ଫେବ୍ରୁଆରୀ ପ୍ରଥମ ସପ୍ତାହରେ ହେବ ପଞ୍ଚାୟତ ନିର୍ବାଚନ !

ଫେବ୍ରୁଆରୀ ପ୍ରଥମ ସପ୍ତାହରେ ହେବ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ । ଚଳିତ ମାସ ଶେଷ ସପ୍ତାହରେ ଘୋଷଣା ହେବ ତାରିଖ । ଆଉ ୩ ଦିନ ପରେ ପ୍ରକାଶ ପାଇବ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ।

ଭୁବନେଶ୍ୱର: ଫେବ୍ରୁଆରୀ ପ୍ରଥମ ସପ୍ତାହରେ ହେବ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ । ଚଳିତ ମାସ ଶେଷ ସପ୍ତାହରେ ଘୋଷଣା ହେବ ତାରିଖ । ଆଉ ୩ ଦିନ ପରେ ପ୍ରକାଶ ପାଇବ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ପାଖାପାଖି ୬ ହଜାର ୭୯୪ ସରପଞ୍ଚ ଓ ସମିତି ସଭ୍ୟ, ୯୨ ହଜାର ୱାର୍ଡ ମେମ୍ବର, ୮୫୩ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ହେବ ନିର୍ବାଚନ ।

Odisha Panchayat Election

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ପଞ୍ଚାୟତ ନିର୍ବାଚନ ନେଇ ନିର୍ବାଚନ କମିଶନର ଗାଇଡ଼ଲାଇନ୍‌ ଜାରି କରିଥିଲେ । ଏଥିରେ ଜଣେ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ଅତି ବେଶୀରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ସେହିଭଳି ଜଣେ ସରପଞ୍ଚ ପ୍ରାର୍ଥୀ ୨ ଲକ୍ଷ ଏବଂ ଜଣେ ସମିତି ସଭ୍ୟ ପ୍ରାର୍ଥୀ ଅତି ବେଶିରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିପାରିବେ । ଏହା ସହିତ ନିର୍ବାଚନ ପ୍ରଚାର ପାଇଁ କେଉଁ ପ୍ରାର୍ଥୀ କେତୋଟି ଗାଡି ବ୍ୟବହାର କରିପାରିବେ ସେ ନେଇ ମଧ୍ୟ ନିର୍ଦେଶାବଳୀ ଜାରି କରାଯାଇଛି ।

ଆସନ୍ତା ନିର୍ବାଚନରେ ଅଧାରୁ ଅଧିକ ସରପଞ୍ଚ ହେବେ ମହିଳା । ମୋଟ ଆସନ ମଧ୍ୟରୁ ୩ ହଜାର ୫ ଶହ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ପଛୁଆବର୍ଗ ମହିଳାଙ୍କ ପାଇଁ ୪୨୯ଟି ଆସନ ସଂରକ୍ଷିତ ଥିବା ବେଳେ, ଅନୁସୂଚିତ ଜାତିର ମହିଳାଙ୍କ ପାଇଁ ୫୨୫ ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୩୭୬ ଆସନ ସଂରକ୍ଷିତ ରହଛି । ଏହା ସହିତ ୧୧୭୦ଟି ଆସନ କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ସମିତି ସଭ୍ୟ ପ୍ରାର୍ଥୀ ପାଇଁ ୩ ହଜାର ୫୩୮ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଜିଲ୍ଲା ପରିଷଦରେ ୪୩୩ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି । ଏଥିପାଇଁ ତିନି ଦଳ ଆରମ୍ଭ କରିଛନ୍ତି ସଜବାଜ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+