ପୌର ନିର୍ବାଚନ: ମତାଧିକାର ସାବ୍ୟସ୍ତ କଲେ ହେବି ୱେଟ୍
ନିଜ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ହେବି ୱେଟ୍ ନେତା । ମତଦାନ କେନ୍ଦ୍ରରେ ପହଞ୍ଚି ନିଜର ମତ ସାବ୍ୟସ୍ତ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହାନୀପତି, ମନ୍ତ୍ରୀ ଅଶୋକ ପଣ୍ଡା, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।
ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଜାରି ରହିଛି ଭୋଟିଂ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟିଂ । ଇତି ମଧ୍ୟରେ ନିଜ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ହେବି ୱେଟ୍ ନେତା । ମତଦାନ କେନ୍ଦ୍ରରେ ପହଞ୍ଚି ନିଜର ମତ ସାବ୍ୟସ୍ତ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହାନୀପତି, ମନ୍ତ୍ରୀ ଅଶୋକ ପଣ୍ଡା, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଭୁବନେଶ୍ୱର ୬୦ ନମ୍ବର ୱାର୍ଡ଼ର ୬୨୦ନମ୍ବର ବୁଥରେ ଭୋଟ୍ ଦେଇଛନ୍ତି ସମୀର ମହାନ୍ତି ।

ସେହିପରି ଭୁବନେଶ୍ୱର ମହାନଗର ନିଗମର ୫୩ ନମ୍ବର ଓ୍ୱାର୍ଡରେ ଆଜି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ବାହାରି ଚାଲି ଚାଲି ବୁଥରେ ପହଞ୍ଚିଥିଲେ ଓ ଭୋଟ୍ ଦେଇଥିଲେ ।
ସେହିପରି ଆଜି ସକାଳୁ ମତାଧିକାର ସାବ୍ୟସ୍ତ କରିଛନ୍ତି ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ । ଭି.କେ ପାଣ୍ଡିଆନ ୪୬ ନଂ ୱାର୍ଡରେ ନିଜର ମତ ସାବ୍ୟସ୍ତ କରିଛନ୍ତି । ଭି.କେ ପାଣ୍ଡିଆନଙ୍କ ସହ ତାଙ୍କ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା କାର୍ତିକେୟ ପାଣ୍ଡିଆନ ମଧ୍ୟ ମତଦାନ କରିଛନ୍ତି ।
ସେହିପରି ୫୩ନମ୍ବର ୱାର୍ଡ଼ର ଏରୋଡ୍ରମ୍ ୟୁପି ସ୍କୁଲରେ ପହଞ୍ଚି ଭୋଟ୍ ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଜୟପୁର ସ୍ଥିତ ୨୧ ନମ୍ବର ୱାର୍ଡ଼ର ଜଗଦିଶ ଚନ୍ଦ୍ର ନାୟକ ସରକାରୀ ସ୍କୁଲରେ ଭୋଟ୍ ଦେଇଛନ୍ତି ବିଧାୟକ ତାରା ବାହିନୀପତି ।
ସେହିପରି ବିଧାୟକ ଅନନ୍ତ ନାରାୟଣ ଜେନା, ରାଜ୍ୟସଭା ସାଂସଦ ପ୍ରସନ୍ନ ଅଚାର୍ଯ୍ୟ, ମନ୍ତ୍ରୀ ଟୁକୁନି ସାହୁ, କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ନିଜର ମତାଧିକାର ସାବ୍ୟସ୍ଥ କରିଛନ୍ତି । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ମଧ୍ୟ ମତଦାନ କେନ୍ଦ୍ରରେ ପହଂଚି ଭୋଟ୍ ଦେଇଛନ୍ତି ।
ଅନ୍ୟପଟେ ଭୋଟ ଦେଇଛନ୍ତି ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଯାଜପୁର ପୌରାଞ୍ଚଳର ବାହାବଳପୁର ନୋଡାଲ ଉ.ପ୍ରା ବିଦ୍ୟାଳୟରେ ବିଧାୟକ ପ୍ରଣବ ପ୍ରକାଶ ଦାସ ସାଧାରଣ ଭୋଟରଙ୍କ ଭଳି ଧାଡିରେ ଛିଡା ହୋଇ ଭୋଟ ଦେଇଛନ୍ତି ।
ସେହିପରି ଭୁବନେଶ୍ୱର ମହାନଗର ନିଗମରୁ ବିଜୁ ଜନତା ଦଳର ମେୟର ପ୍ରାର୍ଥୀ ସୁଲୋଚନା ଦାସ ମଧ୍ୟ ନିଜ ମତ ସାବ୍ୟସ୍ତ କରିଛନ୍ତି । ନୟାପଲ୍ଲୀ ନୂଆ ସାହିର ୪୦୭ ନମ୍ବର ବୁଥରେ ଭୋଟ ଦେଇଛନ୍ତି ସୁଲୋଚନା ଦାସ । ଅନ୍ୟପଟେ କଟକ ମହାନଗର ନିଗମରେ ବିଜେଡି ପକ୍ଷରୁ ମେୟର ପ୍ରାର୍ଥୀ ହୋଇଥିବା ସୁବାସ ସିଂ ମଧ୍ୟ ଭୋଟ ଦେଇଛନ୍ତି ।












Click it and Unblock the Notifications