ଆଜି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ: ୫ ଲୋକସଭା ସହ ୩୫ ବିଧାନସଭା ଆସନରେ ମତଦାନ

Odisha Election 2024: ଆଜି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ । ରାଜ୍ଯର ୫ ଲୋକସଭା ସହ ୩୫ ବିଧାନସଭା ଆସନରେ ମତଦାନ । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ।

ଶୃଙ୍ଖଳାର ସହ ମତଦାନ ପାଇଁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ମଇଦାନରେ ୩୦୫ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ଲୋକସଭା ଓ ବିଧାନସଭା ଆସନରେ ୨୦୧୯ ନିର୍ବାଚନ ଫଳାଫଳକୁ ଦେଖିଲେ ବିଜେଡିର ଆଗରେ ରହିଛି ।

Lok Sabha Election 2024

ଏହି ପର୍ଯ୍ୟାୟରେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର ଅଛନ୍ତି । ମୋଟ ୯ ହଜାର ୧୬୨ଟି ବୁଥ ଥିବା ବେଳେ ୧ ହଜାର ୪୧ ବୁଥକୁ ମହିଳା ପୋଲିଂ କର୍ମଚାରୀ ଓ ୨୫ଟି ବୁଥକୁ ପିଡବ୍ଲୁଡି କର୍ମଚାରୀ ପରିଚାଳନା କରିବେ । ୧୫୪୧ ଆଦର୍ଶ ବୁଥ କରାଯାଇଥିବା ବେଳେ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି ।

ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ । କନ୍ଧମାଳରେ ୨୨, ଗଞ୍ଜାମରେ ୨୦, ସୁନ୍ଦରଗଡ଼ରେ ୧୬, ବଲାଙ୍ଗୀରରେ ୧୪, ବରଗଡ଼ରେ ୧୪, ଝାରସୁଗୁଡ଼ାରେ ୫ ଓ ବୌଦ୍ଧରେ ୫ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ।

ମୋଟ ୩୫ ବିଧାନସଭା ଆସନରୁ ବିଜେଡି ଏକାକି ୨୬ ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ ଓ ବିଜେପି ୪ଟି ଲେଖାଏଁ ଆସନରେ ବିଜୟୀ ହୋଇଥିଲା । ସେହିପରି ୫ ଲୋକସଭା ଆସନରୁ ବିଜେପି ୩ଟି ଆସନ ଜିଣିଥିବା ବେଳେ ବିଜେଡି ୨ଟି ଆସନରେ ବିଜୟୀ ହୋଇଥିଲା । ଏହି ପର୍ଯ୍ୟାୟରେ ବହୁ ହେଭିୱେଟଙ୍କ ହେବ ଭାଗ୍ୟ ପରୀକ୍ଷା ହେଲେ ଫୋକସରେ ୧୩ ଜଣ ହେଭିୱେଟଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨ଟି ଆସନ ହିଞ୍ଜିଳି ଓ କଣ୍ଟାବାଞ୍ଜିରେ ଆଜି ମତଦାନ ।

ସୂଚନା ରହିଛି ଯେ, ସୁନ୍ଦରଗଡ଼ ପୌରଞ୍ଚଳର ୩ଟି ବୁଥରେ EVMରେ ତ୍ରୁଟି । ପୌରାଞ୍ଚଳର ୨୧୧,୨୩୪, ୨୩୬ ନଂ ବୁଥପେ ଏଭିଏମ୍ ତ୍ରୁଟି । ଭଞ୍ଜନଗର ଯୋଗୀମାରୀ ୧୦୬ନଂ ବୁଥରେ ମଧ୍ୟ ଇଭିଏମ୍ ତ୍ରୁଟି ଯୋଗୁଁ ଭୋଟିଂରେ ବିଳମ୍ବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+