ହସ୍ପିଟାଲ ଗଲେ ସ୍ମାର୍ଟକାର୍ଡରେ ସମସ୍ତ ତଥ୍ୟ ରହୁଥିବାରୁ ତୁରନ୍ତ ମିଳିପାରୁଛି ଚିକିତ୍ସା । ହସ୍ପିଟାଲରେ ରାଜ୍ୟ ସରକାରଙ୍କ ପକ୍ଷରୁ ରହୁଥିବା ସ୍ୱାସ୍ଥ୍ୟ ମିତ୍ର ରୋଗୀଙ୍କୁ ସବୁ ସହଯୋଗ ଯୋଗାଇ ଦେଉଛନ୍ତି । ରାଜ୍ୟ ବାହାରେ ୬୫ଟି ବଡ଼ ବଡ଼ ହସ୍ପିଟାଲ ଏବଂ ରାଜ୍ୟ ଭିତରେ ୩୨୮ ହସ୍ପିଟାଲ ସମେତ ସମସ୍ତ ସରକାରୀ ଚିକିତ୍ସାଳୟରେ ରୋଗୀଙ୍କୁ ନିରନ୍ତର ଚିକିତ୍ସା ମିଳିପାରୁଛି ।

ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସରକାର ଆରମ୍ଭ କରିଥିଲେ ମୋ ସ୍କୁଲ କାର୍ଯ୍ୟକ୍ରମ । ୫ଟି ଅଧୀନରେ ୨ ହଜାରରୁ ଅଧିକ ସ୍କୁଲ ରୂପାନ୍ତରଣ ସରିଛି। ଏସବୁ ସ୍କୁଲରେ ଅତ୍ୟାଧୁନିକ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସ୍ମାର୍ଟ ଲାଇବ୍ରେରୀ ସୁବିଧା ସହ, ସ୍ମାର୍ଟ କ୍ଲାସ ରୁମ୍‌, ସ୍ମାର୍ଟ ଲାବୋରେଟରୀ ବ୍ୟବସ୍ଥା ଉପଲବ୍ଧ କରାଯାଇଛି ।

Naveen Patnaik

ସେପଟେ ସ୍କୁଲ ଗୁଡ଼ିକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଥିଲା ମୁଖ୍ୟମନ୍ତ୍ରୀଙ୍କ ନିର୍ଘୋଷ ଆହ୍ୱାନ । ରୂପାନ୍ତରଣର ଏ ଧାରାରେ ଯୋଡ଼ି ହୋଇ ଯାଇଥିଲେ ଅନେକ ବ୍ୟକ୍ତି ବିଶେଷ । ଜଣେ ବ୍ୟକ୍ତି ଚାହିଁଲେ ସର୍ବାଧିକ ୩ଟି ସ୍କୁଲକୁ ପୋଷ୍ୟ ଗ୍ରହଣ କରି ପାରିବେ । ବିଦ୍ୟାଳୟ ଗୁଡ଼ିକର ଏ ରୂପାନ୍ତରଣ ପ୍ରକ୍ରିୟାରେ ସ୍କୁଲର ପୂର୍ବତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ସଂଗଠକମାନଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । 5Tର ସଫଳ ପ୍ରୟୋଗର ସବୁଠୁ ବଡ଼ ଉଦାହାରଣ ପାଲଟିଛି ମୋ-ସ୍କୁଲ କାର୍ଯ୍ୟକ୍ରମ ।

ସେହିପରି କଳାର ପ୍ରଦେଶ ଓଡିଶାରେ ମନ୍ଦିରମାନଙ୍କ ବିକାଶ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ୮ଶହ କୋଟି ଟଙ୍କା ଏବଂ ଲିଙ୍ଗରାଜ, ତାରାତାରିଣୀ, କଟକଚଣ୍ଡୀ, ସମଲେଶ୍ବରୀ, ନୃସିଂହନାଥ ମନ୍ଦିର ବିକାଶ କାର୍ଯ୍ୟ ପାଇଁ ୨ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ଯୋଜନା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+