ପୌର ନିର୍ବାଚନ: ଆଜି ନାମାଙ୍କନ ଦାଖଲର ଶେଷ ଦିନ

ପୌର ନିର୍ବାଚନ ଲାଗି ଆଜି ନାମାଙ୍କନ ଦାଖଲର ଶେଷ ଦିନ। ଏଥିପାଇଁ ୩ ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ୩ ଦଳ ପକ୍ଷରୁ ଗୋଟିକ ପରେ ଗୋଟିଏ ପୌରଧ୍ୟକ୍ଷ, ମେୟର, କର୍ପୋରେଟର ଏବଂ କାଉନସିଲରଙ୍କ ନାଁ ଘୋଷଣା କରାଯ

ଭୁବନେଶ୍ୱର: ପୌର ନିର୍ବାଚନ ଲାଗି ଆଜି ନାମାଙ୍କନ ଦାଖଲର ଶେଷ ଦିନ। ଏଥିପାଇଁ ୩ ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ୩ ଦଳ ପକ୍ଷରୁ ଗୋଟିକ ପରେ ଗୋଟିଏ ପୌରଧ୍ୟକ୍ଷ, ମେୟର, କର୍ପୋରେଟର ଏବଂ କାଉନସିଲରଙ୍କ ନାଁ ଘୋଷଣା କରାଯାଉଛି। ଅନେକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ଏପର୍ଯ୍ୟନ୍ତ କରିନଥିବାରୁ ଆଜି ଶେଷ ଦିନରେ ଭିଡ଼ ଜମୁଛି ।

Odisha Municipal Election

ମାର୍ଚ୍ଚ ୨ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଆଜି ସରୁଛି। ଆସନ୍ତା ୯ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଆସନ୍ତା ୧୪ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି।

ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଭୋଟ୍ ଗ୍ରହଣ ହେବ। ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମ ଭୁବନେଶ୍ୱର,କଟକ ଓ ବ୍ରହ୍ମପୁର ପାଇଁ ହେବ ଭୋଟ୍। ହେଲେ ୨୬ ତାରିଖରେ ଗଣତି ପରେ ଜଣାପଡ଼ିବ ନିର୍ବାଚନରେ କାହାର ବାଜିମାତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+