ପଞ୍ଚାୟତ ନିର୍ବାଚନ ତୃତୀୟ ପର୍ଯ୍ୟାୟ ଭୋଟିଂ: ୭୮.୬ ପ୍ରତିଶତ ମତଦାନ ରେକର୍ଡ, ଗଞ୍ଜାମରେ ସର୍ବନିମ୍ନ, ସୁବର୍ଣ୍ଣପୁରରେ ସର୍ବାଧିକ
ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୭୮.୬ % ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୭୮.୬ % ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୁବର୍ଣ୍ଣପୁରରେ ସର୍ବାଧିକ ୮୭.୪୪ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬୬.୭୫ ପ୍ରତିଶତ ମତଦାନ ହୋଇଛି ।

ସେହିପରି ଅନୁଗୁଳରେ ୮୪.୨୪, ବାଲେଶ୍ୱରରେ ୭୪.୭୨, ବଲାଙ୍ଗିରରେ ୭୧.୮୩, ବରଗଡ଼ରେ ୮୨.୬୩ ପ୍ରତିଶତ ଭୋଟିଂ ହୋଇଛି । ଭଦ୍ରକରେ ୭୭, ବୌଦ୍ଧରେ ୮୧.୩୧, କଟକରେ ୭୯.୨୬, ଦେବଗଡ଼ରେ ୭୯.୮, ଢେଙ୍କାନାଳରେ ୮୦.୩୯, ଗଜପତିରେ ୮୨.୭୨, ଗଞ୍ଜାମରେ ୬୬.୭୫, ଜଗତସିଂହପୁରରେ ୭୬ ପ୍ରତିଶତ ମତଦାନ ହୋଇଛି ।
ସେହିପରି ଯାଜପୁରରେ ୭୧, କଳାହାଣ୍ଡିରେ ୭୭.୫୯, କନ୍ଧମାଳରେ ୮୧.୩୫, କେନ୍ଦ୍ରାପଡ଼ାରେ ୭୨.୨୫, କେନ୍ଦୁଝରରେ ୭୭.୮୯, ଖୋର୍ଦ୍ଧାରେ ୭୬.୪୯, କୋରାପୁଟରେ ୮୪.୭୮, ମାଲକାନଗିରିରେ ୭୬.୬୩, ମୟୂରଭଞ୍ଜରେ ୭୮.୫୩, ନବରଙ୍ଗପୁରରେ ୮୬.୩୩, ନୟାଗଡ଼ରେ ୭୮.୨, ନୂଆପଡ଼ାରେ ୭୮.୨୪, ପୁରୀରେ ୮୦.୧୨, ରାୟାଗଡ଼ାରେ ୭୯.୪୪, ସମ୍ବଲପୁରରେ ୮୧.୦୯, ସୁନ୍ଦରଗଡ଼ରେ ୭୫.୪୫ ପ୍ରତିଶତ ମତଦାନ ହୋଇଛି ।
ଅନ୍ୟପଟେ ଆସନ୍ତାକାଲି ହେବ ଚତୁର୍ଥ ପର୍ଯ୍ୟାୟ ମତଦାନ । ଚତୁର୍ଥ ପର୍ଯ୍ୟାୟରେ ୨୮ ଜିଲ୍ଲାର ୬୪ ବ୍ଲକର ୧୬୩ ଜିଲ୍ଲା ପରିଷଦ ଆସନରେ ପଡ଼ିବ ଭୋଟ । ସେହିପରି ୧୨ ଶହ ୫୪ ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ ଓ ୧୭ ହଜାର ୮୯ଟି ୱାର୍ଡ ପାଇଁ ହେବ ମତଦାନ । ମୋଟ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଆଜି ପ୍ରତି ବୁଥରେ ପହଞ୍ଚିବେ ପୋଲିଂ କର୍ମଚାରୀ । ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ହିଂସାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହେଉଛନ୍ତି ।












Click it and Unblock the Notifications