Get Updates
Get notified of breaking news, exclusive insights, and must-see stories!

ପ୍ରମାଣ ଦେଲେ ରାଜନୀତି ଛାଡି ଦେବେ ପିସିସି ସଭାପତି

ପଦ୍ମପୁର ଉପନିର୍ବାଚନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ୍ ହୋଇଥିବା ଅଭିଯୋଗ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଆଜି କଂଗ୍ରେସ ବିଧାୟକ ସୁରେଶ କୁମାର ରାୟଉରାୟ ମଧ୍ୟ ଏହାକୁ ସତ୍ୟ ବୋଲି କହିଛନ୍ତି ।

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ୍ ହୋଇଥିବା ଅଭିଯୋଗ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଆଜି କଂଗ୍ରେସ ବିଧାୟକ ସୁରେଶ କୁମାର ରାୟଉରାୟ ମଧ୍ୟ ଏହାକୁ ସତ୍ୟ ବୋଲି କହିଛନ୍ତି । ତେବେ ଏଭଳି ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି ଯେ ଯଦି ଏନେଇ କେହି ପ୍ରମାଣ ଦେବେ, ତା'ହେଲେ ସେ ସବୁ ଦିନ ପାଇଁ ରାଜନୀତି ଛାଡ଼ି ଦେବେ ।

PCC President

ବିଜେଡି ଅଫିସରେ ବସିନୁ କି ବିଜେଡି ନେତାଙ୍କ ସହ କଥା ହେଇନୁ ମୋ ଦଳର କୌଣସି କର୍ମୀ ବିକ୍ରି ହୋଇଥିଲେ ପ୍ରମାଣ ଦିଅନ୍ତୁ ବୋଲି ସେ ସିଧାସଳଖ କହିଛନ୍ତି । ପ୍ରମାଣ ଦେଲେ ମୁଁ କାର୍ଯ୍ୟାନୁଷ୍ଠାନ ନେବି ବୋଲି ପିସିସି ସଭାପତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯଦି ଦମ୍ ନାହିଁ ମୋ ନାଁରେ ମିଥ୍ୟା ପ୍ରଚାର କରନ୍ତୁ ନାହିଁ । କେବଳ ପଦ୍ମପୁର ନୁହେଁ, ଆମେ ଏହା ପୂର୍ବରୁ ବି ଆଉ ୫/୭ଟି ନିର୍ବାଚନରେ ଏଭଳି ରେଜଲ୍ଟ ଦେଖିଛୁ। ତେଣୁ ପରବର୍ତ୍ତୀ ସମୟରେ ରଣନୀତି ପରିବର୍ତ୍ତନ କରାଯିବ ବୋଲି ଶରତ କହିଛନ୍ତି।

ତେବେ ପଦ୍ମପୁର ଉପନିର୍ବାଚନରେ ବିଜେଡି ସହ ଡିଲ୍ ଅଭିଯୋଗକୁ ସତ ବୋଲି ଆଜି କହିଛନ୍ତି ସୁର । ସେ କହିଛନ୍ତି, ପଦ୍ମପୁରରେ କଂଗ୍ରେସ ହାରିବା ପାଇଁ ଡିଲ୍ ହୋଇଥିଲା । ଦଳର ସବୁ ବରିଷ୍ଠ ନେତା କଂଗ୍ରେସକୁ ହରାଇବା ପାଇଁ ପଦ୍ମପୁର ଯାଇଥିଲେ । ଏନେଇ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ରିପୋର୍ଟ ଦେବେ ବୋଲି ସୁର କହିଛନ୍ତି ।

ସୂଚନାଥାଉ କି, ପଦ୍ମପୁର ଉପନିର୍ବାଚନରେ ବିଶାଳ ବିଜୟ ହାସଲ କରିଛନ୍ତି ବିଜେଡ଼ି ପ୍ରାର୍ଥୀନି ବର୍ଷା ସିଂ ବରିହା । ପଦ୍ମପୁର ପରୀକ୍ଷାରେ ବର୍ଷାଙ୍କ ମୁଣ୍ଡରେ ହୋଇଛି ଆଶୀର୍ବାଦର ବର୍ଷା । ୪୨ ହଜାର ୬୭୯ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ ହୋଇଛନ୍ତି । ମୋଟ ୧ ଲକ୍ଷ ୨୦ ହଜାର ୮୦୭ ଖଣ୍ଡ ଭୋଟ ପାଇଛନ୍ତି ବର୍ଷା । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ମିଳିଛି ୭୮ ହାଜର ୧୨୮ ଖଣ୍ଡ ଭୋଟ୍ । ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ମିଳିଛି ମାତ୍ର ୩୫୯୪ ଖଣ୍ଡ ଭୋଟ୍ ।

ତେବେ ବିଜେପିର ଭୋଟ ପରିମାଣ କମ୍ ହୋଇ ନଥିଲେ ବି ବିଜେଡିର ଭୋଟ ପରିମାଣ ଯଥେଷ୍ଟ ବଢ଼ି ଯାଇଛି । ଗଣିତକୁ ଦେଖିଲେ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ରଂଜନ ସିଂହ ବରିହା ପାଇଥିଲେ ୮୩, ୨୯୯ ଖଣ୍ଡ ଭୋଟ। ଏଥିର ତାଙ୍କ ଆବର୍ତ୍ତମାନରେ ତାଙ୍କ ଝିଅ ବର୍ଷା ସିଂହ ବରିହା ପାଇଛନ୍ତି ୧,୨୦,୮୦୭ ଖଣ୍ଡ ଭୋଟ । ସେହିପରି ବର୍ଷାଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପାଇଛନ୍ତି ୭୮,୧୨୮ ଖଣ୍ଡ ଭୋଟ୍‌ । ୨୦୧୯ ନିର୍ବାଚନରେ ସେ ପାଇଥିଲେ ୭୭,୫୬୫ ଖଣ୍ଡ ଭୋଟ୍‌ । ଅର୍ଥାତ ଗତ ନିର୍ବାଚନ ତୁଳନାରେ ଏହି ଦଳର ଭୋଟ ମାତ୍ର ୫୬୩ ଖଣ୍ଡ ବଢ଼ିଛି । ମୋଟ ଉପରେ ବିଜେପି ଭୋଟ୍‌ ଏଠାରେ ଅକ୍ଷୁର୍ଣ୍ଣ ରହିଛି ।

ଅନ୍ୟପକ୍ଷରେ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପାଇଥିଲେ ୩୨, ୭୮୭ ଖଣ୍ଡ ଭୋଟ୍‌ । ମାତ୍ର ଏଥର ସେ ପାଇଛନ୍ତି ମାତ୍ର ୩,୫୯୪ ଖଣ୍ଡ ଭୋଟ୍‌ । ୨୦୧୯ ନିର୍ବାଚନ ତୁଳନାରେ ମଧ୍ୟ କଂଗ୍ରେସ ହରେଇଛି ୨୯ ହଜାର ଭୋଟ । ତେଣୁ ବିଜେପିର ଭୋଟ କମିନଥିଲେ ବି ବିଜେଡିର ଭୋଟ ଯଥେଷ୍ଟ ବଢ଼ି ଯାଇଛି । ତେଣୁ କଂଗ୍ରେସ ଭୋଟ୍ କେଉଁ ଆଡେ ଗଲା ବୋଲି ଚର୍ଚ୍ଚା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+