କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ପ୍ରଦୀପ ମାଝୀ
ଭୁବନେଶ୍ବର: ଦୀର୍ଘ ଦିନର ରାଜନୈତିକ ଚର୍ଚାରେ ଯବନିକା ପକାଇ ଶେଷରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ପ୍ରଦୀପ ମାଝୀ । କଂଗ୍ରେସ ଛାଡିବା ପରେ ପ୍ରଦୀପ କେଉଁ ଦଳରେ ଯୋଗ ଦେବେ ସେ ନେଇ କିଛି ପ୍ରତିକ୍ରିୟା ରଖି ନାହାନ୍ତି। ତେବେ କିଛି ମାସ ପୂର୍ବରୁ ପ୍ରଦୀପଙ୍କ ବିଜୁ ଜନତା ଦଳରେ ଯୋଗଦାନ ନେଇ ରାଜନୈତିକ ଆଲୋଚନା ହୋଇଥିଲା। ଅପରପକ୍ଷରେ କଂଗ୍ରେସ ଦଳ ଛାଡ଼ିବା ପ୍ରସଙ୍ଗରେ ମତ ରଖିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି । ପ୍ରଦୀପ କଂଗ୍ରେସ ଛାଡ଼ିଲେ କଂଗ୍ରେସ ଦଳରେ କୌଣସି ପ୍ରଭାବ ପଡିବ ନାହିଁ । ଏଣିକି କଂଗ୍ରେସ ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ତାରା ପ୍ରସାଦ କହିଛନ୍ତି ।

ପ୍ରଦୀପ ଯାହା ବି ପାଇଛନ୍ତି କଂଗ୍ରେସ ଦଳରୁ ହିଁ ପାଇଛନ୍ତି । ସେ କଂଗ୍ରେସ ଦଳ ଛାଡିବା ଦ୍ବାରା ଦଳରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ତାରା ବାହିନୀ ପତି କହିଛନ୍ତି । ସେ ଲୋକପ୍ରିୟ ନଥିଲେକି ଟାଣୁଆ ନେତା ନଥିଲେ । ଲୋକ ପ୍ରିୟ ଥିଲେ ୨ ଥର ହାରିଲେ କିପରି ବୋଲି ପ୍ରଶ୍ନ କରିଛନ୍ତି ତାରା ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହୋଇ ଗୋଟାଏ ବିଧାୟକଙ୍କୁ ଜିତାଇପାରିଲେ ନାହିଁ । କଂଗ୍ରେସରେ ଥାଇ କଂଗ୍ରେସ ଦଳକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥୁଲେ । ସେ ଦଳ ଛାଡିବାପରେ କଂଗ୍ରେସ ଅଧିକ ସୁଦୃଢ଼ ହେବ ବୋଲି କହିଛନ୍ତି .












Click it and Unblock the Notifications