କାହିଁକି କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ ? ଇସ୍ତଫା ପରେ ତେଜିଲା ରାଜନୀତି
ନବରଙ୍ଗପୁରରୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଆଜି ନିଜ ଇସ୍ତଫା ପତ୍ର କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧିଙ୍କୁ ପଠାଇଛନ୍ତି । ଏଥିରେ ସେ ଲେଖିଛନ୍ତି କଂଗ୍ରେସରେ କାମ କରିବାକୁ ଆଉ ପର୍ଯ୍ୟାପ୍ତ ସୁଯୋଗ ନାହିଁ । କିଛି ଲୋକଙ୍କୁ ଯୋଗୁଁ ଦଳର ତାର ବିଶ୍ୱସନୀୟତା ହରାଇଛି ।
ଭୁବନେଶ୍ୱର: ସମସ୍ତ କଳ୍ପନା ଜଳ୍ପନାରେ ପଡିଲା ପୂର୍ଣ୍ଣଛେଦ । ଘଟିଲା ପ୍ରତୀକ୍ଷାର ଅନ୍ତ । ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ବଡ ଝଟକା । ନାହିଁ ନାହିଁ କହି ଶେଷରେ, ଇସ୍ତଫା ଦେଇଛନ୍ତି ପ୍ରଦେଶ କଂଗ୍ରେସ କମିଟି (ପିସିସି)ର କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟ କଂଗ୍ରେସର ଅନ୍ୟତମ ହେବିୱେଟ ଚେହେରା ପ୍ରଦୀପ ମାଝୀ ।

କାହିଁକି କଂଗ୍ରେସକୁ ବାଏ ବାଏ କହିଲେ ପ୍ରଦୀପ ମାଝୀ ?
ନବରଙ୍ଗପୁରରୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଆଜି ନିଜ ଇସ୍ତଫା ପତ୍ର କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧିଙ୍କୁ ପଠାଇଛନ୍ତି । ଏଥିରେ ସେ ଲେଖିଛନ୍ତି କଂଗ୍ରେସରେ କାମ କରିବାକୁ ଆଉ ପର୍ଯ୍ୟାପ୍ତ ସୁଯୋଗ ନାହିଁ । କିଛି ଲୋକଙ୍କୁ ଯୋଗୁଁ ଦଳର ତାର ବିଶ୍ୱସନୀୟତା ହରାଇଛି । ଆଉ ଏହାକୁ ଫେରିପାଇବାକୁ ହେଲେ ବହୁତ ସମୟ ଲାଗିବ ।
ଚିଠିରେ କ'ଣ ଲେଖିଛନ୍ତି ପ୍ରଦୀପ ମାଝୀ ?
"ମୁଁ ଅତ୍ୟନ୍ତ ଦୁଃଖର ସହ କହିବାକୁ ଚାହୁଁଛି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଇସ୍ତଫା ଦେଉଛି । ଲୋକଙ୍କ ସେବା କରିବାକୁ ମୁଁ ଜାତୟ କଂଗ୍ରେସକୁ ଆସିଥିଲି । ଦଳ ମୋତେ ସୁଯୋଗ ଦେବା ସହ ବିନା ଦାବିରେ ଉଚ୍ଚପଦ ଦେଇଥିଲେ । କଂଗ୍ରେସରେ ଥାଇ ଲୋକଙ୍କ ଭଲପାଇବା ପାଇଛି । ଆପଣଙ୍କ ନେତୃତ୍ୱରେ ଦଳ ସଙ୍ଗଠନ ଭଲ ଭାବେ ପରିଚାଳିତ ହେଉଛି । ତେବେ କିଛି କିଛି ଲୋକଙ୍କ ଯୋଗୁଁ ଦଳ ଏବେ ନିଜର ବିଶ୍ୱସ୍ତନୀୟତା ହରାଉଛି । ଏହାକୁ ଫେରିପାଇବାକୁ ହେଲେ କଂଗ୍ରେସକୁ ବହୁତ ସମୟ ଲାଗିବ । ଲୋକଙ୍କ ସେବା କରିବାକୁ କଂଗ୍ରେସରେ ବର୍ତମାନ ପରିସ୍ଥିତିରେ ଆଉ ଯଥେଷ୍ଟ ସୁଯୋଗ ନାହିଁ ।" ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ପ୍ରଦୀପ ମାଝୀ ।

କଂଗ୍ରେସର ଅନ୍ୟତମ ହେବିୱେଟ ଚେହେରା ପ୍ରଦୀପ ମାଝୀ
ପ୍ରଦୀପ ମାଝୀ ବର୍ତମାନ ପିସିସିର କାର୍ଯ୍ୟକାରୀ ସଭାପତି ଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସେ ଅତି ଘନିଷ୍ଠ ଥିଲେ । ଦୁଇସପ୍ତାହ ପୂର୍ବରୁ ସେ ଦିଲ୍ଲୀରେ ରାହୁଲଙ୍କ ବି ଭେଟିଥିଲେ । ନବରଙ୍ଗପୁରରୁ ସେ ୨୦୦୯ରୁ ୨୦୧୪ ଯାଏଁ ସାଂସଦ ଥିଲେ । ରାଜ୍ୟ କଂଗ୍ରେସର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବି ଥିଲେ ପ୍ରଦୀପ ମାଝୀ । ସେ ବିଜେଡିରେ ସାମିଲ ହେବା ଚର୍ଚ୍ଚା ଜୋର ଧରିଛି ।
ପ୍ରଦୀପଙ୍କ ଇସ୍ତଫା ପରେ ବର୍ଷିଲେ ତାରା
କଂଗ୍ରେସରୁ ପ୍ରଦୀପ ମାଝି ଇସ୍ତଫା ଦେବେ ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଯାଇଛି । କଂଗ୍ରେସ ପକ୍ଷରୁ ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଜୟପୁର ବିଧାୟକ ତାରାବାହିନୀ ପତି କହିଛନ୍ତି, କଂଗ୍ରେସ ଦଳରେ ଥିଲା ଗ୍ରହ ଦୋଷ। ପୂର୍ବରୁ ଶନି, ରାହୁ ଯାଇଥିଲେ ଏବେ କେତୁ ଗଲେ ।

ଏଣିକି କଂଗ୍ରେସ ଦଳର ଗ୍ରହ ଦୋଷ କଟିଲା ଏବେ ଦଳ ଭଲ ପ୍ରଦର୍ଶନ କରିବେ ବୋଲି ବିସ୍ପୋରକ ବୟାନ ଦେଇଛନ୍ତି ତାରା । ପ୍ରଦୀପ ମାଝୀଙ୍କ ଇସ୍ତଫା କଂଗ୍ରେସ ଦଳରେ କୌଣସି ପ୍ରଭାବ ପଡିବ ନାହିଁ ବରଂ ଏଣିକି କଂଗ୍ରେସ ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି । ପ୍ରଦୀପ ମାଝୀ ଯାହା ବି ପାଇଛନ୍ତି କଂଗ୍ରେସ ଦଳରୁ ହିଁ ପାଇଛନ୍ତି । ସେ କଂଗ୍ରେସ ଦଳ ଛାଡିବା ଦ୍ବାରା ଦଳରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ତାରା ବାହିନୀ ପତି କହିଛନ୍ତି ।
ମୁଁ ଆଠ ମାସ ହେଲା ଜାଣିଥିଲି: ସୁର ରାଉତରାୟ
ସେହିଭଳି କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଦୀପ ମାଝୀଙ୍କ ଉପରେ ବର୍ଷିଛନ୍ତି ସୁର। ସେ କହିଛନ୍ତି, ଯାହାର ପାୱାର ଓ ମନି ଦରକାର, ସେ ଗୋଟିଏ ଦଳରେ ସ୍ଥିର ରହେ ନାହିଁ। ନିଜ ସ୍ୱାର୍ଥ ପାଇଁ ଦଳ ଛାଡ଼ିଛନ୍ତି ପ୍ରଦୀପ। ସେ ଧୋକାବାଜ କାମ କରିଛନ୍ତି। ତାଙ୍କ ଇସ୍ତଫାର ପ୍ରଭାବ ଦଳ ଉପରେ ପଡ଼ିବ ନାହିଁ।
କେଉଁ ଆଡେ ଯିବେ ପ୍ରଦୀପ ?
କଂଗ୍ରେସ ଛାଡିବା ପରେ କେଉଁ ଆଡେ ଯିବେ ପ୍ରଦୀପ ମାଝୀ, ସେନେଇ ମଧ୍ୟ ରାଜନୀତି ପଣ୍ଡିତମାନେ ଅଙ୍କ କସିବା ଆରମ୍ଭ କରି ଦେଲେଣି । ପ୍ରଦୀପ ମାଝୀ ବାରମ୍ବାର ବିଜେଡିକୁ ଯାଉଥିବା ଚର୍ଚ୍ଚା ଜୋର ଧରିଥିବାବେଳେ ଏବେ ସେ କଂଗ୍ରେସ ଛାଡିଛନ୍ତି । ମାତ୍ର ଏହି ଚର୍ଚ୍ଚା ଆରମ୍ଭ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଦୀପ ମାଝି କହିଥିଲେ, ମୁଁ କେଉଁ ଦଳରେ ଯୋଗ ଦେଉନାହିଁ । କଂଗ୍ରେସରେ ଥିଲି ଥିବି ଆଉ ଅଛି । କିନ୍ତୁ ଏବେ ପ୍ରଦୀପଙ୍କ ଇସ୍ତଫା ପରେ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି ।












Click it and Unblock the Notifications