ସ୍ପଷ୍ଟ ହେଉନି ଚିତ୍ର; କୁଆଡେ ଗଲା ମେଣ୍ଟ ? କାହାକୁ ମିଳିବ କେତେ ଆସନ ?

ସ୍ପଷ୍ଟ ହେଉନି ଚିତ୍ର । କୁଆଡେ ଗଲା ମେଣ୍ଟ । ନେତାଙ୍କ ସହ କର୍ମୀ ମଧ୍ୟ ଟେନସନରେ । କ୍ରିକେଟ ପଡ଼ିଆରୁ ଦହିବରା ଦୋକାନ ଗୋଟିଏ କଥା, କେବେ ହେବ ମେଣ୍ଟ । ସମସ୍ତଙ୍କ ଜାଣିବାକୁ ଇଛା କେବେ ହେବ ମେଣ୍ଟ । ଆଉ ଏହାରି ଭିତରେ ବିଜେଡି ଓ ବିଜେପି ନେତାଙ୍କ ମନ୍ତବ୍ୟ ବି ଖୋରାକ ଯୋଗାଇଛି ।

ଗତ ୧୦ ଦିନ ହେବ କେବଳ ଗୋଟିଏ କଥା ଓଡ଼ିଶାରେ ମେଣ୍ଟ ସରକାର ! ହେଲେ ଏଥର କିଛି ସ୍ପଷ୍ଟତା ଆସିପାରୁ ନାହିଁ । ତିନି ଦିନ ଧରି ଦିଲ୍ଲୀରେ ଥିବା ରାଜ୍ୟ ବିଜେପି ନେତୃତ୍ୱ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଆସନ ବୁଝାମଣା ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ତେବେ ଆଶା କରାଯାଉଛି ଆଜି ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ନିଷ୍ପତି ଆସିପାରେ ।

BJD BJP alliance

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ହୋଇଥିବା ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ପ୍ରମୁଖ ନେତା ମାନେ ସାମିଲ ହୋଇଥିଲେ । ଏହି ବୈଠକରେ ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ଆସନରୁ ନେଇ ରିପୋର୍ଟ ପ୍ରସ୍ତୁତ ହୋଇଥିବା ବେଳେ କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟରେ ଏହାକୁ ଉପସ୍ଥାପନ କରାଯାଇଛି ।

ସୋସିଆଲ୍ ମିଡିଆରେ ବିଭିନ୍ନ କଳ୍ପନାଜଳ୍ପନା ଜାରି ରହିଛି । ଲୋକସଭା ପାଇଁ ୧୩ ଅନୁପାତ ୮ କିମ୍ବା ୧୪ ଅନୁପାତ ୭କୁ ନେଇ ଅଙ୍କକଷା ଚାଲିଥିବା କୁହାଯାଉଛି । ଅର୍ଥାତ ବିଜେପି ୧୩ କିମ୍ବା ୧୪ ଲୋକସଭା ଆସନରେ ଲଢ଼ିପାରେ, ଆଉ ବିଜେଡି ୭ କିମ୍ବା ୮ ଆସନରେ ପ୍ରାର୍ଥୀ ଦେଇପାରେ । ସେହିପରି ବିଧାନସଭାରେ ବିଜେପି ଭାଗରେ ୫୬ କିମ୍ବା ୪୯ ଆସନ ପଡିବାକୁ ଥିବା ବେଳେ ବିଜେଡି ୯୧ କିମ୍ବା ୯୮ ଆସନ ପଡିପାରେ ।

ରାଜଦୀପ ସରଦେଶାଇ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଆଜି କି କାଲି ବିଜେପି - ବିଜେଡି ମେଣ୍ଟ ନେଇ ସ୍ପଷ୍ଟ୍ ହୋଇପାରେ ।ବିଜେଡି ୧୩ ସାଂସଦ ଓ ବିଜେପି ୦୭ ସାଂସଦ ସିଟ ଦେବ । ସେହିପରି ବିଧାନସଭା ଆସନ ମଧ୍ୟରେ ବିଜେପି ୪୯ ଟି ଓ ବିଜେଡି ୯୮ ଟି ଆସନ ଦେବ ।

ଏଥି ମଧ୍ୟରେ ଏହା ଏକ ପ୍ରକାର ସ୍ପଷ୍ଟ ହେଉଛି ଯେ, ରାଜ୍ୟରେ ବିଜେପି-ବିଜେଡ଼ି 15 ବର୍ଷ ପରେ ପୁଣି ଏକ ହେବେ । ତେବେ ଆସନ ବୁଝାମଣାକୁ ନେଇ ଏବେ ଆଲୋଚନା ହେଉଛି ବୋଲି କୁହାଯାଉଛି । ସିଟ୍ ସେୟାରିଂ ଫାଇନାଲ ହେଲେ ମେଣ୍ଟ ନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇପାରେ ବୋଲି ମଧ୍ୟ ସୂଚନା ରହିଛି ।

ସେପଟେ ଭୁବନେଶ୍ୱର ଓ ପୁରୀ ଆସନ କାହାର ହେବ ତାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ବିଜେଡି ଭୁବନେଶ୍ୱର ଓ ପୁରୀ ଆସନ ପାଇଁ ଦାବି କରୁଥିବା ସଧାରଣରେ ଚର୍ଚ୍ଚା ହେଉଛି ।

ପ୍ରଶ୍ନ ଉଠୁଛି, ଗତ କିଛି ଦିନ ମଧ୍ୟରେ ଦଳ ଡେଇଁ ଥିବା ନେତାଙ୍କ କଣ ହେବ ? ଟିକେଟ ଆଶାରେ ହେଉ କିମ୍ବା ଦଳ ଉପରେ ଅସନ୍ତୁଷ୍ଟ ହୋଇ ଅନ୍ୟ ଦଳକୁ ଯାଇଥିବା ନେତାମାନେ କଣ କରିବେ । ସେମାନେ ଆଶା କରିଥିବା ଆସନରେ ଯଦି ବୁଝାମଣା ହୋଇଯାଏ, ତେବେ ସେମାନେ ବିରୋଧୀ ପ୍ରାର୍ଥୀଙ୍କ ପାଇଁ ଲୋକଙ୍କୁ ଭୋଟ୍ ମାଗି ପାରିବେ ? ଏପରିକି ବର୍ଷ ବର୍ଷ ଧରି ନିଜ ସଙ୍ଗଠନ କରିଥିବା ନେତା ନିଜ ସମର୍ଥକଙ୍କୁ ବୁଝାଇପାରିବେ ?

ସେପଟେ ଆମେ ଯଦି ଦେଖିବ ବିଜେଡ଼ିରୁ ବିଦା ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ବିଜେପି ଶିବିରରେ । ଏକା ସେ ନୁହଁନ୍ତି ବିଜେଡ଼ିରୁ ପ୍ରଶାନ୍ତ ଜଗଦ୍ଦେବ, ଜୟଦେବ ବିଧାୟକ ଅରବିନ୍ଦ ଢାଲି, ବିଜେପିରେ ସାମିଲ ହୋଇଛନ୍ତି । ଏପରିକି ତୋଲକାଇର ବିଜେଡି ବିଧାୟକ ପ୍ରେମାନନ୍ଦ ନାୟକ ବି ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି । ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ ଏବଂ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ଭଳି ଜଣାଶୁଣା ନେତା ବିଜେପିରେ ଯୋଗ ଦେଇଛନ୍ତି । ଏହି ନେତା ଆଶାୟୀ ଥିବା ଆସନ ଯଦି ବୁଝାମଣାରେ ବଳି ପଡ଼ିଗଲା, ତେବେ ଏମାନେ କର୍ମୀ ହୋଇ କାମ କରିବେ ନା ବିଦ୍ରୋହୀ ହୋଇ ସ୍ୱାଧୀନ ଭାବେ ଲଢିବେ ତାହା ମଧ୍ୟ ଦେଖିବା ବାକି ରହିଲା ।

ଏହି ଦୁଇଟି ନିର୍ବାଚନରେ ଓଡିଶାର ଭୋଟରମାନେ ସ୍ପଷ୍ଟ ଭାବରେ ସୂଚାଇ ଦେଇଛନ୍ତି ଯେ ଲୋକସଭା ନିର୍ବାଚନରେ ସେମାନଙ୍କର ପ୍ରବୃତ୍ତି ବିଜେପି ଆଡକୁ ଗତି କରୁଥିବାବେଳେ ବିଧାନସଭା ବିଜେଡି ଆଡ଼କୁ ।

ବିଜେପିକୁ ଏଥର ୪୦୦ 'ଅତିକ୍ରମ କରିବାର ଲକ୍ଷ୍ୟ ପୂରଣ କରିବାକୁ ପଡିବ। ଏଥିରେ ଓଡିଶାର ସମସ୍ତ ୨୧ ଟି ସିଟ୍ ଦଖଲ କରିବାକୁ ବିଜେଡି ସହିତ ହାତ ମିଳାଇବା ଅପେକ୍ଷା କ'ଣ ଭଲ ବିକଳ୍ପ ହୋଇପାରେ? ସେହିପରି ବିଜେଡି ଅଧିକ ବିଧାନସଭା ଆସନ ପାଇବାରେ କେହି ବିରୋଧ କରିପାରିବେ ନାହିଁ । ରାଜ୍ୟରେ କଂଗ୍ରେସର ସ୍ଥିତି ଜମାରୁ ଭଲ ନାହିଁ ।

ଏଥି ସହିତ, 'ଗ୍ୟାରେଣ୍ଟି' ସହିତ ପ୍ରାୟ ୨୪ ବର୍ଷର ଆଣ୍ଟି-ଇନକମ୍ବେନ୍ସିର ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ବିଜେଡି ପୁନର୍ବାର ଏନଡିଏକୁ ଫେରିବାରେ କେଉଁ ସମସ୍ୟା ରହିଛି? ଏହା ସତ୍ତ୍ୱେ ଉଭୟ ଦଳ ଜାତୀୟ ସ୍ତରରେ ଭଲରେ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+