ଶନି ଦେବଙ୍କୁ କୋଟିଏ ଟଙ୍କାର ସୁନାକଳସ ଦାନ କଲେ ମନ୍ତ୍ରୀ !

ମହାରାଷ୍ଟ୍ରର ଅହମ୍ମଦନଗର ଶନି ଶିଙ୍ଗଣାପୁରରେ ଥିବା ଶନି ମନ୍ଦିରକୁ ପ୍ରାୟ ଏକକୋଟି ଟଙ୍କାର ସୁନା କଳସ ଦାନ କରିଛନ୍ତି ଜଣେ ଭକ୍ତ । କଳସରରେ ୭ ଶହ ଗ୍ରାମ ସୁନା ଓ ୫ କେଜି ରୂପାରେ ତିଆରି ହୋଇଛି । ଦାନ ଦେଇଥିବା ଭକ୍ତଙ୍କ ନାଁକୁ ମନ୍ଦିର ପ୍ରଶାସନ ଗୋପନ ରଖିଛି ।

ଭୁବନେଶ୍ୱର: କଥା କହୁଛି ଫଟୋ । ହେଲେ ଘଟଣାର ସତ୍ୟାସତ୍ୟତା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଆଜ୍ଞା ହଁ, ଆପଣ ଫଟୋରୁ ଦେଖିବା ଅନୁମାନ କରୁଥିବା କଥା ବିଷୟରେ ହିଁ ଆମେ କହୁଛୁ ।

Odisha Minister

ବାସ୍ତବରେ ମହାରାଷ୍ଟ୍ରର ଅହମ୍ମଦନଗର ଶନି ଶିଙ୍ଗଣାପୁରରେ ଥିବା ଶନି ମନ୍ଦିରକୁ ପ୍ରାୟ ଏକ କୋଟି ଟଙ୍କାର ସୁନା କଳସ ଦାନ କରିଛନ୍ତି ଜଣେ ଭକ୍ତ । କଳସରରେ ୭ ଶହ ଗ୍ରାମ ସୁନା ଓ ୫ କେଜି ରୂପାରେ ତିଆରି ହୋଇଛି । ତେବେ ଦାନ ଦେଇଥିବା ଭକ୍ତଙ୍କ ନାଁକୁ ମନ୍ଦିର ପ୍ରଶାସନ ଗୋପନ ରଖିଛି । ମାତ୍ର ଜାତୀୟ ଗଣମଧ୍ୟାମରେ ଯେଉଁ ଫଟୋ ପ୍ରକାଶ ପାଇଛି, ସେଥିରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଅଛନ୍ତି ।

Odisha Minister

ତେବେ ଫଟୋରେ ମନ୍ତ୍ରୀ ଦାସ କଳା କପଡା ପିନ୍ଧି ଏକ ମନ୍ଦିରରେ ପୂଜା କରୁଥିବାର ଦେଖିବାକୁ ମିଳିଛି । ଫଟୋରେ ତାଙ୍କ ପରିବାର ଲୋକ ମଧ୍ୟ ଉପସ୍ଥିତ ରହିଛନ୍ତି । ଏଥିସହ ଫଟୋରେ ଏକ ସୁନା କଳସ ମଧ୍ୟ ଥିବା ଦେଖିବାକୁ ମିଳିଛି। ଶନିବାର ସ୍ବାସ୍ଥ୍ୟମନ୍ତ୍ରୀ ଏହି ପୂଜା କରିଥିବା ଜଣାପଡିଛି। କିନ୍ତୁ ବିଧାୟକ ଦାସଙ୍କ ଏହା କେଉଁଠିକାର ଫଟୋ ସେ ନେଇ କୌଣସି ସୂଚନା ମିଳି ନାହିଁ କି ବିଧାୟକଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Odisha Minister

ସୂଚନଥାଉକି, କୋଭିଡ୍‌ କାଳରେ ଯେତେବେଳେ ରାଜ୍ୟରେ ହାହାକାର ସ୍ଥିତି ପଡ଼ିଥିଲା, ସେତେବେଳେ ନବ ଦାସ ୮୦ଟି ଟ୍ରକ୍‌ କଣିଥିବା ନେଇ ଚର୍ଚ୍ଚାକୁ ଆସିଥିଲେ । ଏନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ରାଜ୍ୟ ସରକାର କୌଣସି ସ୍ପଷ୍ଟୀକରଣ ରଖିନଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+