ପୌର ନିର୍ବାଚନ ପ୍ରସ୍ତୁତ ରାଜ୍ୟ ସରକାର, ଖୁବଶୀଘ୍ର ହେବ ତାରିଖ ଘୋଷଣା
ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡିଲେ ସରକାର । ଖୁବଶୀଘ୍ର ଘୋଷଣା ହୋଇପାରେ ପୌର ନିର୍ବାଚନ ତାରିଖ । ସମସ୍ତ ପ୍ରସ୍ତୁତି ଶେଷ ପରେ ନଗର ଉନ୍ନୟନ ବିଭାଗର ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ।
ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡିଲେ ସରକାର । ଖୁବଶୀଘ୍ର ଘୋଷଣା ହୋଇପାରେ ପୌର ନିର୍ବାଚନ ତାରିଖ । ସମସ୍ତ ପ୍ରସ୍ତୁତି ଶେଷ ପରେ ନଗର ଉନ୍ନୟନ ବିଭାଗର ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ବିଜ୍ଞପ୍ତି ଜରିଆରେ ପୌର ନିର୍ବାଚନ ପାଇଁ ଆହ୍ୱାନ କଲା ନଗର ଉନ୍ନୟନ ବିଭାଗ । ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଜଣାଇଲା ନଗର ଉନ୍ନୟନ ବିଭାଗ ।

ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାଚନ ହେବ । ସେହିପରି ମହାନଗର ନିଗମ କାଉନସିଲ୍, କର୍ପୋରେଟର, ପୌରାଧ୍ୟକ୍ଷ ଓ ମେୟର ପାଇଁ ମଧ୍ୟ ନିର୍ବାଚନ ହେବ । ୪୮ ପୌର ପରିଷଦ, ୫୯ ବିଜ୍ଞାପିତ ପରିଷଦରେ ନିର୍ବାଚନ ହେବ ଏବଂ ୩ଟି ମହାନଗର ନିଗମ ପାଇଁ ମଧ୍ୟ ନିର୍ବାଚନ ହେବ ।












Click it and Unblock the Notifications