ବଢ଼ିଲା ପଞ୍ଚାୟତ ନିର୍ବାଚନ ଖର୍ଚ୍ଚ ସୀମା: ଜିଲ୍ଲା ପରିଷଦ ପ୍ରାର୍ଥୀ ୫ଲକ୍ଷ, ସରପଞ୍ଚ ଖର୍ଚ୍ଚ କରିପାରିବେ ୨ ଲକ୍ଷ

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ଖର୍ଚ୍ଚ ସୀମା । ଜିଲ୍ଲା ପରିଷଦ ସଭ୍ୟଙ୍କ ଖର୍ଚ୍ଚ ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚ ୨ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରିପାରିବେ ।

ଭୁବନେଶ୍ୱର: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ଖର୍ଚ୍ଚ ସୀମା । ଜିଲ୍ଲା ପରିଷଦ ସଭ୍ୟଙ୍କ ଖର୍ଚ୍ଚ ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚ ୨ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରିପାରିବେ । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ତେବେ ସର୍ତ୍ତ ଗୁଡ଼ିକ ବଳବତ୍ତର ରହିବ ବୋଲି ଉଲ୍ଲେଖ ରହିଛି ।

panchayat election

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆସନ୍ତା ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି । ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚସୀମାକୁ ଦେଢ଼ଲକ୍ଷ ଟଙ୍କାରୁ ୨ଲକ୍ଷ ଟଙ୍କା କରାଯାଇଥିଲା। ଯାହାକୁ ଆଗାମୀ ନିର୍ବାଚନ ନିମନ୍ତେ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚକୁ ୬୦ହଜାର ଟଙ୍କାରୁ ୮୦ହଜାର ଟଙ୍କାକୁ ସେତେବେଳେ ବୃଦ୍ଧି କରିଥିଲା । ଯାହାକୁ ଆଜି ୨ଲକ୍ଷ ଟଙ୍କାକୁ ବଢ଼ାଇ ଦେଇଛନ୍ତି ।

ସେହିପରି ଭୋଟ ଗ୍ରହଣ ଅବଧି ସକାଳ ୭ ଟାରୁ ଦିନ ୧୨ ଟା ବଦଳରେ ୭ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ କରିବାକୁ ବୈଠକରେ ବିଭିନ୍ନ ଦଳ ଦାବି କରିଛନ୍ତି । ଅନ୍ୟପକ୍ଷରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

ସେହିପରି ଅନ୍ୟ ଏକ ନିର୍ଦ୍ଦେଶନାମାରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରତିଯୋଗିତା କରୁଥିବା ପ୍ରାର୍ଥୀ ସର୍ବାଧିକ ୫ଟି କାର ବା ଜିପ୍ ଓ ୧୦ଟି ମୋଟର ସାଇକେଲ, ସମିତି ସଭ୍ୟ ଓ ସରପଂଚ ପାଇଁ ଲଢ଼ୁଥିବା ପ୍ରାର୍ଥୀ ୨ଟି କାର ବା ଜିପ୍ ଓ ୫ଟି ମୋଟର ସାଇକେଲକୁ ନିଜର ନିର୍ବାଚନୀ ପ୍ରଚାର ପାଇଁ ଉପଯୋଗ କରିପାରିବେ । ଗାଡ଼ି ଓ ମୋଟର ସାଇକେଲ ଧାର୍ଯ୍ୟ ସୀମା ମଧ୍ୟରେ ଅଟୋ ରିକ୍ସା ମଧ୍ୟ ବ୍ୟବହାର କରାଯାଇପାରିବ । ଏହି ସବୁ ଗାଡ଼ି ବ୍ୟବହାର ଦିନଠାରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଗାଡ଼ିର ପ୍ରକାର, ପଞ୍ଜିକରଣ ନମ୍ବର, ଗାଡ଼ି ମାଲିକଙ୍କ ନାମକୁ ଉପଜିଳ୍ଲାପାଳଙ୍କୁ ଜଣାଇବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+