କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ: ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ ଲ’ପ୍ରତ୍ୟାହାର କରିବାକୁ ଦାବି
ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ ଲ’ପ୍ରତ୍ୟାହାର କରିବା ଦାବି ନେଇ ଆଜି ନୂଆଦିଲ୍ଲୀ ଠାରେ ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତିମନ୍ତ୍ରୀ ପ୍ରହଲାଦ ଯୋଷୀଙ୍କୁ ଭେଟିଛନ୍ତି
ନୂଆଦିଲ୍ଲୀ : ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ ଲ'ପ୍ରତ୍ୟାହାର କରିବା ଦାବି ନେଇ ଆଜି ନୂଆଦିଲ୍ଲୀ ଠାରେ ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତିମନ୍ତ୍ରୀ ପ୍ରହଲାଦ ଯୋଷୀଙ୍କୁ ଭେଟିଛନ୍ତି । ବିଜେଡି ସାସଂଦ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶ୍ରୀ ଯୋଷୀଙ୍କୁ ସାକ୍ଷାତ କରିଛନ୍ତି । ସେଠାରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ପ୍ରସ୍ତାବିତ ବାଇ ଲ' ନେଇ ଆଲୋଚନା ହୋଇଥିବା ଜଣାପଡିଛି । ଏଠାରେ ସୂଚନାଥାଉକ, ସମସ୍ତ ସାଂସଦଙ୍କୁ ଏହି ପ୍ରସଙ୍ଗ ଦିଲ୍ଲୀ ଦରବାରରେ ଉଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଥିଲେ ।

ଅପରପକ୍ଷରେ ଭୁବନେଶ୍ୱରର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଅଞ୍ଚଳରୁ ପ୍ରସ୍ତାବିତ ବାଇ-ଲ' ପ୍ରତ୍ୟାହାର ପାଇଁ ଦାବି ଜୋରଦାର ହୋଇଛି । ଏନେଇ ଭୁବନେଶ୍ୱରରେ ଓଡ଼ିଶା ମନ୍ଦିର ସେବାୟତ ସଂଘର ପ୍ରତିବାଦ ଜାରି ରହିଛି । ଏକାମ୍ର କ୍ଷେତ୍ର ପ୍ରକଳ୍ପ ଅଧୀନରେ ଏହି ଏୌତିହ୍ୟ କରିଡର ବିକାଶ ପାଇଁ ଓଡିଶା ସରକାର ମନ୍ଦିରର 75 ମିଟର ବ୍ୟାସାର୍ଦ୍ଧରେ ସଂରଚନା ସଫା କରିଥିଲେ । ତେବେ ପ୍ରସ୍ତାବିତ ବାଇ ଲ ପରେ ଏହି ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହୋଇ ପାରେ ବୋଲି ଅଭିଯୋଗ ହୋଇଛି । ଏହାକୁ ନେଇ ଆଜି ଦିଲ୍ଲୀରେ ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଛନ୍ତି । ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରରୁ ବାଇ ଲ' ପ୍ରତ୍ୟାହାର କରାଯିବା ପରେ ଏକାମ୍ର କ୍ଷେତ୍ରର ବିକାଶରେ ବାଧା ହଟାଇବାକୁ ଦିଲ୍ଲୀରେ ଦାବି ହୋଇଛି ।
More From
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications